କରୋନା ତୃତୀୟ ଲହରର ମୁକାବିଲା କରିବା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି, ଏହି ସବୁ ଦିଗରେ ରହିବ ନଜର

କରୋନାର ଦ୍ଵିତୀୟ ଲହର ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ କି କରୋନାର ତୃତୀୟ ଲହରକୁ ନେଇ କେତେକ ବିଶେଷଜ୍ଞ ଭବିଷ୍ୟବାଣୀ କରୁଥିବାର ନଜର ଆସୁଛନ୍ତି । ଏହି ଭବିଷ୍ୟବାଣୀ ଯାହାକି ସତ ହୋଇପାରେ ଏହାକୁ ଦ୍ରୁଷ୍ଟିରେ ରଖି ସମସ୍ତେ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି ।

କିନ୍ତୁ ତୃତୀୟ ଲହରର ପ୍ରଭାବ ଆମ ସମସ୍ତଙ୍କ ଉପରେ କେମିତି ରହିବ ଏହା ତିନୋଟି ଦିଗ ଉପରେ ନିର୍ଭର କରେ । ଗୋଟିଏ ହେଲା କୋବିଡ ନିୟମ, ଦ୍ଵିତୀୟ ହେଲା ଟୀକା କାରଣ, ଓ ତୃତୀୟ ଭାଇରସର ପରିବର୍ତ୍ତନ ରୂପ । ଏହି ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି ସମସ୍ତେ ସଂକ୍ରମିତ ହୋଇ ପାରନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।କହିଦେଉଛୁ କି ଦେଶରେ ବର୍ତ୍ତମାନ B1.617.2 ଭୂତାଣୁ ଦେଖା ଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହା ସଂକ୍ରମିତ କରୁଛି ।

ଓଡିଶାରେ ବି ଏହି B1.617.2 ଭୂତାଣୁ ନଜର ଆସୁଛି । କରୋନାର ପ୍ରଥମ ଲହରରେ B1.617.1 ଭୂତାଣୁ ଦେଖା ଯାଉଥିଲା । କିନ୍ତୁ ତାହା ବର୍ତ୍ତମାନ ପାଖାପାଖି ନିଷ୍କ୍ରିୟ ହୋଇଯାଇଛି । ମେ ୧୫ ରୁ ମେ ୨୫ ପର୍ଯ୍ୟନ୍ତ ଭାରତରେ କରୋନା ପଜିଟିବଙ୍କ ସଂଖ୍ୟା ବହୁତ ହିଁ ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ଏହା ଧୀରେ ଧୀରେ କମ ହେବାରେ ଲାଗିଛି । କିନ୍ତୁ ଭୁବନେଶ୍ଵର, କଟକ, ଢେଙ୍କାନାଳ ଓ ଓଡିଶାର ଅନ୍ୟ କେତେକ ଜିଲ୍ଲାରେ ସଂକ୍ରମଣର ମାତ୍ରା ଅଧିକ ରହୁଛି ।

କିନ୍ତୁ ୧୦ ରୁ ୧୫ ଦିନ ମଧ୍ୟରେ ଏହି ସ୍ଥିତିରେ ସୁଧାର ଆସିଯିବ ବୋଲି କୁହାଯାଉଛି । କିନ୍ତୁ ଯଦି ମୃତକମାନଙ୍କ ବିଷୟରେ କହିବା ତେବେ ଏହି ମାମଲାରେ ଓଡିଶାରେ ସ୍ଥିତି କାବୁରେ ଅଛି । କହିବାକୁ ଗଲେ ମୃତ୍ୟୁ ସଂଖ୍ୟା ବଢିବାର ମୁଖ୍ୟ କାରଣ ହେଉଛି କେତେକ ରୋଗୀ କରୋନାରେ ପୀଡ଼ିତା ହେବା ପରେ ତାଙ୍କ ଶରୀରରେ ଅନ୍ୟ କିଛି ରୋଗ ନଜର ଆସୁଛି । ଅନ୍ୟ କେତେକ କ୍ଷେତ୍ରରେ ଦେଖା ଯାଉଛି କି କିଛି ଲୋକମାନେ କରୋନାର ଲକ୍ଷଣ ଶରୀରରେ ନଜର ଆସିବା ସତ୍ବେ ବି ସେ ଏହା ବିଷୟରେ ଲୁଚାଉଛନ୍ତି ।

ଯେଉଁ କାରଣରୁ କିଛି ଦିନ ପରେ ଯେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ତେବେ ତାଙ୍କର ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇ ଯାଉଛି । ଏହି କାରଣରୁ ବି ମୃତ୍ୟୁ ସଂଖ୍ୟା ବଢୁଛି । ସେହିଭଳି ଟୀକାକରଣକୁ ନେଇ ସରକାର କହିଛନ୍ତି କି କୋଭିସିଲ୍ଡ ଓ କୋଭାକ୍ସିନ କମ୍ପାନୀ ତାଙ୍କର ପ୍ରଡକସନକୁ ଆହୁରି ଅଧିକ ବଢାଇସାରିଛନ୍ତି । ଏହା ସହିତ ସରକାର ଆକଳନ କରୁଛନ୍ତି କି ଡିସେମ୍ବର ସୁଦ୍ଧା ଦେଶରେ ଟୀକା କରଣ ସମାପ୍ତ ହୋଇଯିବ ।

କହିଦେଉଛୁ କି ବ୍ଲାକ ଫଙ୍ଗସ ମାମଲାରେ ଓଡିଶା ବହୁତ ଭଲ ସ୍ଥିତିରେ ଅଛି । କହିଦେଉଛୁ କି ରାଜ୍ୟ ସରକାର ବି ତୃତୀୟ ଲହରର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆମ ରାଜ୍ୟରେ ବହୁତ କମ ମାତ୍ରାରେ କରୋନା ରୋଗୀ ରି – ଇନଫେକସନ ହେଉଛନ୍ତି । ଏହିଭଳି ରି – ଇନଫେକସନ ପ୍ରାୟତଃ କେବଳ ହସ୍ପିଟାଲ ଓ ହେଲଥ କେୟାରମାନଙ୍କ ଶରୀରରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *