Top 10 ଓଡିଆ ଅଭିନେତ୍ରୀଙ୍କ ବିବାହ ପରେ ଓଲିଉଡ ଛାଡି ଏବେ କଣ କରୁଛନ୍ତି

ଆମ ଓଡିଆ ଧାରାବାହିକରେ ଅନେକ ସୁନ୍ଦର ସୁନ୍ଦର ଅଭିନେତ୍ରୀ କମ କରିଥାନ୍ତି । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତିକି ସେହି ଅଭିନେତ୍ରୀ ମାନେ ସେମାନଙ୍କ ବିବାହ ପରେ କଣ କରିଥାନ୍ତି ? ସେମାନଙ୍କ ଜୀବନ ଶୈଳୀ କିପରି ରହିଥାଏ ? ସେମାନେ ଓଡିଆ ଧାରାବାହିକରେ ପୁନଃଶ୍ଚ କାର୍ଯ୍ୟ କରନ୍ତି କି ? ଆଜି ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବୁ ଏହି ଅନୁଛେଦ ମାଧ୍ୟମରେ । ତେବେ ଆସନ୍ତୁ ଜାଣିବା ଏମିତି ଆଗଧାଡିର ପ୍ରଥମ ୧୦ ଜଣ ଅଭିନେତ୍ରୀଙ୍କ ବିଷୟରେ ।

୧- କେ ଶୈଳଜ ରାଓ

ଶୈଳଜା ଆମ ଓଡିଆ ଧାରାବାହିକ ଆମ ଘର ଲକ୍ଷ୍ମୀର ମୁଖ୍ୟ ଖଳନାଇକା ଭାବେ ବେସ ପରିଚିତ । ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । କିନ୍ତୁ ତାଙ୍କ ବିବାହ ପରେ ସେ ଏହି ଧାରାବାହିକରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ବାଣିଜ୍ୟ କାରବାରରେ ସାହାଯ୍ୟ କରିଥିଲେ ।

୨- ରାନୁ କର

ରାନୁ କର ଓଡିଆ ଧାରାବାହିକ ସିନ୍ଦୁର ବିନ୍ଦୁରେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । କିନ୍ତୁ ତାଙ୍କ ବିବାହ ପରେ ସେ ଏହି ଧାରାବାହିକରେ କାମ କରିବା ଛାଡି ଦେଇଥିଲେ । ରାନୁଙ୍କ ସ୍ଵାମୀ ଦୁବାଇରେ ଜେନ ଜନ୍ତ୍ରୀ ହୋଇଥିବାରୁ ସେ ବିବାହ ପରେ ଦୁବାଇରେ ତାଙ୍କ ସ୍ବାମୀଙ୍କ ସହ ଜୀବନ ବିତାଉଛନ୍ତି ।

୩- ଶୁଭସ୍ମିତା ପଣ୍ଡା

ଶୁଭସ୍ମିତା ଅନେକ ଓଡିଆ ଧାରାବାହିକ ଏବଂ ଚଳଚିତ୍ରରେ ଅଭିନୟ କରିସାରିଛନ୍ତି । କିନ୍ତୁ ଅତୀତରେ ତାଙ୍କ ବିବାହ ପରେ ସେ ଅଭିନୟ କରିବା ଛାଡି ତାଙ୍କ ସାସୁ ଘରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

୪- ମାହି ମିଶ୍ର

ମାହି ମିଶ୍ର ଓଡିଆ ଧାରାବାହିକ ମୁ ବି ଅର୍ଦ୍ଧଙ୍ଗିନି ରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ସେ ଏହି ଧାରାବାହିକ ନିର୍ମାଣ ସମୟରେ ତାଙ୍କର ତୁଷାରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଶେଷରେ ସେମାନେ ପରସ୍ପରଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରରେ ରହି ନିଜର ଘର ସଂସାର ସମ୍ଭାଲୁଛନ୍ତି ।

୫- ବନଯା ପଣ୍ଡା

ବନଯା ପଣ୍ଡା ଓଡିଆ ଧାରାବାହିକରେ ପୋଲିସ ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ତାଙ୍କ ଅଭିନୟ କାରଣରୁ ଏହି ଧାରାବାହିକ ଖୁବ ଚର୍ଚିତ ହୋଇଥିଲା । କିନ୍ତୁ ତାଙ୍କ ବିବାହ ପରେ ସେ ଏହି ଧାରାବାହିକରେ କାମ କରିବା ଛାଡିଛନ୍ତି ।

୬- ଏଲି ପାଢୀ

ଏଲି ପାଢୀ ଓଡିଆ ଜଗତର ଜେନ ଚର୍ଚିତ ଆଙ୍କର ଅଟନ୍ତି । କିନ୍ତୁ ତାଙ୍କ ବିବାହ ପରେ ସେ ଓଲିଉଡ ଠାରୁ କିଛି ଦିନ ପର୍ଯ୍ୟନ୍ତ ଦୂରରେ ଥିଲେ । ଏବେ ସେ ପୁଣିଥରେ ଅଭିନୟ କରିବା ଆରମ୍ଭ କରିଦେଇଛନ୍ତି । ଆପଣମାନେ ଏବେ ତାଙ୍କୁ ଓଡିଆ ଧାରାବାହିକ ସିନ୍ଦୁରର ଅଧିକାରରେ ଅଭିନୟ କରୁଛନ୍ତି ।

୭- ଅର୍ପିତା କର

ଅର୍ପିତା କର ଓଡିଆ ଧାରାବାହିକ ଦୂର୍ଗାରେ ମୁଖ୍ୟ ନାୟିକା ଭାବେ ସୁନ୍ଦର ଅଭିନୟ କରି ସାରିଛନ୍ତି ।   କିନ୍ତୁ ଅର୍ପିତା ଯେତେବେଳେ ସନ୍ତାନ ପ୍ରାପ୍ତି କରିଥିଲେ ସେତେବେଳେ ସେ ଏହି ଧାରାବାହିକରେ କାମ କରିବା ଛାଡିଦେଇଥିଲେ । ପରେ ସେ ପୁନଃଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ କିଛି ଦିନ ମଧ୍ୟରେ ଏହି ଧାରାବାହିକତି ବନ୍ଦ ହୋଇ ଯାଇଥିଲା । ଅର୍ପିତା ଏବେ ଅନ୍ୟ ଏକ ଧାରାବାହିକରେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *