Tutu ଭାଇ ଅନୁଭବଙ୍କ ଉପରକୁ କାହିଁକି ହାତ ଉଠାଇଲେ…. ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଓଡିଆ ଇଣ୍ଡଷ୍ଟ୍ରିର ନାମିଦାମି ପ୍ରଯୋଜକ ଟୁଟୁ ଭାଇ ଓରଫ ସଞ୍ଜୟ ନାୟକଙ୍କ ପାଇଁ ସବୁଠାରୁ ବଡ ଦିନ ଥିଲା । ଆପଣ ମାନେ ସମସ୍ତେ ଟୁଟୁ ଭାଇଙ୍କୁ ବେସ ଭଲ ଭାବେ ଜାଣିଥିବେ ଆଉ ତାଙ୍କର ଅନେକ ସୁପର ହିଟ ଫିଲ୍ମ ମଧ୍ୟ ଆପଣ ମାନେ ଦେଖିଥିବେ । ସେ ଅରିନ୍ଦମ, ଅନୁଭବ ଓ ବାବୁସାନ ଙ୍କ ଭଳି କେତେକ ଲୋକପ୍ରିୟ ଅଭିନେତା ମାନଙ୍କୁ ନିଜ ଫିଲ୍ମରେ ଅବସର ଦେଇ ସେମାନଙ୍କର ଭବିଷ୍ୟତ ଗଢିଛନ୍ତି । ତେବେ ଗତ କାଲି ଥିଲା ଟୁଟୁ ଭାଇଙ୍କର ୨୫ ତମ ମ୍ୟାରେଜ ଆନିଭର୍ସରୀ ।

ତେବେ ଗତ କାଲି ରାତିରେ ଅତି ଧୁମଧାମ ସହ ଟୁଟୁ ନିଜ ସ୍ତ୍ରୀଙ୍କ ସହ ଆନିଭର୍ସରୀ ପାଳନ କରିଛନ୍ତି । ତାଙ୍କ ଆନିଭର୍ସରୀ ରେ ଅଭିନେତା ଅନୁଭବ, ଅରିନ୍ଦମଙ୍କ ସହ ଅନେକ ଓଡିଆ କଳାକାର ଆଉ ପ୍ରଯୋଜକ ମାନେ ଯୋଗ ଦେଇଥିଲେ । ଆଉ ଏହାରି ମଧ୍ୟରେ ତାଙ୍କ ଆନିଭର୍ସରୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଯାହାକୁ ଦେଖିଲେ ଆପଣ ମାନେ ବି ହସି ହସି ଗଡିଯିବେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଟୁଟୁ ଭାଇ ଅନୁଭବଙ୍କ ଉପରେ ହାତ ଉଠାଉ ଛନ୍ତି ।

ତେବେ ଟୁଟୁ ଭାଇଙ୍କ ସହ ଓଡିଆ ଅଭିନେତା ଅରିନ୍ଦମ ଆଉ ଅଭିନେତା ଅନୁଭବ ଛିଡା ହୋଇଛନ୍ତି । ସେଠାରେ ଅନୁଭବ ମାଇକ ଧରି କହୁଛନ୍ତି, ଆଜି ମୋର ଅଜା ତୁଲ୍ୟ ଅରିନ୍ଦମଙ୍କର ବି ଅଜା ତୁଲ୍ୟ ଟୁଟୁ ଭାଇଙ୍କ ୨୫ ତମ ଆନିଭର୍ସରୀ । ଅନୁଭବ ଟୁଟୁ ଭାଇ ଙ୍କୁ ଅଜା କହିବାରୁ ସେ ମଜାରେ ହାତ ଉଠାଇ ଦେଇଛନ୍ତି ଆଉ ଠିକ ସେହି ସମୟରେ ଅନୁଭବ ସାଇଡ ମଧ୍ୟ ହୋଇ ଯାଉଛନ୍ତି । ଏହା ପରେ ଟୁତୁ ଭାଇ ଓ ତାଙ୍କ ସ୍ତ୍ରୀ ଅନୁଭବ ଓ ଅରିନ୍ଦମ ଙ୍କ ସହ ବେସ ମଜା ମସ୍ତି କରି ନିଜର ମ୍ୟାରେଜ ଆନିଭର୍ସରୀ ପାଳନ କରିଛନ୍ତି ।

ଆଉ ଅନୁଭବ ଓ ଅରିନ୍ଦମ ମଧ୍ୟ ଦୁହିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ବିଷୟରେ ଅନେକ କଥା କହିଛନ୍ତି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ଆଉ ଟୁଟୁ ଭାଇ ମଧ୍ୟ ଅରିନ୍ଦମ ଆଉ ଅନୁଭବଙ୍କ ତାଙ୍କର ଦୁଇ ପୁଅ ବୋଲି କହିଛନ୍ତି । ଟୁଟୁ ଭାଇ କହିଛନ୍ତି ସିଲଭର ଯୁବଲି ତା ମଜା ଅଲଗା ଥାଏ । ଅରିନ୍ଦମ ମଧ୍ୟ କହିଛନ୍ତି ଟୁଟୁ ଭାଇ ସପକ୍ଷରେ କି ଯେବେ ଆମ୍ବ କଞ୍ଚା ଥିଲେ ତାର ଗୋଟେ ଟେଷ୍ଟ ଥାଏ ଆଉ ଆମ୍ବ ରହିକି ଶଢା ହେଲେ ଆମ୍ବସୋଡା ହୋଇଯାଏ ।

ଅନୁଭବ ଆଗକୁ କହୁଛନ୍ତି ଆରେ ଢମଣା ବୁଲି ବୁଲି ସେଇ ଅଗଣା ଢଗ କହିଛନ୍ତି । ଏହା ପରେ ଅଭିନେତା ଶ୍ରୀତମ ମଧ୍ୟ ସେଠାରେ ଉପସ୍ଥିତ ହୋଇ କହିଛନ୍ତି ଆଜି ମୋର ବି ଆନିଭର୍ସରୀ ଯାହାକୁ ଶୁଣିବା ପରେ ଅରିନ୍ଦମ ଓ ଅନୁଭବ ଦୁହିଙ୍କୁ ସ୍ଟେଜ ଉପରକୁ ଆସିବାକୁ ଅନୁରୋଧ କରିଉଛନ୍ତି । ଆଉ ଉଭୟ ଦମ୍ପତିଙ୍କ ଆନିଭର୍ସରୀ ସେଲିବ୍ରେସନ ହେଉଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓ ଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *