ତୁଳା ରାଶି ଓ କୁମ୍ଭ ରାଶି କେଉଁ ରାଶି ଟି ଅଧିକ ବୁଦ୍ଧିମାନ ଓ ଧନୀ ? ଜାଣିବାକୁ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳା ର ଆଶୀ ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଗୁଣ, କ୍ୟାରିୟାର, ଭବିଷ୍ୟତ ବିଷୟରେ କହିବାକୁ ଯାଉଛୁ । ଏହି ୨ଟି ରାଶି ମଧ୍ୟରୁ ଅଧିକ ବୁଦ୍ଧିମାନ ଓ ଧନୀ କିଏ ତାହା ବିଷୟରେ ମଧ୍ୟ ଆଲୋଚନା କରିବୁ । ପ୍ରଥମେ ଆସନ୍ତୁ ଜାଣିବା ତୁଳା ରାଶି ବିଷୟରେ । ଚିତ୍ର ନକ୍ଷତ୍ରର ତୃତୀୟ ଓ ଚତୁର୍ଥ ପାଦ ସ୍ଵାତି ଓ ବିଶାଖା ନକ୍ଷତ୍ରର ପ୍ରଥମ ୩ଟି ପାଦରେ ଜନ୍ମ ଲାଭ କରିଥିବା ବ୍ୟକ୍ତିଙ୍କର ତୁଳା ରାଶି ଅଟେ ।

ଏହି ରାଶିର ଲୋକଙ୍କର ପ୍ରଥମ ଅକ୍ଷରଟି ର,ରା, ବି, ରେ, ରୋ ଇତ୍ଯାଦିରୁ ଆରମ୍ଭ ହୋଇଥାଏ । ଆପଣ ଅନେକ ଗୁଣରେ ବିଦ୍ୟମାନ ଅଟନ୍ତି । ଆପଣ ପରିଶ୍ରମୀ, ବୁଦ୍ଧିବନ୍ତ, କୌଶଳୀ, କଳା ବିଦ୍ୟା, ସଙ୍ଗୀତ ପ୍ରିୟ, ନ୍ୟାୟ ବିଚାରବନ୍ତ, କ୍ରୋଧୀ ଅଟନ୍ତି । ଏହି ରାଶି ରଜୋଗୁଣରର ପ୍ରତୀକ ଅଟେ । ଶୁକ୍ର ଆପଣଙ୍କର ଅଧିପତି ଅଟନ୍ତି । ଆପଣ ପ୍ରାୟତ ସୁଦୃଶ୍ୟ ଚେହରା, ମାଂସପେଶୀ ଯୁକ୍ତ, ତୀକ୍ଷଣ ମେଧା ସମ୍ପନ୍ନ ଅଟନ୍ତି । ଆପଣଙ୍କର ଅନ୍ୟ ମାନଙ୍କ ପେକ୍ଷା ଇମ୍ୟୁନିଟି ପାୱାର କମ ରହିଥାଏ ।

ଅନ୍ୟାୟ ସହିବା ଆପଣଙ୍କ ପାଇଁ ବିରାଟ ଅପରାଧ । ନିସାସକ୍ତ ଅବସ୍ଥାରେ ଥିବା ବେଳେ ଲୋକେ ଆପଣଙ୍କୁ ଘୃଣା କରନ୍ତି । ଏଥିପାଇଁ ସମାଜରେ ସମ୍ମାନ ହାନି ହୋଇଥାଏ । ଧନ, ସମ୍ପତି, ଭ୍ରମନକୁ ଭଲ ପାଆନ୍ତି । ଲଭ ଲାଇଫରେ ଧୋକା ଖାଇଥାନ୍ତି । ଏହି ରାଶିର ପୁରୁଷ ଓ ନାରିଙ୍କ ମଧ୍ୟରେ ଅହଂକାର କାରଣରୁ ଜୀବନ ସାଥିଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥାଏ । ଯଦି ଉପଯୁକ୍ତ ଜୀବନ ସାଥି ମିଳିଯାଏ ଦାଂପତ୍ଯ ଜୀବନ ସୁଖମୟ ହୋଇଯାଏ । ଶୁଭ ଦିନ ଶୁକ୍ରବାର, ସଂଖ୍ୟା ୬, ଧାତୁ ରୂପା, ଶ୍ରେଷ୍ଠ ରତ୍ନ ହୀରା ।  ବେପାର ବାଣିଜ୍ୟ, ଚାକିରି କ୍ଷେତ୍ରରେ ଆପଣ ଲାଭବାନ ହୋଇଥାନ୍ତି ।

ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ । ଆପଣଙ୍କର ଧନିଷ୍ଠ, ଶ୍ଵେତଭିକ୍ଷ, ପୂର୍ବଭେଦ ନକ୍ଷତ୍ର ହୋଇଥିବ । ଆପଣଙ୍କର ନାମର ପ୍ରଥମ ଅକ୍ଷର ଗୁ, ଗେ, ଗୌ, ସ, ସି, ସୋ ରୁ ଆରମ୍ଭ ହୋଇଥାଏ । ରାଶି ଅଧିପତି ଗ୍ରହ ଶନି ଅଟନ୍ତି । କୁମ୍ଭ ସମାନ ଆପଣ ଗମ୍ଭୀର, ପରୋକାରୀ ଅଟନ୍ତି । ଏମାନେ ଗର୍ବୀ, ରତିପ୍ରିୟ, କୃପଣ, ମନୟ, ରାଜା ବଲ୍ଲଭ, ଖ୍ୟାତିନାମା, ଚକ୍ଷୁବର୍ଣ୍ଣ, ଶୃଙ୍ଗାରଭୋଗ୍ୟ, ଅଳ୍ପ ପଣ୍ଡିତ ହୋଇଥାନ୍ତି । ବେଳେବେଳେ ପର ବୁଦ୍ଧିରେ ପଡିଥାନ୍ତି ।

ଏମାନଙ୍କର ଚେହରାର ବିଶେଷତ୍ଵ ହେଲା ମଧ୍ୟମ ଉଚ୍ଚତା ସମ୍ପନ୍ନ ବ୍ୟକ୍ତି, କର୍କଶ କଣ୍ଠ, ରୁପବନ୍ତ କର୍ଣ୍ଣ, ସୁନ୍ଦର ଚକ୍ଷୁ, ଦୀର୍ଘ ଚରଣ । ଏମାନଙ୍କର ରକ୍ତଚାପ, ଆଁଠୁଗଣ୍ଠି, ମାନସିକ ରୋଗ, ମୁଣ୍ଡ ବିନ୍ଧା ଭଳି ରୋଗ ଦେଖାଯାଏ । ଏମାନେ ଚତୁର ବୁଦ୍ଧି ସମ୍ପନ୍ନ, ଧର୍ଜ୍ୟବନ୍ତ, କାମାତୁର, କ୍ରୂର ଓ ହିଂସ୍ରକ, ଶାନ୍ତ ସ୍ଵଭାବ, କାବ୍ଯ କବିତା, ସଙ୍ଗୀତରେ ପାରଦର୍ଶିତା ଦେଖାଇଥାନ୍ତି । ଆପଣ ବିପ୍ଳବୀ, କର୍ମବୀର ଅଟନ୍ତି ।

ସମାଜର କଲ୍ୟାଣ ପାଇଁ ଭଲ କାମ କରିଥାନ୍ତି । ପରିବାରର ଭାର ଆପଣଙ୍କ ଉପରେ ରହିଥାଏ । ଆପଣଙ୍କର ଶୁଭ ବାର ଶୁକ୍ରବାର, ସଂଖ୍ୟା ୧, ଧାତୁ ସୀସକ, ରତ୍ନା ଇନ୍ଦ୍ରନୀଳ, ରଙ୍ଗ ନୀଳ, ବାଇଗଣି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *