କାଲି ଫେମସ ଆଜି ତଳି ତଳାନ୍ତ, ଯାହାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଥିଲା ସେ ଆଜି ପୁରା ଭିକାରି । ମୁମ୍ବାଇରେ ସ୍ଵପ୍ନର ଘର ଛାଡି ଭଡା ଘରେ ରହୁଛନ୍ତି କାଚା ବାଦାମ । ହଁ ଦର୍ଶକ ବନ୍ଧୁ ଏହି ବ୍ୟକ୍ତି ଜଣଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ କାଚା ବାଦାମ ଗୀତ ଗାଇ ଯିଏ ସୁପର ଡୁପର ହିଟ ହୋଇ ଥିଲେ । ଏହି ବ୍ୟକ୍ତିଙ୍କର ନାମ ହେଉଛି ଭୁବନ ତାଙ୍କୁ କୁହା ଯାଏ ବାଦାମ କାକୁ ।
ସମୟ କାହା ସହ କେମିତି ଖେଳ ଖେଳେ କିଏ ବା କହିବ । ସମୟ କାହାକୁ ଧନୀ କରିଦିଏ ତ କେତେବେଳେ କାହାକୁ ଗରିବ କରିଦିଏ । ବାଦାମ କାକୁ ଙ୍କ ସହ ଠିକ ଏମିତି ହିଁ ହୋଇଛି । ଗୋଟେ ସମୟ ଥିଲା ଯେତେବେଳେ ବାଦାମ କାକୁ କାଚା ବାଦାମ ଗୀତ ଗାଇ ଏତେ ହିଟ ହେଲେ ଯେ ସେ ପଶ୍ଚିମ ବଙ୍ଗରୁ ଯାଇ ମୁମ୍ବାଇରେ ଘର କଲେ । ଆଉ ଏବେ ସେ ପୁରା ରାସ୍ତାର ଭିକାରି ହୋଇ ଯାଇଛନ୍ତି ।
ଠକାମିର ଶିକାର ହୋଇ ସେ ମୁମ୍ବାଇରେ ଥିବା ନିଜ ସ୍ଵପ୍ନର ଘରକୁ ହରାଇ ଏବେ ଭଡା ଘରେ ରହୁଛନ୍ତି । ବନ୍ଧୁଗଣ 2021 ମସିହାରେ ବିଧାନ ସଭା ନିର୍ବାଚନ ପୂର୍ବରୁ ବାଦାମ କାକୁ କାଚା ବାଦାମ ଗୀତ ଗାଇ ପ୍ରତିଷ୍ଠିତ ହୋଇ ଥିଲେ । କାଚା ବାଦାମ ଗୀତ ତାଙ୍କୁ ବିର ଭୂମିର ମୁମ୍ବାଇ ନେଇ ଯାଇଥିଲା । ୟୁଟ୍ୟୁବ ତାଙ୍କୁ ହିଟ କରି ଥିଲା ଆଉ ଏବେ ସେ ହୋଇ ଯାଇଛନ୍ତି ଦାଣ୍ଡର ଭିକାରି ।
ଅଭିଯୋଗ ମୁତାବିକ ଭୁବନଙ୍କ ଗୀତ ସୋସିଆଲ ମିଡିଆରେ ବାପିବା ମାତ୍ରେ ନିଲାମ ବଜାରର ଗୋପାଳ ଘୋସ ତାଙ୍କୁ ଗୀତର କପି ରାଇଟ ପାଇଁ ଏକ ଧଳା କାଗଜରେ ଦସ୍ତଖତ କରିବାକୁ କହି ଥିଲେ । ହେଲେ ଏଭଳି ଚକ୍ରାନ୍ତକୁ ଭୁବନ ବାବୁ ବୁଝି ପାରି ନ ଥିଲେ । ଯାହାକୁ ନେଇ ଭୁବନ ତାଙ୍କ ପ୍ରସିଦ୍ଧ ଗୀତ ପାଇଁ ପାଇବାକୁ ଥିବା ଟଙ୍କା ସେ ପାଇ ନାହାନ୍ତି ।
ଏ ନେଇ ଭୁବନ ଥାନାରେ ଅଭିଯୋଗ କରି ଥିଲେ ମଧ୍ୟ ତାଙ୍କୁ ଟଙ୍କା ଏ ପର୍ଯ୍ୟନ୍ତ ମିଳି ପାରିଲା ନାହିଁ । ସେପଟେ ଭୁବନ ପୁରା ହିଟ ହୋଇ ଥିବାରୁ ତାଙ୍କ ଗାଁ ଲୋକେ ଭୁବନ ଙ୍କ ପାଇଁ ବିଭିନ୍ନ ପ୍ରକାରର ଦାବି କରୁଛନ୍ତି । ଭୁବନ ବହୁତ ଟଙ୍କା ରୋଜଗାର କରୁଥିବା ନେଇ ଭୁବନ ଙ୍କୁ ଟଙ୍କା ମାଗୁଛନ୍ତି । ଖାଲି ସେତିକି ନୁହେଁ ବରଂ ଭୁବନ ଙ୍କୁ ଟଙ୍କା ଦେବାକୁ ଧମକ କଲ ମଧ୍ୟ ଆସୁଛି ।
ଯାହାକୁ ନେଇ ଭୟରେ ରହିଛନ୍ତି ଭୁବନ । ସେପଟେ ମୁମ୍ବାଇ ରେ ଘରକୁ ଛାଡି ଏବେ ଗାଁ ରେ ଭଡା ଘରେ ରହୁଛନ୍ତି ଭୁବନ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।