ମହଙ୍ଗା ପଡିଲା କ୍ୟାପରେ ଯାତ୍ରା କରିବା । ମାତ୍ର ୧୭ କିମି ଯିବା ପାଇଁ ଦେବାକୁ ପଡିଲା ୧୦ହଜାର ଟଙ୍କା । ବନ୍ଧୁଗଣ ଆପଣ ମାନେ ଏହି କଥା ଶୁଣିବା ପରେ ବିଶ୍ଵାସ କରୁ ନ ଥିବେ । କିନ୍ତୁ ଏହି କଥା ଟି ସତ ଅଟେ । ବାସ୍ତବରେ ଦେଖିବାକୁ ଗଲେ ୧୭ କିମି ଯାତ୍ରା କରିବା ପାଇଁ ଅଧିକରୁ ଅଧିକ ୨୦୦ରୁ ୩୦୦ ଟଙ୍କା ଭଡା ଦେବାକୁ ପଡିଥାଏ । ଯଦି ଅଡି ଓ ମର୍ଶଡିଜ ପରି ବିଳାସପୂର୍ଣ୍ଣ କାର ବୁକ କରନ୍ତି ସର୍ବାଧିକ ୧୦୦୦ରୁ ୨୦୦୦ଟଙ୍କା ମଧ୍ୟରେ ଭଡା ପଡିବ ।

ତେବେ ଅନେକ ସମୟରେ ଗ୍ରାହକ ମାନେ ଓଭର କହରଜିଞ୍ଜ ପାଇଁ ଅସନ୍ତୋଷ ପ୍ରକାଶ କରିଥାନ୍ତି । କିନ୍ତୁ ଏହି ଘଟଣାରେ ଏତେ ଅଧିକ ଚାର୍ଜ ପଡିଲା ଯେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି ଲୋକ ମାନେ ଓଲା ବା ଅନ୍ୟ କୌଣସି କ୍ୟାପରେ ଯିବା ପାଇଁ ଭୟ କରୁଛନ୍ତି ବୋଲି ସୋସିଆଲ ଇଡିଆରେ ଅନେକ ପୋଷ୍ଟ ଆସିଲାଣି ।
ସୂଚନା ଯୋଗ୍ୟ କି ମାଞ୍ଜେନଷ୍ଟର ସିଟିରେ ସାମ ଜର୍ଜ ନାମକ ଯୁବକ ନିଜ ପାରିବାର ସହ ରହୁଥିବା ବେଳେ ନିଜ ସାଙ୍ଗ ମାନଙ୍କ ସହ ଡିସେମ୍ବର ୨୮ରେ ଏକ ରେଷ୍ଟୁରାଣ୍ଟରେ ପାର୍ଟି କରିବାକୁ ଯାଇଥିଲେ । ଘରକୁ ଫେରିବା ସମୟରେ ଅଧିକ ବିଳମ୍ବ ହୋଇ ଯିବାରୁ ସେ ଏକ କାର ବୁକିଙ୍ଗ କରିଥିଲେ । ସେ କାରଟି ଏସୟୁଭି ଥିଲା । ରାତି ଅଧିକ ହୋଇ ଥିବାରୁ ସେ କାରଟି ବୁକ କରି ନେଇଥିଲେ ।

କିନ୍ତୁ କାରରେ ବସି ଘରକୁ ପହଞ୍ଚିବା ପରେ ଯେଉଁ ବିଲ ସାମନାକୁ ଆସିଥିଲା ତାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ କାର ଚାଳକ ମାତ୍ର ୧୭ କିମି ରାସ୍ତାକୁ ୧୦ହଜାର ଟଙ୍କା ଚାର୍ଜ କରିଥିଲେ । ଏହା ପରେ ସାମ ଓ ଗାଡି ଚାଳକଙ୍କ ଅମଧ୍ୟରେ କାର ଭଡାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ସାମ ପରବର୍ତ୍ତୀ ସମୟରେ ୧୦ହଜାର ଟଙ୍କା ଭଡା ଦେଇଥିଲେ । ସାଧାରଣତ କାର ବୁକିଙ୍ଗ କରିବା ସମୟରେ ଏକ ସମ୍ଭାବ୍ୟ ଭଡା ଦିଆଯାଏ ।
ସାମଙ୍କ କ୍ଷେତ୍ର ରେ ମଧ୍ୟ ଏପରି କରା ଯାଇଛି । କିନ୍ତୁ ବୁକିଙ୍ଗ କରିବା ସମୟରେ ସାମ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ଯାହା ଫଳରେ ୧୦ହଜାର ଟଙ୍କା ଭଡା ଦେବାକୁ ପଡିଥିଲା । ତେବେ ଏହି ଘଟଣା ବାବଦରେ ଲୋକ ମାନେ ମତ ଦେଇଛନ୍ତି କି ସାମ ଙ୍କୁ କାର ବୁକ କରିବା ପୂର୍ବରୁ କେତେ ଚାର୍ଜ ଦେବାକୁ ପଡିବ ତାହା ଦେଖିବାର ଥିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
