କ୍ଯାବିନେଟ ର ବଡ ନିସ୍ପତ୍ତି, ଠିକା କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର, ଦରମା ବଢିବା ସହିତ ପାଇବେ ଏହି ସୁବିଧା

ସରକାର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛନ୍ତି । ଚୁକ୍ତି ଭିତ୍ତିକ ନିୟମକୁ ସରକାର ବନ୍ଦ କରିଛନ୍ତି । କହିଦେଉଛୁ କି ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନେଇ ରାଜ୍ୟ କ୍ୟାବିନେଟରେ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଏଥିରେ କୁହାଯାଇଛି କି ୬ ବର୍ଷ ପରେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିଶ୍ଚିତ ରୂପରେ ରେଗୁଲାର କରାଯିବ । ରେଗୁଲାର ହେବା ପରେ ସମସ୍ତ କର୍ମଚାରୀ ୫୦ ପ୍ରତିଶତ ଅଧିକ ଦରମା ପାଇବେ ।

ସରକାରଙ୍କ ଏହି ନୂତନ ପଦକ୍ଷେପ ଠିକା କର୍ମଚାରୀଙ୍କ ପାଇଁ ବହୁତ ବଡ ଖୁସି ଖବର ଅଟେ । ୬ ବର୍ଷ ପରେ କର୍ମଚାରୀମାନଙ୍କୁ ରେଗୁଲାର କର୍ମଚାରୀ କୁହାଯିବ । ଆଜି ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯେଉଁ କ୍ୟାବିନେଟ ବୈଠକ ବସିଥିଲା ସେଥିରେ ରାଜ୍ୟ ସରାକର ଏହି ବିଷୟରେ ଆଲୋଚନା କରି ଏକ ବଡ ନିଷ୍ପତି ନେଇଛନ୍ତି ।

ଏହି ବୈଠକରେ ଅନ୍ୟ କେତେକ ପ୍ରସ୍ତାବକୁ ମଧ୍ୟ ସୀକୃତି ମିଳିଛି । କିନ୍ତୁ ସବୁଠୁ ବଡ ପ୍ରସ୍ତାବ ଯାହାକୁ ସରକାର ନିଜର ମୋହର ଦେଇଛନ୍ତି ତାହା ହେଉଛି ଯେଉଁମାନେ Contractual ଅର୍ଥାତ ଚୁକ୍ତି ଭିତ୍ତିକ କର୍ମଚାରୀ ରୂପରେ କାମ କରୁଥିଲେ ସେମାନଙ୍କର ନିୟମ ମଧ୍ୟରେ ବହୁତ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ସମସ୍ତ କର୍ମଚାରୀଙ୍କୁ Contractual କୁହାଯିବ ନାହିଁ ବର୍ତ୍ତମାନ ଏମାନଙ୍କୁ Initial Appointees କୁହାଯିବ ।

ଏହି ସମସ୍ତ କର୍ମଚାରୀମାନେ ପ୍ରଥମ ବର୍ଷରୁ ଯେତିକି ସ୍ୟାଲେରୀ ମିଳୁ ଥିଲା ତାହାର ୫୦ ପ୍ରତିଶତ ସ୍ୟାଲେରୀ ଅଧିକ ମିଳିବ ସରକାର କ୍ୟାବିନେଟ ବୈଠକରେ ଏହିଭଳି କିଛି ନିଷ୍ପତି ନେଇଛନ୍ତି । ୬ ବର୍ଷ ପରେ ଏମାନଙ୍କୁ ରେଗୁଲାର କରିଦିଆଯିବ । ପ୍ରତ୍ୟକ ବର୍ଷ ରାଜ୍ୟ ସରକାର ଏହି ସମସ୍ତ କର୍ମଚାରୀଙ୍କ ପାଇଁ ୨୫୦ କୋଟି ଟଙ୍କା ବ୍ୟୟ ବରାଦ କରିବେ ।

ଏହି ନିଷ୍ପତି ଦ୍ଵାରା Contractual କର୍ମଚାରୀ ବହୁତ ଉପକୃତ ହେବା ସହିତ ଅନ୍ୟ ସମସ୍ତ କର୍ମଚାରୀ ଯେଉଁଭଳି ସୁବିଧା ପାଉଥିଲେ ଠିକ ସେହିଭଳି ଏହି Contractual କର୍ମଚାରୀମାନେ ବି ସୁବିଧା ପାଇବେ । କୌଣସି ବି କ୍ଷେତ୍ରରେ କର୍ମଚାରୀମାନେ Contractual ହିସାବରେ ରୁହନ୍ତି ସେମାନେ ପ୍ରାୟତଃ ସରକାରଙ୍କୁ ଏଥିପାଇଁ ପ୍ରତିବାଦ କରିଛନ୍ତି ଓ ଆନ୍ଦୋଳନ କରନ୍ତି । ସେମାନଙ୍କ କହିବା ଅଟେ କି ସେମାନେ ଅଧିକ ପରିଶ୍ରମ କରୁଛନ୍ତି, କିନ୍ତୁ ଟଙ୍କା କମ ପାଉଛନ୍ତି । କିନ୍ତୁ ଆଜି କ୍ୟାବିନେଟ ବୈଠକରେ ସରକାର ଏହିଭଳି ଏକ ବଡ ନିଷ୍ପତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *