ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଗୋଟିଏ ଫିଲ୍ମ ଯେତେବେଳେ ରିଲିଜ ହୁଏ ତେବେ କିଛି ଦିନ ପୂର୍ବରୁ ହିଁ ତାହାର ଟ୍ରେଳର ରିଲିଜ ହୋଇଯାଏ । ଠିକ ସେହିଭଳି ବାତ୍ୟା ୟାସର ରୂପ ବି ଏହିଭଳି କିଛି ନଜର ଆସୁଛି । ବାତ୍ୟା ୟାସ ବର୍ତ୍ତମାନ ସ୍ଥଳଭାଗ ଛୁଇଁ ନାହିଁ କିନ୍ତୁ ତାହା ପୂର୍ବରୁ ହିଁ ତାହାର ଟ୍ରେଲର ରିଲିଜ ହୋଇଯାଇଛି ଅର୍ଥାତ ବର୍ତ୍ତମାନ ସମୟରୁ ହିଁ ୟାସ ନିଜର ଭୟଙ୍କର ରୂପ ଦେଖାଇସାରିଛି । କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ୟାସର ପ୍ରଭାବ ଆଜି ଠାରୁ ହିଁ ଦେଖିବାକୁ ମିଳୁଛି ।
ସେହି ଅଞ୍ଚଳରେ ବର୍ଷା ସହ ପବନ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏମିତିରେ କେନ୍ଦ୍ରପଡା ଜିଲ୍ଲାର ରାଜନଗର ବ୍ଲକର ଏକ ଗାଁରେ ହଠାତ ଏକ ଘୁର୍ନି ଝଡ ମାଡି ଆସିଲା । ଲୋକମାନେ ଚିନ୍ତା କରୁଥିଲେ କି ବାତ୍ୟା କାଲି ଆସିବ କିନ୍ତୁ ହଠାତ ଏହି ଘୁର୍ନି ଝଡ ଆସି କେତେକ ଲୋକମାନଙ୍କ ଘରକୁ ନଷ୍ଟ କରି ଦେଇ ଚାଲି ଯାଇଛି ।
ଯାହା ବିଷୟରେ କେହି ଚିନ୍ତା ବି କରି ନ ଥିଲେ । ଏହି ଗାଁର କିଛି ଘରକୁ ପୁରା ଧୂଳିସାତ କରି ଦେଇଛି । ଗାଁର ଜଣେ ବାସିନ୍ଦା ନିଜର ପରିବାର ସହ ଆଶ୍ରୟସ୍ଥଳୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା । ଠିକ ଏହି ସମୟରେ ହଠାତ ଗୋଟିଏ ଘୁର୍ନି ଝଡ ମାଡି ଆସିଲା ଓ ତାଙ୍କର ଘରକୁ ଗୋଟିଏ ମିନିଟରେ ପୂରାପୂରି ମାଟିରେ ମିଶାଇ ଦେଲା । କେବଳ ଘର ନୁହେଁ ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡକୁ ବି ମାତ୍ର ୨ ମିନିଟରେ ରାସ୍ତାରେ ଫୋପାଡି ଦେଇଛି । ଗୋଟିଏ ଚାଲ ଘରେ କିଛି ଲୋକମାନେ ମଧ୍ୟ ଫସି ଯାଇଥିଲେ ।
ଏମିତିରେ ବହୁତ କଷ୍ଟରେ ସେମାନଙ୍କୁ ସେହି ଚାଲ ଘରୁ ବାହାର କରାଯାଇଛି । ସେହି ପରିବାରର ସମସ୍ତ ଟଙ୍କା ମଧ୍ୟ ନଷ୍ଟ ହୋଇଗଲା । ସେଠିକାର ବାସିନ୍ଦାଙ୍କ ଅନୁସାରେ ସେମାନେ କେବେ ବି ଏହିଭଳି ଦୃଶ୍ୟ ଆଗରୁ ଦେଖି ନାହାନ୍ତି । ମାତ୍ର ୨ ମିନିଟରେ କିଛି ଅଞ୍ଚଳକୁ ଧୂଳିସାତ କରିଦେଲା ଏହି ଘୁର୍ନି ଝଡ । ରମଣୀ ରଞ୍ଜନ ବେହେରା ଓ ଦୀନବନ୍ଧୁ ବେହେରାଙ୍କ ଘରକୁ ଏହି ଘୁର୍ନି ଝଡ ପୂରାପୂରି ଧୂଳିସାତ କରି ଦେଇଛି । ହଠାତ ଝଡ ଆସିବାରୁ ଏମାନେ ନିଜ ଘରୁ କିଛି ଜିନିଷ ପତ୍ର ବି ବାହାର କରି ପାରିଲେ ନାହିଁ ।
ଲ୍ୟାଣ୍ଡଫଳ ପୂର୍ବରୁ ଏହି ବାତ୍ୟାର ଏହିଭଳି ରୂପ ଦେଖି ଲାଗୁଛି ଲ୍ୟାଣ୍ଡଫଳ ପରେ ଘର କଣ ମଣିଷକୁ ବି ଏହି ବାତ୍ୟା ଉଡେଇ ନେଇପାରେ । ୟାସ ଉପକୂଳକୁ ଛୁଇଁ ନାହିଁ କିନ୍ତୁ ଏହା ପୂର୍ବରୁ ହିଁ ଏହାର ଭୟଙ୍କର ରୂପ ନଜର ଆସୁଛି । କାରଣ ଏହି ବାତ୍ୟା ଘର ସହ ଗଛ ବି ଭାଙ୍ଗିବା ଆରମ୍ଭ କରିସାରିଛି । କହିଦେଉଛୁ କି ଏହି ଗ୍ରାମରୁ ୨୯ ହଜାର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ଓ ଆହୁରି ଲୋକମାନଙ୍କୁ ସ୍ଥାନାନ୍ତରିତ କରୁଥିବା ସମୟରେ ହିଁ ଏହି ଘୃଣୀ ଝଡ ଆସିଥିଲା ।
ଏମିତିରେ ଗାଁର କିଛି ପରିବାର ବର୍ତ୍ତମାନ ବହୁତ ଦୁଃଖ, କଷ୍ଟ ଓ ଚିନ୍ତାରେ ଅଛନ୍ତି । ଏହିଭଳି ଦୃଶ୍ୟ ଦେଖି କେତେକ ଲୋକମାନେ କାନ୍ଦୁଛନ୍ତି । କାରଣ ସେମାନଙ୍କ ଆଖି ସାମ୍ନାରେ ହିଁ ସେମାନଙ୍କର ସମସ୍ତ ଧନ ସମ୍ପତି ଘର ଇତ୍ୟାଦି ନଷ୍ଟ ହୋଇଯାଇଛି । ଘରେ ତଳେ ଘରର ଜିନିଷ ପତ୍ର ମଧ୍ୟ ରହିଯାଇଛି । ଏମିତିରେ ସେ ଗୋଟିଏ ମିନିଟରେ ପୂରାପୂରି ଘରୁ ରାସ୍ତାକୁ ଚାଲି ଆସିଲେ ।