“ହମ ଆପକେ ହେ କନ” ଫିଲ୍ମରେ ଅଭିନୟ କରିଥିବା କଳାକାର ମାନେ ଆଜି ଦେଖା ଯାଉଛନ୍ତି ଏମିତି

ବଲିଉଡ ଫିଲ୍ମ ୧୯୯୪ରେ “ହମ ଆପକେ ହେ କନ” ରେ “ଦିଦି ତେରା ଦେୱର ଦିୱାବାନା”, “ଯୁତେ ଲେ ଲୋ ପେସେ ଦେ ଦୋ” ଗୀତ ଆଜି ବୋ ଲୋକଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମର ଗୀତ ବ୍ଯତୀତ ଏହାର କାହାଣୀ ଓ ଷ୍ଟାର ମାନଙ୍କର ଦମଦାର ଅଭିନୟ ପାଇଁ ଖୁବ ପାପୁଲାରୀଟି ହାସଲ କରିଥିଲା ।

ଆଜିକୁ ଗତ ୨୬ ବର୍ଷ ହେବ ଏହି ଫିଲ୍ମଟି ରିଲିଜ ହୋଇଥିଲା । ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମର କଳାକାର ମାନେ ଆଜିକା ଡେଟରେ କେଉଁଠି ଓ କେମିତି ଅଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ୧- “ଆଲୋକ ନାଥ” : “ହମ ଆପକେ ହେ କନ” ଫିଲ୍ମରେ ରାଜେଶ ଓ ପ୍ରେମଙ୍କ ଚାଚା ଭୂମିକାରେ କୈଳାଶ ଚରିତ୍ରରେ ଅଭିନେତା ଆଲୋକ ନାଥ ଅଭିନୟ କରିଥିଲେ ।

ଆଜିକା ଡେଟରେ ଆଲୋକ ନାଥଙ୍କୁ ୬୪ ବର୍ଷ ହେବା ବେଳେ ସେ ତାଙ୍କ ସ୍ତ୍ରୀ ଆସୁ ସିଂ ଓ ପୁରା ପରିବାର ସହ ମୁମ୍ବାଇର ଲୋଖଣ୍ଡବାଲା ଫ୍ଲାଟରେ ରହୁଛନ୍ତି । ଆଗ ଅପେକ୍ଷା ସେ ଦେଖିବାକୁ ବହୁତ ଷ୍ଟାଇଲିସ ହେବା ସହ ଜୀନ୍ସ ସାର୍ଟରେ ନଜର ଆସୁଛନ୍ତି । ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଅଛନ୍ତି ।

୨- “ରିମା ଲାଗୁ” : ଏହି ଫିଲ୍ମରେ କୈଳାଶଙ୍କର ସମୁଦୁଣି ଭୂମିକାରେ ଅଭିନେତ୍ରୀ ରିମା ଲାଗୁ ମିସେସ ଚୌଧୁରୀ ଚରିତ୍ରରେ ନଜର ଆସିଥିଲେ । ୨୦୧୭ରେ ତାଙ୍କୁ ୫୯ ବର୍ଷ ବୟସରେ ତାଙ୍କର ନି-ଧ-ନ ହୋଇ ସାରିଛି ।

୩- “ସଲମାନ ଖାନ” : ଏହି ଫିଲ୍ମରେ ପ୍ରେମ ଚରିତ୍ରରେ ଅଭିନେତା ସଲମାନ ଖଣା ନିଜ ଭାଉଜଙ୍କ ଭଉଣୀ ନିଶା ସହ ପ୍ରେମ କରୁଥିବାର ନଜର ଆସିଥିଲେ । ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ହୋଇଥିଲେ ମଧ୍ୟ ସେ ଦେଖିବାକୁ ହ୍ୟାଣ୍ଡସମ ଓ ଡ୍ୟାସିଙ୍ଗ ଲାଗନ୍ତି । ସେ ଆଜି ଯାଏଁ ମ୍ୟାରେଜ କରି ନାହାନ୍ତି ଓ ନିଜର ଅଭିନୟ ଜାରି ରଖିଛନ୍ତି ।

୪- “ମାଧୁରୀ ଦୀକ୍ଷିତ” : ଏହି ଫିଲ୍ମରେ ଅଭିନେତ୍ରୀ ମାଧୁରୀ ନିଶା ଭୂମିକାରେ ତାଙ୍କର ଲୁକ କିଛି ଅଲଗା ରହିଥିଲା । ବର୍ତ୍ତମାନ ତାଙ୍କୁ ୫୩ ବର୍ଷ ହୋଇଥିଲେ ମଧ୍ୟ ସେ ମର୍ଡେନ ଡ୍ରେସରେ ନଜର ଆସୁଛନ୍ତି । ସେ ତାଙ୍କ ସ୍ଵାମୀ ଶ୍ରୀରାମ ନେନେ ଓ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ଆଜି ବି ସେ ନିଜର ଅଭିନୟ ଜାରି ରଖିଛନ୍ତି ।

୫- “ମୋନିଶ ବେହେଲ” : ଏହି ଫିଲ୍ମରେ ସାଧାସିଧା ଚରିତ୍ରରେ ଅଭିନେତା ମୋନିଶ ରାଜେଶ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ତାଙ୍କୁ ୫୯ ବର୍ଷ ହୋଇଥିବା ବେଳେ ସେ ଦେଖିବାକୁ ହ୍ୟାଣ୍ଡସମ ଲାଗୁଛନ୍ତି । ସେ ତାଙ୍କ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ଆଜି ବି ସେ ଅଭିନୟରେ ସକ୍ରିୟ ଅଛନ୍ତି ।

୬- “ରେଣୁକା ସାହାନୀ” : ଏହି ଫିଲ୍ମରେ ପ୍ରେମଙ୍କ ଭାଉଜ ଭୂମିକାରେ ଅଭିନେତ୍ରୀ ରେଣୁକା ନଜର ଆସିଥିଲେ ଯେଉଁଥିରେ ସେ ଛୋଟ କେଶ ସହ ଶାଢୀ ପିନ୍ଧିଥିବା ଲୁକରେ ନଜର ଆସିଥିଲେ । ବର୍ତ୍ତମାନ ସେ ୫୪ ବର୍ଷ ହୋଇଥିବା ବେଳେ ସେ ନିଜର ଲାଇଫ ଷ୍ଟାଇଲରେ ଅନେକ ଚେଞ୍ଜେସ ଆଣିଛନ୍ତି । ସେ ଅଭିନେତା ଆଶୁତୋଷ ରାଣାଙ୍କ ସହ ମ୍ୟାରେଜ କରି ତାଙ୍କ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ଆଜି ବି ସେ ଅଭିନୟ ଜାରି ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *