Weather Update- ଗତ 24 ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଏହି 4ଟି ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବରଗଡ ଜିଲ୍ଲା ଅମ୍ବାଭନା ଅଞ୍ଚଳରେ ସର୍ବାଧିକ ୧୫୫ ମିଲି ମିଟର ବର୍ଷା ରେକର୍ଡ କରା ଯାଇଛି । ସେହି ପରି ସମ୍ବଲପୁରର ନାକଲି ଦେଉଳରେ ୧୪୫ ମିଲି ମିଟର ବର୍ଷା ରେକର୍ଡ କରା ଯାଇଛି ।

ଏହା ଛଡା ବୌଦ୍ଧ କଣ୍ଟାମାଳୀରେ ୧୩୮ ମିଲି ମିଟର, ବରଗଡ ଭଟଲିରେ ୧୩୪ ମିଲି ମିଟର, କେନ୍ଦୁଝର ଚମ୍ପୁଆରେ ୯୯ ମିଲି ମିଟର ବର୍ଷା ରେକର୍ଡ ହୋଇଛି ଯାହା ପାଣିପାଗ ବିଭାଗରୁ ସୂଚନା ଜାରି କରା ଯାଇଛି । ରାଜ୍ୟର ୨୯ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ରେକର୍ଡ କରା ଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହି ଜିଲ୍ଲା ଗୁଡିକରେ ମଧ୍ୟରେ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଆଦି ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ୪ଟି ଜିଲ୍ଲା କୁ ୟୋଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭାଗ ପକ୍ଷରୁ ଆସନ୍ତା ଦୁଇ ରୁ ତିନି ଦିନ ଯାଏଁ ବର୍ଷା କମ ରହିବ ବୋଲି ସୂଚନା ଜାରି କରା ଯାଇଛି ।

ଝାଡଖଣ୍ଡ ଓ ଛତିଶଗଡ ଜିଲ୍ଲାରେ ଏବେ ଲୋ ପ୍ରେସର ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏ ସବୁ ଜିଲା ଗୁଡିକରେ ୟେଲୋ ଜୋନ ଜାରି କରା ଯାଇଛି । ତେଣୁ ମଶ୍ଚ୍ୟଜୀବି ମାନେ ସମୁଦ୍ରକୁ ନ ଯିବା ପାଇଁ ସୂଚନା ଦିଆ ଯାଇଛି ।

ଅଧିକ ବର୍ଷା ହେବା ସହ ପ୍ରବଳ ରୁ ପ୍ରବଳ ପବନର ବେଗ ମଧ୍ୟ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । ଓଡିଶାରେ କିଛି ସ୍ଥାନ ଗୁଡିକରେ ମଧ୍ୟମ ଧରଣର ମଧ୍ୟ ବର୍ଷା ହୋଇଛି । ଏହା ସହ ପୁରୀରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରଣରୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *