ଜାଣନ୍ତୁ କେଉଁ କର୍ମ ଅନୁସାରେ ମିଳେ ସ୍ତ୍ରୀଙ୍କୁ ଯୋନି, ଓ ପୁରୁଷଙ୍କୁ…. Vishnu Purana

ବନ୍ଧୁଗଣ କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ କି ମୃତ୍ୟୁ ପରେ କଣ ହୋଇଥାଏ, କଣ ମୃତ୍ୟୁ ପରେ ସ୍ମାତଙ୍କୁ ମୋକ୍ଷ ମିଳିଥାଏ, କଣ ଆତ୍ମା ପୁଣି ଥରେ ପୃଥିବୀ ପୃଷ୍ଠାରେ ଜନ୍ମ ନେଇଥାଏ ଓ କେଉଁ ରୂପରେ ଆସିଥାଏ । କହିବାର ଅର୍ଥ ହେଉଛି କୌଣସି ପୁରୁଷର ମୃତ୍ୟୁ ପରେ କଣ ସେ ଆର ଜନ୍ମରେ ସ୍ତ୍ରୀ ଭାବେ ଜନ୍ମ ନେଇଥାଏ ନା ପୁରୁଷ ଜନ୍ମ ନେଇଥାଏ ବା ପଶୁ ରୂପରେ ଧରିତ୍ରିକୁ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ ଆଧାରିତ କିଛି ବିଶେଷ କଥା କହିବାକୁ ଯାଉଛୁ ।

ପ୍ରାଚୀନ କାଳରେ ଭାରତ ଦେଶରେ ଭଗବନା ଋଷଭ ଦେବାଙ୍କ ପୁତ୍ର ମହାରାଜା ଭାରତ ଶାସନ କରୁଥିଲେ । ତାଙ୍କର ଶାସନ କାଳ ପଦ୍ଧତି ଏତେ ସଠିକ ଥିଲା କି ଆଗାମୀ ସମୟରେ ଆମ ଦେଶର ନାମ ଭାରତ ରଖାଯାଇଛି । ତାଙ୍କ ଭଳି ତାଙ୍କ ସ୍ତ୍ରୀ ସର୍ବଗୁଣା ସମ୍ପନ୍ନ ଥିଲେ ଯାହାଙ୍କର ନାମ ପଞ୍ଚଜନି ଥିଲା । ଦୁହିଙ୍କର ୫ଟି ପୁତ୍ର ଓ ଭୋଗ ବିଳାସ ଜୀବନ ଥିଲେ ମଧ୍ୟ ରାଜା ଖୁସି ନ ଥିଲେ ।

ରାଜା ଯାଇଥିଲେ ସଂସାର ସୁଖ ଭୋଗ ବିଳାସରେ ନୁହେଁ ବରଂ ମୋକ୍ଷ ପାଇବାରେ ଅଛି । ଏହା ପରେ ରାଜା ସମୟ କ୍ରମେ ନିଜର ରାଜ୍ୟ ତ୍ୟାଗ କରି ବନବାସ କରିଥିଲେ । ସେ ମହାରୁଷି ପୁଲହାରଙ୍କ ଆଶ୍ରମରେ ରହି ନିଷ୍ଠାର ସହ ଭଗବତ ପ୍ରାପ୍ତିରେ ଲୀନ ରହିବାକୁ ଲାଗିଲେ । ସମୟ କ୍ରମେ ରାଜା ଭାରତ ଭାରତ ମୁନି ହେବାରେ ଲାଗିଲେ ।

ସେ ସାଂସାରିକ ବନ୍ଧନରୁ ମୁକ୍ତି ହୋଇ ମୋକ୍ଷ ପାଇବାର ଅଧିକାରୀ ହୋଇଗଲେ । ଦିନେ ଭାରତ ମୁନି ଜନ୍ମ ହୋଇଥିବା ହରିଣ ଛୁଆକୁ ଦେଖିଲେ ଯାହାର ମା ହୁଏ ତ ପ୍ରାଣତ୍ୟାଗ କରି ସାରିଛି । ହରିଣ ଛୁଆକୁ ଦେଖି ଭାରତ ମୁନୀଙ୍କର ଦୟା ଆସିଲା । ଏହା ପରେ ସେ ହରିଣ ଛୁଆକୁ ନେଇ ଆଶ୍ରମରେ ରଖି ତାର ଲାଳନପାଳନ କରିବାରେ ଲାଗିଲେ ।

ଏହି ସମୟ ମଧ୍ୟରେ ଭାରତ ମୁନି ନିଜର ପୂଜା ପାଠ କଥା ଭୁଲିବାକୁ ଲାଗିଲେ । ଅନ୍ୟ ପକ୍ଷରେ ହରିଣ ଛୁଆ ବଡ ହେବାରେ ଲାଗିଲା । ଭାରତ ମୁନି ହରିଣ ଛୁଆ ସ୍ନେହରେ ଏତେ ଭାବୁକ ହୋଇଗଲେ ମୃତ୍ୟୁ ସମୟରେ ମଧ୍ୟ ତାକୁ ଖୋଜୁଥିଲେ । ଆସନ୍ତା ଜନ୍ମରେ ଭାରତ ମୁନି ପୁର୍ନ୍ନବାର ହରିଣ ଛୁଆ ଭାବେ ଜନ୍ମ ନେଇ ଧରିତ୍ରିକୁ ଆସିବା ପରେ ତାଙ୍କୁ ନିଜର ଭୁଲ ବୁଝି ପାରିଲେ ।

ଏହା ପରେ କଠୋର ତପସ୍ୟା ଦ୍ଵାରା ସେ ପୁନବାର ମଣିଷ ରୂପ ନେଲେ । ଏଥିରୁ ସ୍ପଷ୍ଟ ହେଉଛି ମଣିଷ ମୃତ୍ୟୁ ସମୟରେ ଯାହା ବୋଧ କରିଥାଏ ପରବର୍ତ୍ତୀ ଜନ୍ମରେ ସେହି ରୂପ ନେଇ ଜନ୍ମ ହୋଇଥାଏ । ଯେଉଁ ନାରୀ ପୁରୁଷର କାମନାରେ ରହିଥାଏ ବା ପୁରୁଷ ନାରୀର କାମନାରେ ରହିଥାଏ ଆଗାମୀ ଜନ୍ମରେ ସେ ସେହି ରୂପରେ ଜନ୍ମ ନେଇଥାଏ । ଯେଉଁ ବ୍ୟକ୍ତି ପଶୁ ବା ବ୍ୟକ୍ତି ସହ ଖରାପ ବ୍ୟବହାର କରିଥାଏ ପର ଜନ୍ମରେ ସେହି ରୂପ ନେଇ ଜନ୍ମ ନେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *