ରାତି ଅଧାରେ ଆକାଶରେ ଊଇଁଲେ ସୂର୍ଯ୍ୟ, ଦେଖନ୍ତୁ ଅଦ୍ଭୁତ ଘଟଣା 

ନମସ୍କାର ବନ୍ଧୁଗଣ, ସାରା ସଂସାରର ଏକ ନିର୍ଦ୍ଧିଷ୍ଟ ନିୟମ ରହିଛି । ଚନ୍ଦ୍ର ସୂର୍ଯ୍ୟ ଆସିବାର ସଠିକ ସମୟ ମଧ୍ୟ କାହିଁ କେତେ ବର୍ଷ ଆଗରୁ ନିର୍ଧାରିତ ହୋଇ ରହିଛି । କିନ୍ତୁ ଏହି ସବୁରେ ବ୍ୟତିକ୍ରମ ଘଟିବା ଆପଣ ନିହାତି କେବେ ମଧ୍ୟ ଶୁଣି ନଥିବେ କିମ୍ବା ଦେଖି ନଥିବେ । କିନ୍ତୁ ସେହିଭଳି ଏକ ଅବିଶ୍ଵସନୀୟ ଘଟଣା ଘଟି ସାରିଛି । ଆଜ୍ଞା ହଁ ସୂର୍ଯ୍ୟ ଉଦୟ ହୋଇଛନ୍ତି ରାତିରେ ଯାହାକି ସମ୍ପୂର୍ଣ ଅସମ୍ଭବ କିନ୍ତୁ ତାହା ଏବେ ସତ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ଆଶ୍ଚର୍ଯ୍ୟ କରିବା ଭଳି ଏଭଳି ଏକ ଘଟଣା ଘଟିଛି ସ୍ଵିଡେନର ଜୁକାଶବରିରେ । ଗୋଟିଏ ପରିବାରର ସମସ୍ତ ସଦସ୍ୟ ଟିମ ଇଣ୍ଡିଆକୁ ଫାଇନାଲରେ ସମର୍ଥ କରିବା ପାଇଁ ସିଙ୍ଘାପୁର ରୁ ଲଣ୍ଡନ ପର୍ଯ୍ୟନ୍ତ ରାତିରେ କାରରେ ଯାତ୍ରା କରି ଯାଉଥିଲେ । ସେହି କାରରେ ୬ ଜଣ ସଦସ୍ୟ ରହିଥିଲେ । ସେମାନେ ସିଙ୍ଗାପୁରରୁ ବାହାରି ୧୭ଟି ଦେଶର ସୀମା ପାର କରି ଲଣ୍ଡନରେ ପହଞ୍ଚିଥିଲେ ।

ସେମାନଙ୍କୁ ଏହି ଯାତ୍ରା କରିବା ସମୟରେ ଚୀନ ଏବଂ କିରଗିଜ ସ୍ଥାନର ବର୍ଡର ପାର କରିବାକୁ ପଡିଥିଲା । ଠିକେ ଏହି ସମୟରେ ହିଁ ସେମାନେ ସାମ୍ନା କରିଥିଲେ ଏକ ଅଦ୍ଭୁତ ଘଟଣାର । କିରଗିଜକୁ ପ୍ରବେଶ କରୁଥିବା ସମୟରେ ସେମାନଙ୍କୁ ବରଫ ବର୍ଷାର ସାମ୍ନା କରିବାକୁ ପଡିଥିଲା । ରାତି ହୋଇସାରିଥିଲା ସେମାନଙ୍କ ପାଖରେ କୌଣସି ସ୍ଥାନରେ ରହିବାର କୌଣସି ଠିକ ଠିକଣା ନଥିଲେ ।ଯାହାଫଳରେ ସେମାନେ ଖୁବ ବ୍ୟସ୍ତ ହୋଇପଡିଥିଲେ ।

ଲଣ୍ଡନ ଯିବା ପାଇଁ ଦୁଇଟି ରାସ୍ତା ଥିଲା । ଗୋଟିଏ ସିଧା ଲଣ୍ଡନ ଯିବାର ରାସ୍ତା ଥିଲା । ଆଉ ଏକ ଆର୍କଟିକ ଦେଇ ଲଣ୍ଡନ ଯିବାର ରାସ୍ତା ଥିଲା । କିନ୍ତୁ ସେମାନେ ଆର୍କଟିକ ଦେଇ ଯିବା ପାଇଁ ସ୍ଥିର କଲେ । ଏହାପରେ ସେମାନେ ଆର୍କଟିକ ଆଡକୁ ଗତି କରିଲେ । ସେତେବେଳକୁ ସମୟ ରାତି ୧୨ଟା ହୋଇସାରିଥିଲା । କିନ୍ତୁ ସେମାନେ ସେହି ସମୟରେ ହୋସ ଉଡାଇ ଦେବା ଭଳି ଘଟଣା ଦେଖିଲେ ।

ତାହା ହେଉଛି ରାତ୍ରି ସମୟରେ ଆକାଶରେ ଉଜ୍ଵଳ ସୂର୍ଯ୍ୟ ଚମକୁଥିଲେ । ଯାହା ସେମାନଙ୍କୁ ସ୍ତବ୍ଦ କରିଦେଇଥିଲା । ୧୨ ଟା ୧୫ ମିନିଟରେ ସୂର୍ଯ୍ୟ ଅସ୍ତ ହୋଇଥିଲା କିନ୍ତୁ ଠିକ ୧୫ ମିନିଟ ପରେ ପୁଣି ସୂର୍ଯ୍ୟ ଉଦୟ ହୋଇଥିଲା । ଏହା ମଣିଷକୁ ଅବାକ କରିଦେଉଥିଲେ ବି ପ୍ରକୃତିର ଏହି ପରିବର୍ତ୍ତନକୁ ଦେଖିବା ବେସ ଆନନ୍ଦଦାୟକ ହୋଇଥାଏ ।

ଗୋଟିଏ ପଟରେ ସୂର୍ଯ୍ୟ ଅସ୍ତ ହେଉଥିବା ବେଳେ ଅନ୍ୟ ପଟେ ସୂର୍ଯ୍ୟ ଉଦୟ ହେଉଥିଲେ । ସତରେ ଏହା ଏକ ରୋମାଞ୍ଚକର ଘଟଣା ଅଟେ । ପ୍ରକୃତ କଥା ହେଉଛି ଜୁନ ୨୧ ତାରିଖରେ ଆର୍କଟିକ ରେଖାରେ ରାତି ହୁଏ ନାହିଁ । ପ୍ରତିବର୍ଷ ଏହିଦିନ ୨୪ ଘଣ୍ଟା ଧରି ସେମତି ସୂର୍ଯ୍ୟଲୋକ ପଡିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *