ଉକୁଣି, ରୁପି ବା ଚର୍ମ ଉକୁଣି ସବୁଠାରୁ ମୁକ୍ତି ର ଉପାୟ

ଆମର ଖାଦ୍ୟ ପେୟରେ ଏମିତି ବହୁତ ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଆମେ ସେହି ଉପାୟ ଗୁଡିକ କରିବା ଜାଣିନାହୁଁ । ଚାଉଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ, କିନ୍ତୁ ଆପଣମାନେ କଣ ଜାଣିଛନ୍ତି କି ଚାଉଳର ପାଣି ଆମ ଶରୀର ପାଇଁ କେତେ ଲାଭଦାୟକ ଅଟେ । ଚାଉଳ ଧୋଇବା ସମୟରେ ଆମେ ଯେଉଁ ପାଣିକୁ ଫୋପାଡି ଦେଉ ତାହା ଆମ ବାଳ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଜିକାଲି ପ୍ରଦୂଷଣ ଭରା ପରିବେଶରେ ସବୁଠୁ ବଡ ସମସ୍ୟା ହେଉଛି ବାଳ ଝଡିବା । ପ୍ରଦୂଷଣ ଦ୍ଵାରା ବାଳର ମଜବୁତି ଉପରେ ପ୍ରଭାବ ପଡିଥାଏ ।

Image Courtesy: Google

ଚାଉଳ ପାଣି ଦ୍ଵାରା ବାଳକୁ ମସାଜ କରିବା ବହୁତ ଲାଭଦାୟକ ଅଟେ । ଏହାର ତତ୍ଵ ବାଳର ଜଡକୁ ଯାଇଥାଏ ଓ ଏହାକୁ ମଜବୁତ କରିଥାଏ । ବାଳକୁ ଅଧିକ ପୋଷଣ ଦେବାର ଅଛି ତେବେ ରୋଜମୈରୀ, ଲବେଂଡର କିମ୍ବା ଟ୍ରୀ ଟ୍ରୀ  ଭଳି ତେଲ ମଧ୍ୟ ମିଶାଇ ପାରିବେ । ଏହାପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଶ୍ୟାମ୍ପୁ ବାଳକୁ ଯେତିକି ରଫ ଏବଂ ଡ୍ରାଇ କରିଥାଏ ସେଥିପାଇଁ କଂଡୀଶନର ର ବ୍ୟବହାର କରିବା ଉଚିତ ।

Image Courtesy: Google

କିନ୍ତୁ ଆଜିକାଲି କଂଡୀଶନର ବି ବାଳ ଡ୍ରାଏ କରିଦେଉଛି । ଏମତିରେ ଚାଉଳ ପାଣିରେ ବାଳ ଧୋଇବା ଦ୍ଵାରା ବାଳ ନରମ ହୋଇଥାଏ । ଚାଉଳ ପାଣିରେ ଶିକାକାଈ, କମଳାର ଚୋପା, ଅଁଳା ର ପାଉଡର ପକାଇ ଦିଅନ୍ତୁ ଓ ଏହି ମିଶ୍ରଣ ଦ୍ଵାରା ବାଳକୁ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ବାଳ ମଜବୁତ ରହିବ ଓ ଚମକିବ । ଏହା ବ୍ୟତୀତ ଚାଉଳ ପାଣିରେ ମହୁ ମିଶାଇ ବାଳରେ ଲଗାଇ ପାରିବେ ଓ ୧୫ – ୨୦ ମିନିଟ ପରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ବାଳ ସାଇନିଙ୍ଗ ଓ ସୁନ୍ଦର ହୋଇଯିବ । ଆପଣଙ୍କ ମୁଣ୍ଡରେ ଯଦି ଉକୁଣି ଓ ରୂପୀ ଥାନ୍ତି ତେବେ ଆପଣ ରସୁଣ ମୁଣ୍ଡରେ ଲଗାଇ ୨ ଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏହା ପରେ ମୁଣ୍ଡ ଧୋଇ ଦିଅନ୍ତୁ ।

Image Courtesy: Google

ସପ୍ତାହରେ ଦୁଇ ଥର ଏହି ଉପାୟ ବ୍ୟବହାର କରନ୍ତୁ ଆପଣଙ୍କୁ ଲାଭ ନିଶ୍ଚିନ୍ତ ପ୍ରାପ୍ତ ହବ, ମେଥି ମଧ୍ୟ ଏମିତି ଗୋଟେ ଜିନିଷ ଯାହା ଆପଣଙ୍କ ମୁଣ୍ଡରୁ ଉକୁଣି ଆଉ ରୂପୀ ଦୂର କରିବାରେ ସାହାଜ୍ଯ କରିଥାଏ । ରାତିରେ ମେଥି ପାଣିରେ ଭେଦେଇ ରଖି ଦିଅନ୍ତୁ ଏହା ପରେ ସକାଳେ ଉଠି ମେଥିକୁ ବାଟି ଏହାକୁ ତରଳ କରି ନିଅନ୍ତୁ ଏହା ପରେ ଏହାକୁ ମୁଣ୍ଡରେ ଲଗାଇ ୧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏହା ପରେ ମୁଣ୍ଡ ଧୋଇ ଗାଧେଇ ପଡନ୍ତୁ ଆପଣଙ୍କୁ ଆପଣଙ୍କ ଚୁଟି ବହୁତ ଭଲ ଅନୁଭବ ହବ ଓ ଆପଣଙ୍କ ରୂପୀ ଓ ଉକୁଣି ମଧ୍ୟ ଦୂର ହବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *