Special Report-“ଭ୍ୟାକ୍ସିନ ନେବା ପରେ ଚୁମ୍ବକ ପାଲଟି ଯାଇଛି ଏହି ବ୍ୟକ୍ତିଙ୍କ ଶରୀର, ଥରେ ଦେଖନ୍ତୁ ଏହି ଭାଇରାଲ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ କରୋନାର ଭ୍ୟାକସିନ ବାହାରିସାରିଛି । କିନ୍ତୁ ଏହା କେତେ ଫଳପ୍ରଦ ଏହା ସମୟ ହିଁ କହିବ । ଏମିତିରେ ସରକାର ବର୍ତ୍ତମାନ ସମସ୍ତଙ୍କୁ ଭ୍ୟାକସିନ ନେବା ପାଇଁ ଆହ୍ଵାନ ବି ଦେଉଛନ୍ତି ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସରକାର ହସ୍ପିଟାଲ ଗୁଡିକରେ ସମସ୍ତଙ୍କୁ ଭ୍ୟାକସିନ ଦେବାର ପ୍ରକ୍ରିୟାକୁ ବି ଜୋରଦାର କରାଯାଇଛି ।

କିନ୍ତୁ ଏହା ମଧ୍ୟରେ ଭ୍ୟାକସିନକୁ ନେଇ ନାନା ପ୍ରକାରର ଖବର ବି ସାମ୍ନାକୁ ଆସୁଛି । ଯେମିତି କି କୌଣସି ସ୍ଥାନରେ ଭ୍ୟାକସିନ ଉପଲବ୍ଧ ନା ହିଁ ତ କୌଣସି ସ୍ଥାନରେ ଭ୍ୟାକସିନ ନେବା ପରେ ବି ବ୍ୟକ୍ତିକୁ କରୋନା ହେଉଛି । ଏହି କ୍ରମରେ ବର୍ତ୍ତମାନ ଏକ ଅଦ୍ଭୁତ ମାମଲା ଯାହାକି ଭ୍ୟାକସିନ ସହ ଜଡିତ ଅଟେ ତାହା ସାମ୍ନାକୁ ଆସୁଛି । କୁହାଯାଉଛି କି ଭ୍ୟାକସିନ ନେବା ପରେ ତାଙ୍କ ଶରୀରର ଚୁମ୍ବକ ହୋଇଯାଇଛି ଓ ଚାମଚ, ଚାବି ଇତ୍ୟାଦି ଜିନିଷ ତାଙ୍କ ଶରୀରରେ ଲାଗି ରହିଯାଉଛି ।

କହିବାକୁ ଗଲେ ଏହିଭଳି ମାମଲା ମହାରାଷ୍ଟ୍ରର ଏକ ଅଞ୍ଚଳରେ ଦେଖାଯାଇଥିଲା । ଯେଉଁଠି ଜଣେ ବ୍ୟକ୍ତିଙ୍କ ଶରୀରରେ ଚାମଚ ଚାବି ଇତ୍ୟାଦି ଲାଗି ଯାଉଥିଲା । ଏମିତିରେ ବର୍ତ୍ତମାନ ଓଡିଶାର ନୀଳିଗିରିରେ ବି ଏହିଭଳି ଏକ ମାମଲା ଦେଖା ଯାଇଛି । ଏଠି ଜଣେ ପରିବାରର ଜଣେ ବ୍ୟକ୍ତିଙ୍କ କହିବା ଅଟେ କି ଭ୍ୟାକସିନ ନେବା ପରେ ତାଙ୍କ ଶରୀର ଏକ ଚୁମ୍ବକ ଭଳି ହୋଇଯାଇଛି ଓ ତାଙ୍କ ଶରୀରରେ ଚାମଚ, କଏନ, ଚାବି ଇତ୍ୟାଦି ଲାଗି ରହି ଯାଉଛି ।

ସେହି ବ୍ୟକ୍ତିଙ୍କ କହିବା ଅଟେ କି ସେ ଏପ୍ରିଲ ୨୬ ତାରିଖରେ ଭ୍ୟାକସିନର ପ୍ରଥମ ଡୋଜ ନେଇଥିଲେ । କିନ୍ତୁ ଗତ କାଲି ଅଚାନକ ଯେତେବେଳେ ତାଙ୍କ ଝିଅ ତାଙ୍କ ଶରୀରରେ ଚାମଚ ଓ କଏନ ସବୁ ଲଗାଇଲା ତେବେ ତାହା ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିଲା । ଏହା ପରେ ଚାଲିଲା ବେଳେ କିମ୍ବା କିଛି ସମୟ ପରେ ତାହା ଖସି ଯାଉଛି । ଏତିକି ନୁହେଁ ତାଙ୍କର ଜଣେ ଭଉଣୀ ଯିଏକି ଅଙ୍ଗନବାଡିର ମାଷ୍ଟରରାଣୀ ଅଟନ୍ତି ତାଙ୍କ ଶରୀରରେ ବି ଏହିଭଳି ଚାମଚ, କଏନ ଓ ଚାବି ଇତ୍ୟାଦି ଲାଗି ଯାଉଛି ।

କିନ୍ତୁ ତାଙ୍କ ଭଉଣୀ ଜାନୁୟାରୀ ୧ରେ ଦ୍ଵିତୀୟ ଡୋଜ ନେଇସାରିଛନ୍ତି । ସେ ଭ୍ୟାକସିନ ନେବା ପରେ ବର୍ତ୍ତମାନ ତାଙ୍କ ଶରୀରରେ ବି ଏହି ସବୁ ଜିନିଷ ଲାଗି ଯାଉଛି । ଏହା ଛଡା ୨୬ ଏପ୍ରିଲରେ ତାଙ୍କ ସହିତ ତାଙ୍କର ସ୍ତ୍ରୀ, ଭେଣେଇ ଓ ଭଉଣୀ ମଧ୍ୟ ଭ୍ୟାକସିନ ନେଇଥିଲେ o ସେମାନଙ୍କ ଶରୀରରେ ବି ଏହି ସବୁ ଜିନିଷ ଲାଗି ରହୁଛି । ଏମିତିରେ ତାଙ୍କର ପରିବାର ଲୋକମାନେ ଏହି ଜିନିଷକୁ ନେଇ ବର୍ତ୍ତମାନ ସେ ଚିନ୍ତିତ ଅଛନ୍ତି ।

କାରଣ ଗୋଟିଏ ପରିବାରରେ ଏହିଭଳି ଅଦ୍ଭୁତ ଘଟଣା ବହୁତ ଚିନ୍ତା ଜଣକ ବିଷୟ ଅଟେ । ଏମିତିରେ ସେମାନେ ଏହାର କାରଣ କଣ ଜାଣିବାକୁ ଚାହୁଁଛନ୍ତି । ଏହା ସହିତ ତୁରନ୍ତ ଏହି ମାମଲାର ତଦନ୍ତ କରିବା ଉଚିତ ଯାହା ଦ୍ଵାରା ଲୋକମାନଙ୍କ ମନରେ ଥିବା ସମସ୍ତ ଅସମଞ୍ଜସ୍ୟ ଦୂର ହେବ ଓ ଭ୍ୟାକସିନକୁ ନେଇ ଥିବା ନେଗଟିବ ଚିନ୍ତାଧାରା ବି ଦୂର ହେବ ।

Leave a Reply

Your email address will not be published. Required fields are marked *