ମାନିକେ ମାଗେ ହିଥେ Yohini ଏବେ ଗାଇବେ Bollywood ଫିଲ୍ମରେ ଗୀତ

‘ମାନିକେ ମାଗେ ହିଥେ’ ଗୀତ ଆପଣ ସମସ୍ତ ନିଶ୍ଚିତ ରୂପରେ ଶୁଣିଥିବେ । ଏହା ଏକ ଶ୍ରୀଲଙ୍କା ଦେଶର ଗୀତ ଅଟେ । ଯାହାକୁ ୟୋହାନି ନାମକ ଜଣେ ଗାୟିକା ଗାଇଛନ୍ତି । ଏହା ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ନିଆଁ ଭଳି ଭା-ଇ-ରା-ଲ ହେବାକୁ ଲାଗିଛି । ଏହି ଗୀତକୁ ଗାଇ ଥିବା ଶ୍ରୀଲଙ୍କା ଦେଶର ୟୋହାନିଙ୍କ କ୍ରେଜ ବି ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସେ ପୁରା ଦୁନିଆର ସେଲିବ୍ରିଟି ହୋଇ ଯାଇଛନ୍ତି ।

ସବୁ ଜାଗାରେ ବର୍ତ୍ତମାନ ତାଙ୍କର ଡିମାଣ୍ଡ । ତାଙ୍କୁ ବହୁତ ରିୟାଲିଟି ଶୋ ଓ ଅନ୍ୟ କିଛି କାର୍ଯ୍ୟକ୍ରମକୁ ଅତିଥି ରୂପରେ ନିମନ୍ତ୍ରଣ କରାଯାଉଛି । ବର୍ତ୍ତମାନ ଖବର ଆସୁଛି କି ସେ ବଲୀଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ପୁରା ବିଶ୍ଵ ତାଙ୍କର ଗୀତକୁ ବହୁତ ପସନ୍ଦ କରୁଛନ୍ତି । ସେ ବଲୀଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । ଅଜୟ ଦେବଗନ, ସିଦ୍ଧାର୍ଥ ମାଲ୍ହୋତ୍ରା ଓ ରାକୁଲ ପ୍ରୀତଙ୍କ ଫିଲ୍ମ ‘ଥ୍ଯାଂକ ଗଡ’ରେ ମାନିକେ ମାଗେ ହିଥେ ଟ୍ରାକକୁ ହିନ୍ଦୀ ଭାଷାରେ ୟୋହାନି ହିଁ ଗାଇବେ । ଏହାକୁ ନେଇ ଇନ୍ଦ୍ର କୁମାର କହିଛନ୍ତି କି ୟୋହାନିଙ୍କ ଗୀତ ଏକ ସୁପର ହିଟ ଟ୍ରାକ ହୋଇ ଯାଇଛି । ଖୁବ ଶୀଘ୍ର ଏହାର ଶୁ-ଟି-ଙ୍ଗ ମଧ୍ୟ ଆରମ୍ଭ କରାଯିବ । ଯାହାକୁ ଆସନ୍ତା ବର୍ଷ ରିଲିଜ କରାଯିବ ।

ଅନ୍ୟ ପଟେ ୟୋହାନି ନିଜର ବଲୀଉଡ ଡେବ୍ୟୁକୁ ନେଇ ବହୁତ ଖୁସି ଅଛନ୍ତି । ତନିଷ୍କ ବାଗଚି ଏହି ଗୀତକୁ କମ୍ପୋଜ କରୁଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ ତୃତୀୟ ଥର ପାଇଁ ରାକୁଳ ପ୍ରୀତଙ୍କ ସହ ନଜର ଆସିବେ । କହିଦେଉଛୁ କି କିଛି ଦିନ ତଳେ ଶ୍ରୀଲଙ୍କାର ସୁନ୍ଦରୀ ଗାୟିକା ୟୋହାନିଙ୍କୁ ବିଗ ବସରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ସଲମାନ ଖାନଙ୍କ ସହ ସ୍ଟେଜ ଶେୟାର କରିଥିଲେ ।

ଏହି ସମୟରେ ସଲମାନ ଖାନ ବି ତାଙ୍କର ଏହି ଗୀତକୁ ଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏହି ଶବ୍ଦ ଗୁଡିକୁ ବୁଝି ପାରି ନ ଥିଲେ । ସେଥିପାଇଁ ସେ ଏହି ଶବ୍ଦ ଗୁଡିକୁ ହିନ୍ଦୀରେ ପରିବର୍ତ୍ତନ କରି ଦେଇ ଥିଲେ । ଥ୍ଯାଙ୍କ ଗଡ ଫିଲ୍ମରେ ମାନିକେ ମାଗେ ହିଥେ ଟ୍ରାକକୁ ୟୋହାନି ହିନ୍ଦୀ ଭାଷାରେ ଗାଇବେ ବୋଲି ଟି ସିରୀଜ ନିଜର ଇଂସ୍ଟାଗ୍ରାମ ପୋସ୍ଟରେ କହିଛି । ଆସନ୍ତା ବର୍ଷ ଏହି ଗୀତ ଦର୍ଶକମାନଙ୍କ ପାଖକୁ ଚାଲି ଆସିବ ।

Leave a Reply

Your email address will not be published. Required fields are marked *