ମୋ ବାପାଙ୍କୁ ମାରିଦେଲେ! ୪୦ ଦିନରେ ନେଇଗଲେ ଜୀବନ ଯାକର ସମ୍ପତ୍ତି, କିନ୍ତୁ….

ବନ୍ଧୁଗଣ, ଗତବର୍ଷ କୋରୋନା ସଂକ୍ରମଣ ସାରା ବିଶ୍ଵବାସୀ ଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଛି । ବନ୍ଧୁଗଣ ଏହି ସଂକ୍ରମଣ ଗତବର୍ଷ ଠାରୁ ଏଭଳି ଭାବରେ ବଢି ଚାଲିଛି ଯେ, ଏହା କମ ହେବାର ପରିସ୍ଥିତି ଉପୁଜିନାହିଁ । ମାତ୍ର ଚଳିତ ବର୍ଷ ମଧ୍ୟ ଏହା ଲକ୍ଷାଧିକ ମନୁଷ୍ୟ ଙ୍କ ଜୀବନ ନେଇ ଚାଲିଛି ।

ବନ୍ଧୁଗଣ ଅନେକ ବ୍ୟକ୍ତି ଜାଣତ ହେଉ କିଅବା ଅଜଣାତରେ କରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି । ମାତ୍ର ସରକାର ଏହି ସଂକ୍ରମଣ ଠାରୁ ବଞ୍ଚିବା ନିମନ୍ତେ ଟୀକା କାରଣ ବ୍ୟବସ୍ତା ଆରମ୍ଭ କରିଛନ୍ତି । କିନ୍ତୁ ତାହା ମଧ୍ୟ କେତେକ କ୍ଷେତ୍ରରେ ମନୁଷ୍ୟ ଙ୍କୁ ବଞ୍ଚାଇପାରୁନାହିଁ । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କ ପାଇଁ ଏମିତି ମର୍ମହାତ ଘଟଣା ନେଇ ଆସିଛୁ, ଯାହା ଶୁଣିବା ମାତ୍ରେ ଆପଣଙ୍କ ହୃଦୟ ଶୋକଭରା ହୋଇଯିବ ।

ଏହି ଘଟଣା ଅନୁସାରେ ଯୁବକ ଟି ଅତ୍ୟନ୍ତ ଭାଙ୍ଗି ଯାଇ କହୁଛନ୍ତି, ଯେ ବାପାଙ୍କର ଜର ହୋଇଥିଲା ମାତ୍ର ଜର ଥିବା ଅବସ୍ଥାରେ ସେ ଭ୍ୟାକ୍ସିନ ନେଇଗଲେ । ମାତ୍ର ଭ୍ୟାକ୍ସିନ ନେବାପରେ ଜର କ୍ରମଶ ବଢିବାକୁ ଲାଗିଲା । ପରେ କୋଭିଡ ଟେଷ୍ଟ କରାଇବାରୁ ଯୁବକଙ୍କର ବାପା ଙ୍କୁ ସଂକ୍ରମଣ ହୋଇଛି ବୋଲି ପଜେଟିଭ ରିପୋର୍ଟ ବାହାରିଲା । ମାତ୍ର ପୁଅ ଚିନ୍ତା କଲା ଯେ, ସରକାର ହସ୍ପିଟାଲ ରେ ଏତେ ଉନ୍ନତ ମାନର ଚିକିସ୍ୟା ତଥା ସୁବିଧା ନଥିବ । ଏଥିପାଇଁ ନିଜ ବାପା ଙ୍କୁ ସେ ଉନ୍ନତ ମାନର ଚିକିସ୍ୟା କରାଇବା ନିମନ୍ତେ “କଳିଙ୍ଗ ହସ୍ପିଟାଲ” କୁ ନେଇଗଲେ ।

ମାତ୍ର ସେଠାରେ ଜର ଆହୁରି ବଢିବାକୁ ଲାଗିଲା । ରୋଗୀ କୁ ଦେଖୁଥିବା ଡାକ୍ତର ପୁତ୍ର ଟିକୁ କହିଲେ, ୪ ଦିନ ମଧ୍ୟରେ ସଠିକ ହୋଇଯିବେ । ମାତ୍ର ୪ ଦିନ କହିକି ୪୦ ଦିନ ହୋଇଗଲାଣି ରୋଗୀ ଙ୍କ ପରିବାର ଠାରୁ ମନଇଛା ଟଙ୍କା ଚିକିସ୍ୟା ନିମନ୍ତେ ଲୁଟି ଚାଲିଲେ । କ୍ରମଶ ଯୁବକ ଙ୍କର ବାପା ଙ୍କ ଶରୀର ଅବସ୍ତା ବିଗିଡିବାକୁ ଲାଗିଲା । ଏହାପରେ ଅତିରିକ୍ତ ଶରୀର ଖରାବ ହୋଇଯିବାରୁ ଡାକ୍ତର ଯୁବକଙ୍କୁ କୁହନ୍ତି ବର୍ତ୍ତମାନ ସ୍ଥିତି ଆମ ହାତରେ ନାହିଁ ।

ବନ୍ଧୁଗଣ ଏଥିରେ ରୋଗୀଙ୍କ ପରିବାର ଲୋକେ ସମସ୍ତ ସୁନା ଗହଣା ସମେତ ଜମିବାଡି ବିକ୍ରି କରି ନିଜ ପ୍ରିୟଜନ ଙ୍କ ସୁସ୍ଥ ହେବା କାର୍ଯ୍ୟରେ ଲଗାଇ ଦେଲେ । ମାତ୍ର ଡାକ୍ତର ସାଜିଲା ଭକ୍ଷକ । ସମସ୍ତ ଘଟଣା ଜାଣିବା ପରେ ରୋଗୀ ଙ୍କ ସହଯୋଗୀ କଳିଙ୍ଗ ହସ୍ପିଟାଲ ଯାଇ ପହଞ୍ଚିଲେ । ସେଠାରେ ମୋଟ ବିଲ ମାଗିବାରୁ ହସ୍ପିଟାଲ ର ଅଧିକାରୀ ମାନେ କହିଲେ ଯେ ସନ୍ଧ୍ୟାବେଳେ ଆସନ୍ତୁ ।

ସନ୍ଧ୍ୟାବେଳେ ରୋଗୀଙ୍କ ସହଯୋଗୀ ଯାଇ ପହଞ୍ଚିଲା ବେଳକୁ ତାଙ୍କୁ ସବୁଦାୟ ୪୦ ଦିନର ବିଲ ଗୋଟିଏ ଦେଲେ, ସେଥିରେ କୋଭିଦ ବାବଦକୁ ଲକ୍ଷାଧିକ ଟଙ୍କା ଲୁଟିଆ ସାରିଛନ୍ତି ବୋଲି ଜଣା ପଡିଲା ଅନ୍ୟାନ୍ୟ ବେଡ ଚାର୍ଜ, ତଥା ଅନ୍ୟାନ୍ୟ ଚାର୍ଜ ବାବଦକୁ ସମୁଦାୟ ୬ ଲକ୍ଷ ଟଙ୍କା ରୁ ଅଧିକ ନେଇଛନ୍ତି ଏହା ବ୍ଯତୀତ ଆହୁରି ୯୩ ହଜାର ଦେବାକୁ ହେବ ବୋଲି କହିଲେ ।

ନଚେତ ରୋଗୀ କୁ ନେଇ ପାରିବେ ନାହିଁ ବୋଲି ହସ୍ପିଟାଲ ର ଅଧିକାରୀ କହିଲେ । ମାତ୍ର ରୋଗୀ ଙ୍କ ସହଯୋଗୀ ଙ୍କ କହିବା ଅନୁଯାୟୀ ଯେତେବେଳେ ରୋଗୀ ହସ୍ପିଟାଲ କୁ ଯାଇଥିଲା ଚାଲି ଚାଲି ଯାଇଥିଲେ , ମାତ୍ର କଳିଙ୍ଗ ହସ୍ପିଟାଲରେ ଆହୁରି ଗମ୍ଭୀର ପରିସ୍ଥିତି ଉପୁଜିଯାଇଥିଲା । ଆହୁରି ମଧ୍ୟ ସୂଚନା ମିଳିଅଛି ଯେ, ରୋଗୀ ଯେଉଁଠାରେ ଥିଲେ ସେଟା ନର୍ମାଲ ବେଡ ଥିଲା ଯଦି କୋଭିଡ ହୋଇଥାନ୍ତା ତେବେ ତାଙ୍କ ସ୍ତ୍ରୀ ସମେତ ପରିବାର ବର୍ଗ ସେଠାରେ ଯାଇ ଦେଖା ସାକ୍ଷାତ ତଥା ରୋଗୀଙ୍କ ସେବା କରିନଥାନ୍ତେ ।

ବନ୍ଧୁଗଣ ଯଦି ସାଧାରଣ ଜନତା ଭଗବାନ ତୁଲ୍ୟ ଡାକ୍ତର ମାନଙ୍କ ଠାରୁ ଏଭଳି ଚିକିସ୍ୟା ପାଇବ ତେବେ ଡାକ୍ତର ମାନଙ୍କ ଉପରେ ଆଉ ଭରସା ରହିବ କି ? ଏହା ଆମ୍ଭର ଏକ ବିଶାଳ ପ୍ରଶ୍ନ ? ବନ୍ଧୁଗଣ ଏହି ବିଶେଷ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *