ତୁଳସୀ ପାଖରେ ଭୁଲରେବି ରଖନ୍ତୁ ନାହିଁ ଏହି 5ଟି ଜିନିଷ- Vastu Tips  

ଶାସ୍ତ୍ରରେ ତୁଳସୀର ଗଛକୁ ବହୁତ ପବିତ୍ର ଓ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି । କୁହାଯାଏକି ଯେଉଁ ଘରେ ତୁଳସୀର ଗଛ ଥାଏ ସେଠାକୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ । କଥାନୁସାର ତୁଳସୀର ଗଛ ଯଦି ଘର ଅଗଣାରେ ଲଗାଯାଏତ ଘରେ କୌଣସି ପ୍ରକାରର ନକରାତ୍ମକତା ଆସିନଥାଏ ଓ ଘରକୁ ସବୁବେଳେ ସକାରାତ୍ମକ ଊର୍ଜା ରହିଥାଏ । ଶାସ୍ତ୍ର ହିସାବରେ ତୁଳସୀର ଗଛ ପାଖରେ କିଛି ଜିନିଷକୁ ରଖିବା ମନା ହୋଇଥାଏ । ତୁଳସୀ ପାଖରେ ରଖିଲେ ଏହି ଜିନିଷ ଅସୁବିଧାର କାରଣ ମଧ୍ୟ ହୋଇପାରେ ।


ତୁଳସୀ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ :- କୁହାଯାଏକି ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେଁ । ଯେଉଁ ଭଳି ମନ୍ଦିରରେ ଜୋତା ଚପଲ ପିଣ୍ଡି ପ୍ରବେଶ କରି ହୁଏନି ସେହିଭଳି ତୁଳସୀର ଆଖପାଖରେବି ଚପଲ ରଖିବା ଉଚିତ ନୁହେଁ । କାରଣ ତୁଳସୀ ହିଁ ମା ଲକ୍ଷ୍ମୀଙ୍କର ରୂପ ଅଟେ । ଯଦି ଆପଣ ତୁଳସୀ ପାଖରେ ଜୋତା ଚପଲ ରଖୁଛନ୍ତି ତେବେ ତାକୁ ଜଲ୍ଦି ହଟାଇ ଦିଅନ୍ତୁ କାରଣ ପରେ ଆପଣାକୁ କୌଣସି ଆସୁବିଧାର ସମୁଖୀନ ହେବାକୁ ନପଡେ ।


ରାତିରେ ତୁଳସୀଙ୍କ ପାଖରେ ଜଳ ରଖନ୍ତୁ ନାହିଁ :- ଶାସ୍ତ୍ର ଅନୁସାରେ ସନ୍ଧ୍ଯା କାଳ ବା ରାତ୍ରି ସମୟରେ ତୁଳସୀ ପାଖରେ ଜଳ ରଖିବା ଉଚିତ ନୁହେଁ ଓ ନା ହି ତୁଳସୀକୁ ସାନ୍ଧ୍ୟ ସମୟରେ ଜଳ ଅର୍ପିତ କରିବା ଉଚିତ ନୁହେଁ । ତୁଳସୀକୁ ସକାଳେ ସ୍ନାନ କରି ଜଳ ଦେବା ଶୁଭ ବୋଲି କୁହାଯାଇଥାଏ । ତୁଳସୀ ପାଖରେ ଭରା ପାତ୍ର କି ଖାଲି ପାତ୍ର କେବେବି ରଖିବା ଉଚିତ ନୁହେଁ । ଏହା ଘରେ ବାସ୍ତୁ ଦୋଷ ଉତପନ କରିବା ସହିତ ଆର୍ଥିକ ଅସୁବିଧାର ମଧ୍ୟ ସମୁଖୀନ ହେବାକୁ ପଡିଥାଏ ।

ତୁଳସୀ ପାଖରେ ଅସନା କରନ୍ତୁ ନାହିଁ :- ଯଦି ଘର ଅଗଣାରେ ତୁଳସୀ ଗଛ ଲଗାଇଛନ୍ତି ତେବେ ତୁଳସୀ ଆଖପାଖରେ ଅସନା କରନ୍ତୁ ନାହିଁ । ସବୁବେଳେ ସଫା ସୁତୁରା ରଖନ୍ତୁ କାରଣ ତୁଳସୀ ଗଛ ସକରାତ୍ମକତା ସଂଚାର କରିବା ସହିତ ଶାନ୍ତି ପ୍ରଦାନ କରିଥାଏ । ଯଦି ତୁଳସୀ ଗଛ ପାଖରେ ସଫା ସୁତୁରା ରଖିନଥାନ୍ତି ଘରେ ସବୁବେଳେ ଅଶାନ୍ତିର ମହୋଲ ରହିଥାଏ ।


ତୁଳସୀ ଗଛ ପାଖରେ ଓଦା କପଡା ସୁଖାନ୍ତୁ ନାହିଁ :- ଶାସ୍ତ୍ର ଅନୁସାରେ ତୁଳସୀ ପାଖରେ ପବିତ୍ରତାର ଖାସ ଯତ୍ନ ରଖିବା ଉଚିତ । ତୁଳସୀ ପାଖରେ କେବେବି ଓଦା କପଡା ରଖିବା ଉଚିତ ନୁହେଁ ଓ ନା କପଡା ଧୋଇଲ ପରେ ତୁଳସୀ ପାଖରେ ଓଦା କପଡା ଶୁଖାଇବେ । ଏଥିରେ ଘରେ ଥିବା ସକାରାତ୍ମକ ଊର୍ଜା କମହୋଇଥାଏ । ଆଉ ବ୍ୟକ୍ତି ଜୀବନରେ ଆର୍ଥିକ ସମସ୍ଯା ବଢିବାକୁ ଲାଗିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *