ଟୋଷ୍ଟକୁ ପ୍ରଥମେ ପାଦରେ ଦଳିଲେ, ତା ପରେ ଛେପ ଲଗାଇ କଲେ ପ୍ୟାକ, ଭାଇରାଲ ହେଲା Toast ବନାଇବାର ଏହି Video

ଆମେ ସାଧାରଣତ ସକାଳେ ଚାହା ପିଇବା ସମାୟରେ ତୋଷ୍ଟ ଖାଇବା ପାଇଁ ପସନ୍ଦ କରିଥାଉ । ଅଧିକାଂଶ ଲୋକଙ୍କୁ ଚାହା ସହ ଟୋଷ୍ଟ ଖାବାକୁ ଭଲ ଲାଗିଥାଏ । କିଛି ଲୋକ ଏମାନେ ଟୋଷ୍ଟ କିଣି ନିଜ ଘରେ ରଖି ପ୍ରତିଦିନ ଖାଇବାକୁ ଭଲ ପାଆନ୍ତି । କଣ ଆପଣ ମାନେ ଜାଣିଛନ୍ତି କି ଟୋଷ୍ଟ କାରଖାନାରେ କେମିତି ତିଆରି କରାଯାଏ । ଏହାକୁ ତିଆରି କରିବା ସମୟରେ କେତେ ସଫା ସୁତୁରା ରଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଟୋଷ୍ଟ କିପରି ତିଆରି କରାଯାଏ ସେହି ବିଷୟରେ କହିବାକୁ ଯାଉଛୁ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଜଣେ ଟୋଷ୍ଟ ତିଆରି କରୁଥିବା ବ୍ୟକ୍ତି ଅପରିଷ୍କାର ଭାବେ ଟୋଷ୍ଟ ପ୍ରସ୍ତୁତ କରୁଛି । ସେହି ବ୍ୟକ୍ତି ଜଣକ ଟୋଷ୍ଟ ତିଆରି କରିବା ସମୟରେ ଜାଣି ଜାଣି ଟୋଷ୍ଟ ଉପରେ ପାଦ ରଖୁଛି । ଆଉ କେତେବେଳେ ଜିଭରେ ଛାତି ଟୋଷ୍ଟ କୁ ଫୋପାଡି ଦେଉଛି । ସେହି ବ୍ୟକ୍ତି ଜଣକ ଟୋଷ୍ଟ ଉପରେ ଛେପ ପକାଇ ଗ୍ରାହକ ମାନଙ୍କୁ ପ୍ୟାକ କରି ଦେଉଛି । କାରଖାନା ରେ ଯେବେ ଏହି ଖରାପ କାମ ହେଉଥିଲା ସେହି ସମୟରେ କିଛି ଲୋକ ମାନେ ଏହାର ଭିଡିଓ କରିଥିଲେ । ଏହା ପରେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ଅପଲୋଡ କରା ଯାଇଛି ।

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

ଏହି ଭିଡିଓ ଇଣ୍ଟରନେଟ ଦୁନିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଯିଏ ଏହି ଭିଡିଓ ଦେଖୁଛି ଦେଖିକି ଆଶ୍ଚର୍ଯ୍ୟ ଚକିତ ହେଇ ଯାଉଛି କି ଏହିଭଳି ଭାବେ ଟୋଷ୍ଟ ତିଆରି କରା ଯାଉଛି । ସେହି ବ୍ୟକ୍ତି ର ପାଦ ଓ ଛେପ ଲାଗିଥିବା ଟୋଷ୍ଟ କେଜାଣି କେତେ ଲୋକ ମାନେ ଖାଉଥିବେ । ସେହି ଟୋଷ୍ଟ ରେ କେତେ ଯେ ଜୀବାଣୁ ଥିବେ ତାହା କହି ହେବ ନାହି । ଟୋଷ୍ଟ ତିଆରି କରୁଥିବା ବ୍ୟକ୍ତି ଯାହା କାମ କରିଛି ତାହା ବହୁତ ଖାରପ କଥା ଅଟେ । ଲୋକ ମାନେ କହୁଛନ୍ତି କି ସେହିଭଳି ବ୍ୟକ୍ତିକୁ କଡା ଦଣ୍ଡ ଦେବା ଉଚିତ । ଲୋକ ମାନେ କମେଣ୍ଟ କରି ଲେଖିଛନ୍ତି ସେହି ବ୍ୟକ୍ତିକୁ କଠିନରୁ କଠିନ ଦଣ୍ଡ ଦେବା ଉଚିତ ।

ଆଉ କେହି ଲେଖିଛି ତାଙ୍କ ଘରେ ମହଦୀ ଏହି ଟୋଷ୍ଟ ଯିବା ଉଚିତ । ଏକ ୟୁଜର୍ସ ଲେଖିଛନ୍ତି ଆଜିଠାରୁ ଟୋଷ୍ଟ ଖାଇବା ବନ୍ଦ । ଏହି ଭିଡିଓ ଇଂଷ୍ଟାଗ୍ରାମରେ GiDDa ନାମ ଆକାଉଣ୍ଟରେ ଶେୟାର କରା ଯାଇଛି । ଏହି ଭିଡିଓ ଶେୟାର କରିବା ସହ କ୍ୟାପସନରେ ଲେଖା ଯାଇଛି ଆଜିଠାରୁ ଟୋଷ୍ଟ ବନ୍ଦ । ଯଦି ଆପଣ ଟୋଷ୍ଟ ଖାଉଛନ୍ତି ତେବେ ଏହି ଭିଡିଓ ନିଶ୍ଚୟ ଦେଖିବେ । ଏହି ଭିଡିଓ ଦେଖି ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହି ଘଟଣା ପ୍ରଥମ ଥର ପାଇଁ ନୁହେଁ କି ଖାଇବାରେ କୌଣସି ବ୍ୟକ୍ତି ଛେପ ପକାଇଛି । ଏହା ପୂର୍ବରୁ ତନ୍ଦୁରୀ ରୋଟିରେ ଛେପ ପକାଇବାର ଭିଡିଓ ସାମନାକୁ ଆସି ସାରିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *