ବସିକି ଓ ଠିଆ ହୋଇ ଖାଇବା ମଧ୍ୟରେ କଣ ପାର୍ଥକ୍ୟ ରହିଛି ଆସନ୍ତୁ ଜାଣିବା, ଏହା ଜାଣିଲେ ଆପଣଙ୍କର ଅଧା ରୋଗ ଦୂର ହୋଇଯିବ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଟିପ୍ସ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ନିତ୍ୟାନ୍ତ ଅବଶ୍ୟକ । ଆଜିକାଲି ର ଆଧୁନିକତା କୁ ଅନୁସରଣ କରି ଲୋକେ ଠିଆ ହୋଇ ଖାଇବାର ଏକ ଫ୍ୟାସନ କରି ସାରିଲେଣି । କିନ୍ତୁ କଣ ଆପ ଜାଣିଛନ୍ତି ଏହା ଦ୍ଵାରା ଆମ ଶରୀର କୁ କେତେ କ୍ଷତି ପହଞ୍ଚି ଥାଏ । ଖାଦ୍ୟ ଖାଇବା ସମୟରେ ସବୁବେଳେ ବସିକି ଖାଇବା ଜରୁରୀ ।

ଠିଆ ହୋଇକି ଖାଇବା ଅନୁଚିତ । ଏହି ନିୟମ ପଶୁମାନଙ୍କ ପାଇଁ ରହିଛି । ଏହାର କାରଣ ହେଉଛି ପଶୁମାନେ ୪ଟି ଗୋଡରେ ଚାଲନ୍ତି, ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପଶୁମାନଙ୍କୁ ଠିଆ ହୋଇ ଖାଇବା ପାଇଁ ଅନୁମତି ରହିଛି ।

ଆଜିକାଲି ବିବାହ ବା ଅନ୍ୟାନ୍ୟ ଉତ୍ସବରେ ଠିଆ ହୋଇ ଖାଇବା ବ୍ୟବସ୍ଥା କରାଯାଉଛି , କିନ୍ତୁ ଏମିତି ଖାଇବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା ଖାଇବାର ସଠିକ ତାରିକା କଣ । ଯଦି କୌଣସି ଭୋଜିରେ ଏଭଳି ବ୍ୟବସ୍ତା କରାଯାଇଛି ତେବେ ଆପଣ ନିଜର ଖାଦ୍ୟକୁ ନେଇ ଅନ୍ୟ ଏକ ସ୍ଥାନ କୁ ଯାଇ ବସି ଖାଇବା ଜରୁରୀ ।

କାରଣ ଆୟୁର୍ବେଦ ଅନୁସାରେ ଠିଆ ହୋଇ ଖାଇବା ଏକ ବଡ ସମସ୍ୟା । ଠିଆ ଠିଆ ଖାଦ୍ୟ ଖାଇଲେ ପୃଥିବୀର ମଧ୍ୟାକର୍ଷଣ ଶକ୍ତି ଶରୀରରେ ଅଧିକ ଥାଏ । ବସିଲେ ଶରୀରରେ ମାଧ୍ୟାକର୍ଷଣ ଶକ୍ତି ବଦଳି ଯାଏ । ଠିଆ ହୋଇ ଖାଇଲେ ଖାଦ୍ୟ ଶରୀର ଭିତରକୁ ଶୀଘ୍ର ଶୀଘ୍ର ଯାଇଥାଏ , କିନ୍ତୁ ଖାଦ୍ୟ ଶରୀର ଭିତରକୁ ଯିବା ଜରୁରୀ ।

ନେହେଲେ ଏହା ପାଚନ ତନ୍ତ୍ର ପାଇଁ ଏକ ବଡ ସମସ୍ୟା ହୋଇପାରେ । ଏଥିପାଇଁ ମଣିଷମାନଙ୍କୁ ବସିକି ଭୋଜନ କରିବା ଜରୁରୀ । ଯଦି ଆପଣ ବି ଏକ ସୁସ୍ଥ ଜୀବନ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଭାବେ ବସିକି ଖାଇବାର ଅଭ୍ଯାସ ରଖନ୍ତୁ । ଯେତେ ବି କାମ ଥାଉ ନା କାହିଁକି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଏ ଜୀବନ ର କିଛି ମୂଲ୍ୟ ନାହିଁ । କାହିଁକି ନା ସ୍ୱାସ୍ଥ୍ୟ ହେଉଛି ସବୁଠୁ ବଡ ସମ୍ପଦ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *