ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ପଶ୍ଚିମା ଝଡ ପ୍ରଭାବରୁ ରାଜ୍ୟର ଅନେକ ଜିଲ୍ଲା ଗୁଡିକରେ ବର୍ଷା ର ପରିମାଣ ଅଧିକ ରହିଛି । ଯାହା କାରଣରୁ ଅନେକ ବ୍ୟାପକ କ୍ଷୟ କ୍ଷତି ହୋଇ ସାରିଛି । ବର୍ତ୍ତମାନର ସବୁଠାରୁ ବଡ ବ୍ରେକିଙ୍ଗ ନିୟୁଜ ହେଉଛି ଆଉ 4 ଦିନ ବର୍ଷିବ । ରାଜ୍ୟରେ ଆଉ 4 ଦିନ ବର୍ଷା ହେବ । ଅଧିକ ବର୍ଷ ସମ୍ଭାବନା ନ ଥିଲେ ସ୍ୱଳ୍ପ ରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ ।
ଉପକୂଳ ସମେତ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଗତ କାଲି ଅନେକ ରାଜ୍ୟରେ ନିରଧୂମ ବର୍ଷା ହୋଇଥିଲା । କୁଆ ପଥର ର ବଡ ବଡ ଖଣ୍ଡ ଦେଖିବାକୁ ମିଳିଥିଲା ଅନେକ ସ୍ଥାନ ମାନଙ୍କରେ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେ ଏକ କିଲୋ ଓଜନର କୁଆ ପଥର ଦେଖା ଯାଇଛି । ଖୋର୍ଦ୍ଧା, କଟକ, ବଲାଙ୍ଗୀର,ବାଲେଶ୍ଵର ସମେତ ପଶ୍ଚିମ ଓଡିଶାରେ ବିଭିନ୍ନ ସ୍ଥାନରେ କୁଆ ପଥର ସହ ବର୍ଷା ହୋଇଛି ।
ଆସନ୍ତା 24 ତାରିଖ ବେଳକୁ ଆଉ ଥରେ ପଶ୍ଚିମ ଝଡ ଆସିବାର ସମ୍ଭାବନା ଅଛି । ମାର୍ଚ୍ଚ 24 ରୁ 28 ତାରିଖ ଯାଏଁ ସେହି ଝଡର ପ୍ରଭାବ ରହିପାରେ । ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଆଦି ଜିଲ୍ଲା ଗୁଡିକରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି । ନୂଆପଡା, ମାଲକାନାଗିରି ଜିଲ୍ଲାରେ କାଲି ବର୍ଷା ହେବାର ସମ୍ଭାବନା ଅଛି । ମାର୍ଚ୍ଚ 23 ଓ 24 ତାରିଖ ଶୁଖିଲା ପାଗ ରହିବାର ସମ୍ଭାବନା ଅଛି ।
25 ତାରିଖ ସକାଳୁ ପଶ୍ଚିମା ଝଡ ଆସିବାର ସମ୍ଭାବନା ରହିଛି । ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କରେ ଓ ଦକ୍ଷିଣ ଆଭ୍ୟନ୍ତରଣୀୟ ଜିଲ୍ଲା ମାନଙ୍କରେ ପଶ୍ଚିମା ଝଡ ର ପ୍ରଭାବ ରହିପାରେ । ମାର୍ଚ୍ଚ 28 ତାରିଖ ବେଳକୁ ଆଉ ଗୋଟେ ପଶ୍ଚିମା ଝଡ ଆସିବାର ସମ୍ଭାବନା ଅଛି । ଯାହା କାରଣରୁ କୁଆ ପଥର ବର୍ଷା ହେବାର ସମ୍ଭାବନା ଅଛି । କେନ୍ଦ୍ରୀୟ ରାଜ୍ୟ, ଓଡିଶା ଏଥିପାଇଁ ପ୍ରଭାବିତ ହେବ ।
ଏହା ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ରହିବାର ଅନୁମାନ କରା ଯାଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ । ପଶ୍ଚିମ ଓଡିଶା ରେ ନବରଙ୍ଗପୁର, ବଲାଙ୍ଗୀର, ଗଜପତି ଏବଂ ଦକ୍ଷିଣ ଓଡିଶାର ଗଞ୍ଜାମ ଜିଲ୍ଲା ରେ ବର୍ଷା ପରିମାଣ କାଲି କମିପାରେ ।
ଆଜି ମେଜର ଭାବେ ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ଯଥା ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂପୁର, କଟକ, କେଉଁଝର, ଯାଜପୁର ରେ ବର୍ଷା ହେବାର ସମ୍ଭାବନା ବହୁତ ଅଧିକ ରହିଛି । 24 ତାରିଖ ସନ୍ଧ୍ୟା ପରେ ପୁଣି ଥରେ ବର୍ଷା ହେବାର ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।