ନମସ୍କାର ବନ୍ଧୁଗଣ, କିଛି ଦିନ ପୂର୍ବରୁ ଆପଣ ମାନେ ଖବର ଦେଖିଥିବେ କି ତୁର୍କୀରେ ବହୁତ ବଡ ଭୂକମ୍ପ ହୋଇଥିଲା ସେଠାରେ ବହୁତ କିଛି କ୍ଷୟକ୍ଷତି ମଧ୍ୟ ହୋଇଥିଲା ଯାହାର ଭରଣ ଏବେ ପର୍ଯ୍ୟନ୍ତ ହୋଇପାରି ନାହିଁ । କିନ୍ତୁ ସେହି ଦୃଶ୍ୟ ଆଖି ସାମ୍ନାରୁ ନ ଯାଉଣୁ ଘଟି ଯାଇଛି ଆଉ ଏକ ବଡ ଭୁକକମ୍ପ । ତେବେ ଏହି ବଡ ଭୂକମ୍ପ କେଉଁଠାରେ ଘଟିଛି ଏବଂ ସେଠାରେ କଣ ରହିଛି ପରିସ୍ଥିତି କେତେ କ୍ଷୟକ୍ଷତି ହୋଇଛି ତାହା ସମ୍ପର୍କରେ ବର୍ତ୍ତମାନ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।
ଖବର ଅନୁଯାୟୀ ବର୍ତ୍ତମାନ ସୁଧା ଏକ ବଡ ଖବର ଆସି ପହଞ୍ଚିଛି । ଚୀନ ଓ ତାଜିକିସ୍ତାନରେ ହଠାତ ଥରି ଉଠିଲା ମାଟି । ଲୋକେ କିଛି ବୁଝିବା ପୂର୍ବରୁ ଆଖି ସାମ୍ନାରେ ଘଟିଗଲା ଦୁର୍ଘଟଣାର ତାଣ୍ଡବ ଲୀଳା । ସେଠାରେ ହୋଇଥିବା ଭୂକମ୍ପର ତୀବ୍ରତା ଥିଲା ୭.୩ । ଚୀନ ଏବଂ ତାଜିକିସ୍ତାନର ସୀମା ପାଖରେ ଅନୁଭୂତ ହୋଇଥିଲା ଏହି ବଡ ଭୂକମ୍ପ । ସକାଳୁ ସକାଳୁ ଏଭଳି ଏକ ବଡ ଧରଣର ଭୂକମ୍ପ ହୋଇଥିଲା ।
ତୁର୍କୀ ରେ ହୋଇଥିବା ଭୂକମ୍ପର କାହାଣୀ ଏବଂ ଦୃଶ୍ୟ ଲିଭି ନାହିଁ ଆଖିରୁ । ଏବେ ପର୍ଯ୍ୟନ୍ତ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଲୋକଙ୍କ ମୃତ୍ୟୁ ସଂଖ୍ୟା ୪୦ ହଜାର ରୁ ଅଧିକ ହେବାରେ ଲାଗିଛି ବା ବଢିବାରେ ଲାଗିଛି । ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ ଏବେ ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ । ଆଉ ଏହହା ଭିତରେ ପୁଣି ଆଉ ଏକ ଭୂକମ୍ପର ଚିତ୍ର ସାମ୍ନାକୁ ଆସି ସାରିଛି ।
ସକାଳ ପ୍ରାୟ ଭୋର ୫ଟାରେ ଏହି ଭୂକମ୍ପରେ ଚୀନରେ ଅନୁଭୂତ ହୋଇଥିଲା । ଚୀନର ଝିଜିୟାନ ଠାରେ ଆଜି ସକାଳୁ ହୋଇଥିଲା ବଡ ଭୂକମ୍ପ । ତେବେ ଏହି ଭୂକମ୍ପ ପରେ କଣ କେତେ କ୍ଷୟ କ୍ଷତି ହୋଇଛି । କେତେ ଜଣଙ୍କ ଜୀବନ ଏହି ଭୂକମ୍ପ ନେଇଛି ତାହାର ଆକଳନର କୌଣସି ଖବର ବର୍ତ୍ତମାନ ସୁଧା ପହଞ୍ଚି ପାରି ନାହିଁ ।
କିନ୍ତୁ ଏତେ ବଡ ଭୂକମ୍ପ ଘଟିଛି ତେଣୁ ଏହାର ଅନୁମାନ କରାଯାଉଛି ନିହାତି ଭାବରେ ବଡ ଧରଣର କ୍ଷୟକ୍ଷତି ହୋଇଥିବ । ୭. ୩ ତୀବ୍ରତାର ଯଦି ଭୂକମ୍ପ ହୋଇଥିବା ତେବେ ନିଶ୍ଚୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏଥିରେ ସନ୍ଦେହ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।