ଠିଆ ହୋଇ ପାଣି ପିଇଲେ ହେବ ଏହି ଭୟଙ୍କର ରୋଗ, ଆପଣ କରୁ ନାହାନ୍ତି ତ ଏହି ଭୁଲ !

ବନ୍ଧୁଗଣ ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ କାହା ପାଖରେ ପାଣି ପିଇବାକୁ ମଧ୍ୟ ସମୟ ନାହିଁ । ଆମ ବହୁମୂଲ୍ୟ ସମୟରେ ପାଣି ପିଇବା ସମୟରେ ଆମେ ଏଭଳି ଭୁଲ କରିଦେଇଥାଉ, ଯାହା ଆମକୁ ପଛରେ ଅନେକ ପ୍ରକାରର ଅସୁବିଧାରେ ପକାଇ ଦେଇଥାଏ । ଏଥି ମଧ୍ୟରୁ ଗୋଟିଏ ହେଉଛି,ପାଣି ପିଇବାର ଭୁଲ ଉପାୟ ଯାହା ଆମକୁ ନାନା ସମସ୍ୟାରେ ପକାଇଥାଏ । ଖାଦ୍ଯ ଖାଇଲା ବେଳେ ମଧ୍ୟ ଆମେ ଭୁଲ ଭାବେ ଜଳ ସେବନ କରିଥାଉ । ଏହା ଫଳରେ ନାନା ସମସ୍ଯାର ସମୂଖୀନ ହେଇଥାଉ । ଆସନ୍ତୁ ଜାଣିବା ତାହା ବିଷୟରେ ।

ଆମେ ଯେଉଁ ଭୁଲ ଭାବରେ ପାଣି ପିଇଥାଉ ତାହା ଆମର ଶରୀରକୁ ବହୁତ ଅସୁବିଧା କରିଥାଏ । ଯେତେବେଳେ ଆମକୁ ଶୋଷ ଲାଗେ ଆମେ ଛିଡା ହେଇ ପାଣି ପିଇଦେଇଥାଉ । ପାଣିକୁ ଧୀରତାର ସହିତ ସେବନ ନକରି ଏଭଳି ପିଇଥାଉ ଯେମିତି ପାଣି ସରିଜିବ ।

ଖରା ଦିନରେ ଯଦି ଥଣ୍ଡା ପାଣି ଗୋଟେ ଗିଲାସ ମିଳିଯାଏ ତେବେ, ତାହାଠାରୁ ଆନନ୍ଦର କଥା ଆଉ ନାହି । ସେହି ପାଣି ଗିଲାସକୁ ପାଇ ଆମ୍ଭେମାନେ ଢକା-ଢକ କରି ପିଇଥାଉ ସେଥିରେ ଆମକୁ ମଜା ଲାଗିଥାଏ କିନ୍ତୁ ବନ୍ଧୁଗଣ ମଜା ଦିନେ ସଜାରେ ପାଲଟି ଯାଇଥାଏ ।

ଯେତେବେଳେ ଆମେମାନେ ଛିଡା ହେଇ ପାଣି ପିଇଥାଉ ସେହି ପାଣି ଆମ ଖାଦ୍ଯ-ନଳୀ ରେ ସିଧା ଯାଇ ଆମ ପେଟରେ ପଡିଥାଏ । ବନ୍ଧୁଗଣ ଆମେ ସମସ୍ତେ ଖାଦ୍ଯ ହଜମର ପ୍ରକ୍ରିୟା ବିଦ୍ୟାଳୟରେ ପଢିଛୁ । ଏହି ପାଣି ସିଧାସଳଖ ଖାଦ୍ଯ-ନଳୀ ଦେଇ ପେଟ ଭିତରେ ପଡିବା ଫଳରେ ଏହା ଆମର କିଡ୍ନି ଏବଂ ଲିଭର ଉପରେ କୁପ୍ରଭାବ ପକେଇଥାଏ । ଆସନ୍ତୁ ଏବେ ଜାଣିବା ଛିଡା ହେଇ ପାଣି ପିଇବା ଦ୍ଵାରା କି’ କି’ ଅସୁବିଧାର ସମୁଖୀନ ହେବାକୁ ପଡିବ ।

ବନ୍ଧୁଗଣ ଯଦି ଆମର ହଜମ ଶକ୍ତି କମିଯିବ, ତେବେ କେତେ ଗୁଡିଏ ରୋଗ ଉତ୍ପନ୍ନ ହେବ । ଏହାଛଡା ଯେଉଁ ଲୋକ ଛିଡା ହେଇ ପାଣି ପିଇଥାଏ ତାଙ୍କୁ ଆଁଠୁଗଣ୍ଠି ବ୍ୟଥାର ରୋଗ ହେଇଥାଏ । ଯଦି ଆମେ ଛିଡା ହେଇ ପାଣି ପିଉ ତେବେ ଏହା ଆମ ଆଁଠୁଗଣ୍ଠିରେ ସିଧାସଳଖ ପ୍ରଭାବ ପକେଇଥାଏ । ଯଦି ଆପଣ ଚାହୁଁ ନାହାନ୍ତି ଯେ ବୟସ ଥାଉ ଥାଉ ଆପଣଙ୍କ ଆଁଠୁଗଣ୍ଠି ବାତ ହେଉ । ତେବେ ଆପଣ ନିଜର ଏହି ଖରାପ ଅଭ୍ୟାସଟିକୁ ବଦଳାଇ ଦିଅନ୍ତୁ ।

ଯଦି ଆପଣ ଛିଡା ହେଇ ପାଣି ପିଇଛନ୍ତି ତେବେ ଆପଣଙ୍କର ଶରୀର ଝିମ ଝିମ ହେବାର ଆଶଙ୍କା ମଧ୍ୟ ଅଛି । କାରଣ ଆମେ ଯଦି ଛିଡା ହେଇ ପାଣି ପିଇଥାଉ, ତେବେ ଏହା ଆମ ଶରୀରରେ ଥିବା ସନ୍ତୁଳନକୁ ବଦଳାଇ ଦେଇଥାଏ । ଯେଉଁ ତରଳ ପଦାର୍ଥ ଆମ ହାଡରେ ରହିଛି ତାହା ଧୀରେ ଧୀରେ କମିବାରେ ଲାଗିବ ଏବଂ ଗୋଡ ହାତ ବିନ୍ଧା ହେବାରେ ଲାଗିବ । ଏହା ସହିତ ଯଦି ଆମେ ଛିଡା ହେଇ ପାଣି ପିଉ ତେବେ କିଡ୍ନିର ସମସ୍ଯା ମଧ୍ୟ ହେଇଥାଏ ।

ଯଦି ଆମେ ଛିଡା ହେଇ ପାଣି ପିଉ ତେବେ ସେହି ପାଣି ଆମ ଶରୀରରେ ଥିବା ବୃକକ ବା କିଡ୍ନି ଜରିଆରେ ଭଲ ଭାବେ ଛାଣି ନହେଇ ଅଧିକ ଜୋରରେ ବାହାରି ଯାଇଥାଏ । ତେବେ ଏହା ଦ୍ଵାରା ଆମ ଶରୀରର ରକ୍ତ କଣିକାରେ ମାଇଳା ଜମା ହେଇଯାଏ । ଏହା କାରଣରୁ ଆମକୁ ହୃଦ୍ ରୋଗ ତଥା ଆମର କିଡ୍ନି ଖରାପ ହେଇଥାଏ । ବନ୍ଧୁଗଣ ପାଣିକୁ ଆପଣମାନେ ବସି ଧୀରସୁସ୍ତ ଭାବରେ ସେବନ କରନ୍ତୁ । ଏହା ଫଳରେ ଶରୀରର ଉଚିତ ସନ୍ତୁଳନ ଲାଗିରହିବ । ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *