32 ବର୍ଷ ପରେ ଆଜି ବହୁତ ବଡ ହେଇ ଯାଇଛନ୍ତି “Ramayan” ର ଲବ କୁଶ, ଦେଖା ଯାଉଛନ୍ତି ବହୁତ ହ୍ୟାଣ୍ଡସମ

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଟିଭି ରେ ପ୍ରସାରିତ ହୋଇଥିବା ସିରିଆଲ ରାମାୟଣ ରେ ଲବ ଓ କୁଶ ଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଙ୍କ ସମ୍ବନ୍ଧରେ । ଏହିଦିନ ଗୁଡିକ ରେ ରାମାନନ୍ଦ ସାଗରଙ୍କର ରାମାୟଣ ଦୂରଦର୍ଶନ ରେ ପ୍ରସାରିତ ହେଉଛି ଏବଂ ଏହି ଐତିହାସିକ ଧାରାବାହିକ ଟି.ଆର.ପି ର ସବୁ ରେକର୍ଡ ଭାଙ୍ଗିସାରିଛି । ବନ୍ଧୁଗଣ କିଛି ଦିନ ହେବ କେବଳ ସିରିଆଲ ରାମାୟଣ ହିଁ ନୁହେଁ ସେଥିରେ ଅଭିନୟ କରୁଥିବା କଳାକାର ମଧ୍ୟ ସୋସିଆଲ ମିଡିଆ ରେ ପ୍ରସିଦ୍ଧ ହୋଇଗଲେଣି ।

ରାମ , ସୀତା , ଲକ୍ଷ୍ମଣ , ହନୁମାନ , ରାବଣ , ସୁଗ୍ରୀବ ଏବଂ ସୂର୍ପଣଖା ର ଭୂମିକା ରେ ଅଭିନୟ କରିଥିବା କଳାକାର ସମସ୍ତଙ୍କ ବିଷୟରେ ଲୋକମାନେ ବହୁତ କିଛି କଥା ଜାଣିସାରିଲେଣି ।  କିନ୍ତୁ ରାମାୟଣ ର କାହାଣୀ ଲବ କୁଶ ଙ୍କ ବିନା ଅଧୁରା ଅଟେ । ଆଜି ଆମେ ଲବ କୁଶ ଙ୍କ ବିଷୟରେ ଜାଣିବା ଯେଉଁମାନେ ବର୍ତ୍ତମାନ ବହୁତ ମାତ୍ରାରେ ବଦଳିଗଲେଣି । ଏହି ଦୁଇ ଅଭିନେତା ବହୁତ ଛୋଟ ବୟସ ରେ ହିଁ ବହୁତ ଭଲ ଅଭିନୟ କରିଛନ୍ତି ।

ରାମାୟଣ ରେ ଲବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଙ୍କର ପ୍ରକୃତ ନାମ ହେଲା ‘ମୟୁରେଶ ଚିତ୍ରମଧେ’ ଏବଂ କୁଶ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଙ୍କ ପ୍ରକୃତ ନାମ ‘ସ୍ୱପ୍ନିଲ ଯୋଶୀ’ । ଲବ କୁଶ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବର୍ତ୍ତମାନ ବଡ଼ ହୋଇସାରିଛନ୍ତି । ସେ ବର୍ତ୍ତମାନ ବହୁତ ବଦଳିଗଲେଣି ଏବଂ ତାଙ୍କର ଜୀବନଶୈଳୀ ମଧ୍ୟ ବହୁତ ବଦଳି ଗଲାଣି । ପ୍ରଥମେ ଆସନ୍ତୁ ଜାଣିବା ରାମାୟଣ ରେ କୁଶ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ସମ୍ବନ୍ଧରେ । ବର୍ତ୍ତମାନ ସେ ୪୨ ବର୍ଷ ର ହୋଇଗଲେଣି ।

ସ୍ୱପ୍ନିଲ ଯୋଶୀ ୯ ବର୍ଷ ବୟସରେ କୁଶ ଭୂମିକାରେ ଅଭିନୟ କରିଥିଲେ । ସ୍ୱପ୍ନିଲ ବର୍ତ୍ତମାନ ମରାଠୀ ଟିଭି ର ଜଣେ ଜଣାଶୁଣା ଅଭିନେତା ହୋଇସାରିଛନ୍ତି । ୧୯୯୩ ମସିହାରେ ରାମାନନ୍ଦ ସଗାରଙ୍କର ଶ୍ରୀ କୃଷ୍ଣ ରେ ଛୋଟ କୃଷ୍ଣ ଙ୍କର ଭୂମିକା ରେ ଅଭିନୟ କରିଥିଲେ । ଏମାନେ ବହୁତ ଗୁଡିଏ ସୁପରହିଟ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୧୯୯୭ ମସିହାରେ ସ୍ୱପ୍ନିଲ ନାନା ପାଟେକର ଙ୍କ ଚଳଚ୍ଚିତ୍ର ‘ଗୁଲାମ ଇସ୍କ’ ରେ ଅଭିନୟ ମଧ୍ୟ କରିଥିଲେ ।

ସ୍ୱପ୍ନିଲ ଯୋଶୀବର୍ତ୍ତମାନ ସମୟ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ରାମାୟଣ ସିରିଆଲ ରେ ଲବ ଙ୍କ ଭୂମିକା ରେ ଅଭିନୟ କରୁଥିବା ଅଭିନେତା ଙ୍କ ସମ୍ବନ୍ଧରେ । ଲବ ଭୂମିକାରେ ଅଭିନୟ କରିଥିବା ମୟୁରେସ ବର୍ତ୍ତମାନ ଆମେରିକା ର ନିୟୁ ଜର୍ସି ରେ ରହୁଛନ୍ତି । ମୟୁରେସ ଅଭିନୟ ଛାଡି ଗୋଟେ ପ୍ରାଇଭେଟ କମ୍ପାନୀ ରେ ସି ଇ ଓ ଏବଂ ପ୍ରେସିଡେଣ୍ଟ ରୂପ ରେ କାମ କରୁଛନ୍ତି ।

ଏହାଛଡା ସେ ବହୁତ କମ୍ପାନୀ ରେ ପ୍ରବନ୍ଧକ ନିର୍ଦେଶକ ରୂପ ରେ କାମ କରିଆସିଛନ୍ତି । ମୟୁରେସ ବହୁତ ପ୍ରକାର ବ୍ୟବସାୟ କରିଆସିଛନ୍ତି । ମୟୁରେସ ଜଣେ ଖୁବ ଭଲ ଲେଖକ ମଧ୍ୟ ଅଟନ୍ତି । ସେ ବିଦେଶୀ ଲେଖକ ଙ୍କ ସହିତ ସ୍ପୀଡର ଆଣ୍ଡ ଡିଉ ଲଭ ନାମକ ଗୋଟେ ବହି ଲେଖିସାରିଛନ୍ତି । ମୟୁରେସ ବର୍ତ୍ତମାନ ବହୁତ ସୁନ୍ଦର ଓ ସ୍ମାର୍ଟ ଦେଖିବାକୁ ଲାଗିଲେଣି ।

Leave a Reply

Your email address will not be published. Required fields are marked *