ଏ ଯୁଗର ଶ୍ରବଣ କୁମାର, ବାପାକୁ ଟୀକା ଦେବାକୁ ପୁଅ ନିଜ ପିଠିରେ ବସାଇ ବୋହିଲା 6 ଘଣ୍ଟାର ବାଟ… Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଏ ଯୁଗର ଶ୍ରବଣ କୁମାର । କୋରୋନା ଟୀକା ଦେବାକୁ ବାପାକୁ ୬ ଘଣ୍ଟା ପିଠିରେ ବୋହି ନେଇ ଚାଲି ଚାଲି ଯାଉଛି ପୁଅ । ପୁଅ କହୁଛନ୍ତି ବାପାକୁ ୬୭ ବର୍ଷ ହେଲାଣି ତେଣୁ ସେ ଜଙ୍ଗଲ ରାସ୍ତା ଦେଇ ଏତେ ବାଟ ଚାଲି କରି କେମିତି ଯିବେ । ମୋ ପିଲାଦିନରୁ ସେ ମୋତେ କେତେ ଥର କାନ୍ଧରେ ବସାଇ ବୁଲାଇଛନ୍ତି ତ କେତେବେଳେ ବଜାର ନେଇଛନ୍ତି ତ ଆଉ କେତେବେଳେ ଯାତ୍ରା ମେଳା ଦେଖାଇବାକୁ ନେଇଛନ୍ତି ।

ଆଉ ଏବେ ମୁଁ ତାଙ୍କୁ ପିଠିରେ ବୋହି ନେବାରେ ଯେଉଁ ଆନନ୍ଦ ଓ ତୃପ୍ତି ଅନୁଭବ ହେଉଛି ତାହା ବର୍ଣ୍ଣନା କରି ହେବ ନାହି । ଏମିତି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ଆମାଜନରେ । ତେବେ ଏହି ଯୁବକଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ।

ଏହି ଭିଡିଓ ରେ ଦେଖିଆବାକୁ ମିଳିଛି ୨୪ ବର୍ଷୀୟ ଯୁବକ ନିଜର ୬୭ ବର୍ଷୀୟ ବାପାକୁ କାନ୍ଧ ରେ ବସାଇ ଟୀକା କେନ୍ଦ୍ରକୁ ନେଇ ଯାଉଛନ୍ତି । ସେହି ଯବକ ହେଉଛନ୍ତି ତାବି ଯିଏ ଦୀର୍ଘ ୬ ଘଣ୍ଟା ଧରି ବାପାଙ୍କୁ ପିଠିରେ ବସାଇ ୬ ଘଣ୍ଟା ରାସ୍ତା ଯିବା ପରେ ଟୀକା କେନ୍ଦ୍ରରେ ପହଞ୍ଚିଛନ୍ତି ।

ବାପାଙ୍କୁ ପିଠିରେ ବସାଇ ନେବାର ଭିଡିଓ ଡାକ୍ତର ଏରନେକ ଜେନିକ୍ସ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ । ସେ କହିଛନ୍ତି ତାବିଙ୍କ ବାପାଙ୍କ ବୟସ ଅଧିକ ହୋଇଥିବା ଯୋଗୁ ତାଙ୍କୁ ଭଲରେ ଦେଖାଯାଉ ନାହି । ଏହା ସହ ତାଙ୍କର ବହୁମୂତ୍ର ସମସ୍ଯା ଥିବାରୁ ସେ ଠିକରେ ଚଳା ବୁଲା ମଧ୍ୟ କରିପାରୁ ନାହାନ୍ତି ।

ତେଣୁ ସେ ବାପାଙ୍କୁ କାନ୍ଧରେ ବସାଇ ଟୀକା ଦେବା ପାଇଁ ନେଇ ଯାଇଥିଲେ । ତେବେ ଏହି ଫୋଟୋ ଜାନୁଆରୀ ୧ ତାରିଖରେ ଉତ୍ତୋଳନ ହୋଇଥିବା ଜଣା ପଡିଛି । ବନ୍ଧୁଗଣ ଅନେକ ସମୟରେ ଦେଖା ଯାଉଛି କି ଆଜିର ପିଲା ମାନେ ନିଜ ବାପା ମାଙ୍କୁ ବୋଝ ଭାବିବା କାରଣରୁ ଜରାଶ୍ରମ ରେ ଛାଡି ଦେଇ ଆସୁଛନ୍ତି ପୁଅ ବୋହୁ ।

ସେମାନେ ଘରେ ରହିଲେ ବି ସେମାନଙ୍କର ଦେଖାଶୁଣା ସଠିକ ଭାବେ କରୁ ନାହାନ୍ତି ପୁଅ ବୋହୁ ମାନେ । ହେଲେ ତାବି ଯେଉଁ ଭଳି ଭାବେ ନିଜ ବାପାଙ୍କୁ ପିଠିରେ ବସାଇ ଟୀକା ଦେବାକୁ ନେଲେ ତାହା ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହ ଯେଉଁ ମାନେ ନିଜର ବାପା ମାଙ୍କୁ ପାଖରେ ରଖୁ ନାହାନ୍ତି ସେମାନଙ୍କ ପାଇଁ ପ୍ରେରଣା ହେବ । ଏଥିରୁ ଆଜିର ଯୁବ ପିଢୀ କିଛି ଶିକ୍ଷା ଲାଭ କରିବେ କହିଲେ କିଛି ଭୁଲ ହେବ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ତାବିଙ୍କ ଏଭଳି ମହାନ କାମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *