ଯେମିତି କି ଆପଣ ସମସ୍ତେ ଜାଣିସାରିଥିବେ କି ବାତ୍ୟା ୟାସ ଓଡିଶାର କିଛି ଅଞ୍ଚଳର ସ୍ଥଳଭାଗକୁ ଛୁଇଁସାରିଛି । ଏମିତିରେ ଲ୍ୟାଣ୍ଡଫଳ ହେବାର ଦୃଶ୍ୟ ଅତି ଭୟଙ୍କର ଅଟେ । ଯାହାକୁ ବର୍ଣନା କରିବା ଅସମ୍ଭବ ଅଟେ । ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵରରେ ବର୍ତ୍ତମାନ ପ୍ରବଳ ବର୍ଷା ସହ ପବନର ବେଗ ବି ବଢି ଚାଲିଛି ।
ଏଠି ପବନର ବେଗ ୧୦୦ କିମି ପ୍ରତି ଘଣ୍ଟାରୁ ବି ଅଧିକ ଅଛି । କେବଳ ବାଲେଶ୍ଵର ନୁହେଁ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ବି ବର୍ଷା ସହ ପବନ ହେଉଛି । ସୂଚନା ଅନୁସାରେ ବାଲେଶ୍ଵର ବୁଢାବଳଙ୍ଗ ନଦୀରେ ବନ୍ୟା ଆସିବାରୁ ଏହାର ପାଖାପାଖି ଅଞ୍ଚଳରେ ଥିବା କେତେକ ଗାଁର ପାଣି ପଶି ଯାଇଛି । ଯେଉଁ କାରଣରୁ ପ୍ରାୟତଃ ଗାଁର ଘର ଗୁଡିକ ବୁଡି ଯାଇଛି ।
କୁହାଯାଉଛି କି ପରଖି ପଞ୍ଚୟାତର ଏକ ଗାଁରେ ପାଖାପାଖି ୧୦୦ ଜଣ ଲୋକମାନେ ଫସି ଯାଇଛନ୍ତି । ଏହା ସହିତ କୁହାଯାଉଛୁ କି ସେହି ଗ୍ରାମ ବାସୀମାନଙ୍କ ପାଖରେ ଡଙ୍ଗା ଅଛି କିନ୍ତୁ ସେ ଗୁଡିକ ମଧ୍ୟ ବୁଡି ଯାଇଛି । ଯେଉଁ କାରଣରୁ ସେମାନେ ସେହି ସ୍ଥାନରୁ ଆସି ପାରୁ ନାହାନ୍ତି କି କୌଣସି ବି ପ୍ରକାରର ସୁବିଧା ତାଙ୍କ ପାଖକୁ ପହଞ୍ଚି ନାହିଁ । ଏମିତିରେ ସେମାନେ ସମସ୍ତେ ସରକାରଙ୍କ ସାହାର୍ଯ୍ୟକୁ ଅନେଇ ବସିଛନ୍ତି ।
ଆମେ ଆଶା କରୁଛୁ କି ସେହି ସ୍ଥାନକୁ ଏନଡ଼ିଆରଏଫ ଓ ଓଡ୍ରାଫ ଟିମ ଯଥା ଶୀଘ୍ର ପହଞ୍ଚି ଯାଉ । ସୂଚନା ଅନୁସାରେ ସ୍ଥାନୀୟ ଲୋକମାନଙ୍କର କହିବା ଅଟେ କି ସକାଳ ସମୟରେ ପାଣି ବଢୁଥିଲା କିନ୍ତୁ ବର୍ତ୍ତମାନ ସମୟରେ ପାଣିର ସ୍ତର ଧୀରେ ଧୀରେ କମ ହେବାରେ ଲାଗିଛି । କହିବାକୁ ଗଲେ ଚାନ୍ଦିପୁର ଜଙ୍ଗଲ ଘେରି ଗାଁରେ ଅଚାନକ ମାଡି ଆସିବାରୁ ଲୋକମାନେ ଘରୁ ବାହାରି ଆସି ପାରିଲେ ନାହିଁ ।
ସେଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେମାନେ ସେହି ପାଣି ଘେରରେ ଫସି ରହିଛନ୍ତି । ଏହି ବାତ୍ୟାର ପ୍ରଭାବ ଆସନ୍ତା ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ରହିବ । ପରିଖି ଗାଁରୁ ସରକାର କିଛି ଲୋକମାନଙ୍କୁ ସରକାର ସ୍ଥାନାନ୍ତରଣ କରି ଦେଇଥିଲେ । କିନ୍ତୁ କିଛି ଲୋକମାନେ ନିଜର ଭିଟାମାଟି ଛାଡି ଯିବା ପାଇଁ ମନା କରିଦେଲେ ଓ ସେଥିପାଇଁ ସେମାନେ ସେହି ସ୍ଥାନରେ ରହିଗଲେ ।
କହିବାକୁ ଗଲେ ଏହି ସ୍ଥାନରେ ପୂର୍ବରୁ କେବେ ବି ପାଣି ଆସି ନ ଥିଲା । ଏହା ପ୍ରଥମ ଥର ଅଟେ । ବାତ୍ୟା ୟସର ପ୍ରଭାବରେ ଅନ୍ୟ କେତେକ ଅଞ୍ଚଳରେ ବି ପାଣି ପଶି ଯାଇଛି ଓ କେତେକ ସ୍ଥାନରେ ଲୋକମାନେ ପାଣିରେ ଫସି ଯାଇଛନ୍ତି । ଏହା ସହିତ ପବନର ବେଗ ବଢିବା କାରଣରୁ ଗଛ ଗୁଡିକ ବି ଭାଙ୍ଗି ଯାଇଛି ।
https://www.facebook.com/KanakNews/videos/468272034234575