ତୃତୀୟ ଲହରକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ଭାରତ ପାଇଁ ବହୁତ ହିଁ ବିପଦ ଜଣକ ରହିସାରିଛି । ଏମିତିରେ ଦେଶରେ ତୃତୀୟ ଲହରକୁ ନେଇ ଆଶଙ୍କା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ବି ଆରମ୍ଭ କରିସାରିଛନ୍ତି ।

କୁହାଯାଉଛି କି ତୃତୀୟ ଲହର ପ୍ରଥମ ଓ ଦ୍ଵିତୀୟ ଲହର ଠାରୁ ଆହୁରି ଅଧିକ ଭୟଙ୍କର ହୋଇପାରେ । ଯଦି ଓଡିଶା ବିଷୟରେ କହିବା ତେବେ ରାଜ୍ୟରେ ଅକ୍ଟୋବର ଓ ନଭେମ୍ବର ମାସରେ ତୃତୀୟ ଲହର ଦେଖା ଦେଇ ପାରେ ବୋଲି କିଛି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି । କହିଦେଉଛୁ କି କିଛି ୟୁରୋପୀୟ ଦେଶ ଗୁଡିକରେ ତୃତୀୟ ଲହର ଆରମ୍ଭ ହୋଇ ସାରିଛି ।

ସେଥିପାଇଁ ଆମ ରାଜ୍ୟରେ ତୃତୀୟ ଲହରକୁ ନେଇ ସଚେତନ ହୋଇଯିବା ଆବଶ୍ୟକ । ଆମ ରାଜ୍ୟରେ ପ୍ରଥମ ଓ ଦ୍ଵିତୀୟ ଲହର ମଧ୍ୟରେ ସମୟର ବହୁତ ବ୍ୟବଧାନ ଥିଲା । କିନ୍ତୁ ତୃତୀୟ ଲହର ଆସିବାରେ ଏହି ବ୍ୟବଧାନ ବହୁତ କମ ହୋଇଯିବ ଅର୍ଥାତ ଆଉ ଅଳ୍ପ କିଛି ଦିନ ମଧ୍ୟରେ ତୃତୀୟ ଲହର ଚାଲି ଆସିବ । ଗତକାଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହା ବିଷୟରେ ରାଜ୍ୟ ସରକାରଙ୍କୁ ସୂଚିତ ମଧ୍ୟ କରିସାରିଛନ୍ତି ।

ସେ ନିଜର ରିପୋର୍ଟରେ କହିଛନ୍ତି କି ତୃତୀୟ ଲହରରେ ୧୮ ବର୍ଷରୁ ରୁ କମ ବୟସର ପିଲାମାନେ ଅଧିକ ଆକ୍ରାନ୍ତ ହୋଇପାରନ୍ତି । ଯାହାକି ଏକ ଗମ୍ଭୀର ସମସ୍ୟା ଅଟେ । ଏହା ପରେ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି କି ଶିଶୁ ମାନଙ୍କର ଚିକିତ୍ସା ପାଇଁ ଅତିରିକ୍ତ ୩ ହଜାର ବେଡର ପ୍ରସ୍ତୁତି କରାଯାଇଛି । ଏଥିରେ ୬୦୦ ଆଇସିୟୁ ବେଡ ମଧ୍ୟ ରହିଛି । ଏହା ସହିତ ଶିଶୁମାନଙ୍କର ଚିକିତ୍ସା କରିବା ନିମନ୍ତେ ୪୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯାଉଛି ।

ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟରେ ୧୩ ଟି ଜିଲ୍ଲାରେ ଆରଟିପିସିଆର ଲ୍ୟାବ ତିଆରି କରିବାର ଯୋଜନା ମଧ୍ୟ ଚାଲିଛି । ଏହା ସହିତ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ରାଜ୍ଯରେ ୪୪ ଟି ଲିକ୍ୟୁଡ ଅକ୍ସିଜେନ ମେଡିକାଲ ପ୍ଳାଣ୍ଟ ଓ ପିଏସ ପ୍ଳାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ସେହିଭଳି ଟିକା କରଣକୁ ଯୋରଦାର କାରିବା ପାଇଁ ସରକାର ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି । କିନ୍ତୁ ରାଜ୍ୟରେ କୋଭିଶିଲ୍ଡ ଟିକାର ଅଭାବ ଯୋଗୁ ଏହା ବାଧା ପ୍ରାପ୍ତ ହେଉଛି ।

ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି କି ତାଙ୍କୁ ଅତିରିକ୍ତ ୧୫ ଲକ୍ଷ ଟୀକା ଯୋଗାଇ ଦିଆଯାଉ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟରେ ଦିନକୁ ୫ ଲକ୍ଷ ଡୋଜ ଟୀକା କରଣର ସୁବିଧା ଅଛି ଯାହାକି ବହୁତ ହିଁ ଅଳ୍ପ ଅଟେ । ଯଦି କେନ୍ଦ୍ର ସରକାର ଅଧିକ ଟୀକା ଯୋଗାଇ ଦେବେ ତେବେ ଟୀକା କରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ହୋଇ ପାରିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *