ନମସ୍କାର ବନ୍ଧୁଗଣ । ରିଆଲେନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ ପ୍ୟାକ । ଜିଓର ଏହି ନୂଆ ଭ୍ୟାଲିଡିଟି ୩୦ ଦିନ ପାଇଁ ରହିଛି । କିନ୍ତୁ ଦାମ ମାତ୍ର ୧ ଟଙ୍କା ରହିଛି । ଏହା ସହ ଏହି ନୂଆ ପ୍ଲାନରେ ରହିଛି ଅନେକ ସୁବିଧା । ଯାହା ମଧ୍ୟବିତ୍ତ ଓ ନିମ୍ନବିତ୍ତ ଶ୍ରେଣିଙ୍କ ପାଇଁ ଉପାଦେୟ ହେବ ବୋଲି କୁହା ଯାଉଛି । ରିଲାଏନ୍ସ ଜିଓ ନିକଟରେ ନିଜର ପ୍ରିପେଡ ପ୍ଳାନ ଗୁଡିକର ଦର ବୃଦ୍ଧି କରିଛି । କିନ୍ତୁ ଅନ୍ୟ କ୍ଷେତ୍ର ରେ ଏହା କିଛି ନୂଆ ପ୍ଳାନ ମଧ୍ୟ ଲଞ୍ଚ କରିଛି ।
ଯଦିଓ ଜିଓ ଏହି ପ୍ଳାନ ବିଷୟରେ ନିଜ ୱେବ ସାଇଟରେ ପ୍ରଚାର କରି ନାହି କିନ୍ତୁ ଗୁପ୍ତ ଭାବେ ଏହି ନୂଆ ପ୍ଳାନ ଲଞ୍ଚ କରିବାରେ ଲାଗିଛି । ନିକଟରେ ଜିଓ ୧୧୯ ଟଙ୍କାର ପ୍ଳାନ ଲଞ୍ଚ କରିଛି । ଏବେ ୧ ଟଙ୍କା ପ୍ଳାନ ଆଁଛି ଜିଓ । ଯାହା ମୋବାଇଲ ଆପରେ ଦେଖାଯିବ । ଏହି ପ୍ୟାକକୁ ଆପଣ ଭ୍ୟାଲୁ ସେକ୍ସନରେ ଦେଖି ପାରିବେ । ଏହି ୧ ଟଙ୍କିଆ ପ୍ଳାନ ୧୦୦ ଡାଟା ସହ ଆସୁଛି । ଏହି ପ୍ଳାନର ବୈଧତା ରହିଛି ୩୦ ଦିନ ।
ଏହାକୁ ୧୦ ଥର ରିଚାର୍ଜ କରିଲେ ଆପଣଙ୍କୁ ପାଖପାଖି ୧ ଜୀବି ଡାଟା ମିଳିବ । କେବଳ ୧୦ ଟଙ୍କାରେ ୩୦ ଦିନ ପାଇଁ ୧ ଜୀବି ଡାଟା ପାଇ ପାରିବେ । ଏହା କମ୍ପାନୀର ୧୫ ଟଙ୍କିଆ ୧ଜୀବି ୪ଜି ଡାଟା ସହ ଭାଉଚରରୁ ଉପଲବ୍ଧ କରାଯାଇ ପାରିବ । ନିଜର ପ୍ଳାନ ବୃଦ୍ଧି ପରେ ଜିଓ ୧୫ ଟଙ୍କାର ୧ଜୀବି ଡାଟା ଦେଉଛି । ୧୦୦ ଏମବି ଡାଟା ଶେଷ ହେବା ପରେ ଏହାର ସ୍ପିଦ କମିଯାଇ ୬୪ କେବି ବିପିଏସ ହୋଇଯିବ ।
ଜିଓର ଟଙ୍କିକିଆ ପ୍ରିପେଡ ଏବେ ଦେଶରେ ସବୁଠାରୁ ଶସ୍ତା ପ୍ରିପେଡ ପ୍ଳାନ ହୋଇ ପାରିଛି । ଏହା ସ୍ୱଳ୍ପ ରୋଜଗାର କରୁଥିବା ଗ୍ରାହକଙ୍କୁ ସୁହାଇବା ଭଳି ପ୍ଳାନ ଅଟେ । ୧୦୦ ଏମବିର ଡାଟାର ଏହି ପ୍ଳାନ ଗ୍ରାହକଙ୍କୁ ୩୦ ଦିନ ପାଇଁ ଉପଲବ୍ଧ କରି ପାରିବ ।
ଏପରି ସ୍ଥଳେ ଯଦି କାହାକୁ ଅଧିକ ଡାଟା ଆବଶ୍ୟକ ପଡେ ତେବେ ଏହି ପ୍ଳାନକୁ ୪ଥର ରିଚାର୍ଜ କରିବାକୁ ପଡିବ । ଏହା ଫଳରେ ଆହୁରି ଅଧିକ ଡାଟା ପ୍ୟାକ କିଣିବାକୁ ପଡିବ ନାହି । ଜିଓ କମ୍ପାନୀ ବ୍ଯତୀତ ଅନ୍ୟ କୌଣସି କମ୍ପାନୀ ଏତେ ଶସ୍ତାରେ ପ୍ୟାକ ଦେଉ ନାହାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଜିଓ କମ୍ପାନୀର ଏହି ନୂଆ ପ୍ଳାନକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।