ନମସ୍କାର ବନ୍ଧୁଗଣ ଆଜିର ଆଧୁନିକ ଯୁଗରେ ଗୀତ ଗାଇବା ପାଇଁ ଅନେକ କଳାକାର ଅଛନ୍ତି କିନ୍ତୁ ତାଙ୍କର ସଙ୍ଗୀତ ସବୁ ପୂର୍ବରୁ ଗାଉଥିବା ଗୀତିକାର ମାନଙ୍କ ଠାରୁ ଅଲଗା ଅଟେ । କାରଣ ପୂର୍ବରୁ ଯେଉଁ ଗୀତିକାର ଥିଲେ ତାଙ୍କ କଣ୍ଠ ଦାନ ଏତେ ସୁନ୍ଦର ଆଉ ଭାବ ରହିଥିଲା ଯାହା ଆଜି ବି ଲୋକଲୋଚନ ହୋଇ ରହିଛି । ଯାହାକୁ ଆଜି ବି ଲୋକେ ମାନେ ରଖୁଛନ୍ତି ଆଉ ଗୁଣୁ ଗୁଣୁ ହୋଇ ଗାଇଥାନ୍ତି । ତେବେ ଆପଣମାନେ ଭିକାରି ବଳ ହୁଅନ୍ତୁ କି ଚିତ୍ତ ଜେନା ହୁଅନ୍ତୁ ତାଙ୍କ କଣ୍ଠରୁ ନିଶ୍ଚୟ ଗୀତ ଶୁଣିଥିବେ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରତିଭା ବିଷୟରେ କହିବାକୁ ଯାଉଛୁ ଯିଏ କି ବଡ ବଡ ଗୀତିକାରଙ୍କର ଗୀତକୁ ନିଜ କଣ୍ଠରେ ସଙ୍ଗୀତ ଗାଉଛନ୍ତି ତାଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କର ଗୀତରେ ଏତେ ଭାବ ରହିଛି ଯାହାକୁ ଶୁଣିବାକୁ ବହୁତ ଭଲ ଲାଗୁଛି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ଅନାମ ମଉସା ଯାହାଙ୍କର ଘର ଖୋର୍ଦ୍ଧା ଜିଲା କୁମାରଡିହ ଗାଁରେ ।
ଆପଣ ମାନେ ଏହି ଭିଡିଓରେ ଶୁଣିପାରିବେ କିପରି ଅନାମ ମଉସା ଭିକାରି ବାଲାଙ୍କ ଗୀତ ଶ୍ୟାମ ହେ ଭାବ ବିନୋଦିଆ ଘନ ଶ୍ୟାମ ହେ ଗୀତ ଗାଉଛନ୍ତି ଯାହା ଶୁଣିବାକୁ ଖୁବ ମନୋଲୋଭା ଲାଗୁଛି । ସେ ଜଣେ ଚାଷୀ ହୋଇ ମଧ୍ୟ ଏଭଳି ସୁନ୍ଦର କଣ୍ଠରେ ଗୀତ ଗାଉଛନ୍ତି । ସେ ଚତୁର୍ଥ ଶ୍ରେଣୀରେ ପଢିବା ବେଳେ ଗୀତ ଗାଉଛନ୍ତି ।
ଯେବେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେବେ ଠାରୁ ସେ ଚାଷ କରି କରି ଗୀତ ଗାଉଛନ୍ତି । ସେ ମାତ୍ର ୧୦ମ ଯାଏଁ ପଢିଛନ୍ତି କାରଣ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଠିକ ନ ଥିଲା । ଚାଷ କରିବା ସମୟରେ ଭଗବାନଙ୍କୁ ସ୍ମରଣ କରି ସେ ଭଜନ ଗାଇଥାନ୍ତି । ଅନାମ ମଉସା କହିଛନ୍ତି ନିଜର କ୍ଳାନ୍ତ ଦୂର କରିବା ପାଇଁ ସେ ଚାଷ ସାରିବା ପରେ ଭଗବାନଙ୍କୁ ସ୍ମରଣ କରି ଭଜନ ଗାଇଥାନ୍ତି ।
ତାଙ୍କ ଘରେ ବାପା, ବୋଉ, ୪ ଭାଇ, ୪ ଭଉଣୀ ଅଛନ୍ତି । ତାଙ୍କୁ ୩୦-୪୦ ବର୍ଷ ହୋଇଥିଲେ ମଧ୍ୟ ସେ ସଙ୍ଗୀତ ରେ କୌଣସି ସାଧନା କରି ନାହାନ୍ତି । ତା ପରେ ତାଙ୍କୁ ସମସ୍ତେ କହିଲେ ଏତେ ବର୍ଷ ହେଲା ଗୀତ ଗାଉଛି ଯଦି ସାଧାନ କରିବୁ ତେବେ ଗୀତ ଟିକେ ମାର୍ଜିତ ହେବ ।
ଏହା ପରେ ସେ କୃଷ୍ଣ ଚନ୍ଦ୍ର ବାନା ଙ୍କ ନିକଟକୁ ଯାଇ ସାରେ ଗାମା ପା ଧ ନି ସା ଶିକ୍ଷା ଲାଭ କରିଥିଲେ । ସତରେ ଅନାମ ମଉସା ଚାଷୀ ହୋଇ ମଧ୍ୟ ତାଙ୍କ ପାଖରେ ଏମିତି ଏକ ଅନୋଖା ପ୍ରତିଭା ରହିଛି ଯାହା ସମସ୍ତଙ୍କ ମନ ଜିଣି ପାରିବ । ସେ ନିଜର ପେଟ ପୋଷିବା ପାଇଁ ଚାଷ କାମ କରୁଥିଲେ ବି ସଙ୍ଗୀତ ହେଉଛି ତାଙ୍କର ଜୀବନ ବୋଲି ନିଜେ ଅନାମ ମଉସା କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅନାମ ମଉସାଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।