ତୁଳସୀ ଗଛରେ ପାଣି ଦେଲାବେଳେ ଜପନ୍ତୁ ଏହି ଖାସ ମନ୍ତ୍ର, ହେବ ଚମତ୍କାର

ଆମର ହିନ୍ଦୁଧର୍ମ ରେ ତୁଲସୀ ଗଛ ର ବହୁତ ଅଧିକ ମହତ୍ଵ ରହିଛି । ଶାସ୍ତ୍ର ରେ କୁହାଯାଇଛି ଆମେ ଘରେ ଯଦି ଏହି ପବିତ୍ର ଗଛ କୁ ପୂଜା କରନ୍ତି ତ ଘରର ପବିତ୍ରତା ବଜାୟ ରହିଥାଏ । ଏବଂ ଘରୁ ସବୁ ନକରାତ୍ମକ ପ୍ରଭାବ ଦୂରେଇ ଯାଇ ସକାରାତ୍ମକ ପ୍ରଭାବ ପଡିଥାଏ । ଆଉ ଘରେ ସୁଖ ଏବଂ ଶାନ୍ତି ର ବାତ୍ତାବରଣ ରହିଥାଏ । ତୁଲସୀ ଗଛ ରେ ସ୍ଵୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ତୁଲସୀ ପତ୍ର ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ହୋଇଥାଏ ।

ଏହା ଛଡା ତୁଲସୀ ଗଛରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ । ଏହିଇପାରି ଭାବରେ ତୁଲସୀ ଗଛ ଆମର ବିଭିନ୍ନ ପ୍ରକାର ଉପକାର ରେ ଲାଗିଥାଏ ।  ତୁଲସୀ ୩ ପ୍ରକାରର ହୋଇଥାଏ ।

ଯଥା:- କୃଷ୍ଣ ତୁଳସୀ, ଧଳା ତୁଳସୀ ଏବଂ ରାମ ତୁଳସୀ । ଏଥି ମଧ୍ୟରୁ କୃଷ୍ଣ ତୁଳସୀ ସବୁଠୁ ଅଧିକ ମହତ୍ତ୍ଵ ରହିଛି । ତୁଲସୀର ପୂଜା କରିବା ଦ୍ଵାରା ପାପ ନାଶ ହୋଇଥାଏ ଏବଂ ଶାନ୍ତି ମିଳିଥାଏ । ତୁଳସୀ ଗଛରେ ପ୍ରତ୍ଯେକ ଦିନ ଜଳ ଅର୍ପଣ କରା ଯାଇଥାଏ । କିନ୍ତୁ ତୁଳସୀ ଗଛରେ ଜଳ ଦେବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ଵାରା ଆମର ସୁଖ ସମୃଦ୍ଧିରେ ବୃଦ୍ଧି ହେବା ସହ ଘରକୁ ଧନ ର ଆଗମନ ହୋଇଥାଏ । ଏବଂ ଏହା ସହ ରୋଗ ବ୍ୟାଧି ରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆପଣ ଯେତେବେଳେ ସକାଳେ ତୁଳସୀ ଗଛରେ ପାଣି ଦେଉଛନ୍ତି ସେହି ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରକୁ ସୁଖ ଏବଂ ସମୃଦ୍ଧି ଆସିଥାଏ । ମନ୍ତ୍ର ଟି ହେଉଛି:-

ମହାପ୍ରସାଦ ଜନନୀ,

ସର୍ବ ସୌଭାଗ୍ୟବର୍ଧିନୀ

ଆଧି ବ୍ୟାଧି ହରା ନିତ୍ୟବଂ

ତୁଳସୀ ତ୍ଵ ନମସ୍ତୁତେ ।

ଏହି ଖାସ ମନ୍ତ୍ର କୁ ଯଦି ଆପଣ ପ୍ରତ୍ୟେକ ଦିନ ତୁଲସୀ ଗଛ ରେ ପାଣି ଦେଲା ବେଳେ କେବଳ ଥରେ ମାତ୍ର ଜାପ କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଓ ସମସ୍ୟା ଦୂରେଇଯିବ । ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଘରକୁ ଧନ ର ଆଗମନ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *