ଦର୍ଶକ ବନ୍ଧୁ ୧୦ ବର୍ଷ ପରେ ମାଟି ତଳୁ ମିଳିଲା ମୃ-ତ ଦେହ । ୨୦୧୩ ରୁ ନିଖୋଜ ୨୦୧୪ରେ ହ-ତ୍ୟା ୨୨ରେ ଖୋଳା ହେଉଛି ଶବ । ଛେଳି ଚୋରି ଯୋଗୁ ଇଲେକ୍ଟ୍ରି କରେଣ୍ଟ ଦେଇ କରା ଯାଇଥିଲା ହ-ତ୍ୟା । ହ-ତ୍ୟା କରି ପୋତିଥିବା ଶବ ମାଟି ତଳୁ ମିଳିଲା ୧୦ ବର୍ଷ ପରେ । ଏହି ଘଟଣା ୨୦୧୩ ଜୁଲାଇ ୨୩ ର । ହଠାତ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ନିଖୋଜ ହୋଇ ଯାଇଥିଲେ ଟାଉନ ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଞ୍ଚଳର ଦୋଳଗୋବିନ୍ଦ ବେହେରା ।
ପରିବାର ତରଫରୁ ଏ ନେଇ ଥାନାରେ ଏତାଲା ଦିଆ ଯାଇଥିଲେ ମଧ୍ୟ ସେ ମିଳି ନ ଥିଲେ । ପରେ ସନ୍ଦେହ ଘନେଇବାରୁ ୨୦୧୪ ଅକ୍ଟୋବର ୩୦ ରେ ପରିବାର ଲୋକେ କିଛି ଲୋକଙ୍କ ବିରୁଦ୍ଧରେ ହ-ତ୍ୟା ଅଭିଯୋଗ କରିଥିଲେ । ତଥାପି ସୁଫଳ ମିଳିଲା ନାହି । ପ୍ରକୃତରେ ଦୋଳଗୋବିନ୍ଦ ମୃ-ତ ନା ଜୀବିତ ସେ ନେଇ ଅନ୍ଧାର ରେ ରହିଲେ ୧୦ ବର୍ଷ ପରିବାର । ସନ୍ଦେହ ଥାଇ ମଧ୍ୟ ପଡୋଶୀଙ୍କ ସହ ଚଳୁଥିଲେ ପରିବାର ଲୋକେ ।
ଘରର ରୋଜଗାରିଆ ପୁଅ ଆଉ ଯେ କେବେ ମିଳିବ ସେ ଆଶା ମଧ୍ୟ ହରାଇ ବସିଥିଲେ ପରିବାର । ୟା ଭିତରେ ଦିନେ କି ଦୁଇ ଦିନ ନୁହେ ବୀତି ଯାଇଛି ପୁରା ୧୦ ବର୍ଷ । ହଠାତ ଏହି ଘଟଣା ପରେ ଗୁପ୍ତ ସୂତ୍ର ରୁ ପୋଲିସ କୁ ମିଳିଥିଲା ଖବର । ଆଉ ତା ପରେ ପୁଣି ଏହି ଘଟଣା ରେ ଛାନଭିନ୍ନ ଆରମ୍ଭ କରିଥିଲା ପୋଲିସ । ଜଣଙ୍କ ପରେ ଜଣେ ହ-ତ୍ୟାକାରୀ ଙ୍କୁ ନିଜ ହେପାଜତ କୁ ନେଇ ପଚରାଉଚରା କରା ଯାଇଥିଲା । ହ-ତ୍ୟାକାରୀ ମାନେ ମଧ୍ୟ ପୋଲିସ ଆଗରେ ନିଜ ଦୋଷ ସ୍ଵୀକାର କରିଥିଲେ ।
ହ-ତ୍ୟାକାରୀଙ୍କ ବୟାନ ଅନୁଯାୟୀ ହ-ତ୍ୟା ପରେ ମୃ-ତ ଦେହ ପୋତା ଯାଇଥିବା ସ୍ଥାନକୁ ଜେସିବି ସାହାଜ୍ୟରେ ଖୋଳିବା ଆରମ୍ଭ କରିଥିଲା ପୋଲିସ । ପରେ ସୁନ୍ଦରିଖାଲ ଅଞ୍ଚଳରୁ ଦୁଇଟି ହାଡ ମିଳିଥିଲା । ଯାହାକୁ ଟେଷ୍ଟିଙ୍ଗ ପାଇଁ ଲ୍ୟାବ କୁ ପଠା ଯାଇଛି । ଅଭିଯୁକ୍ତ ଙ୍କ ବୟାନ ଅନୁଯାୟୀ ସେହି ସମୟରେ ମୃ-ତ ଦୋଳଗୋବିନ୍ଦ ବାରମ୍ବାର ଛେଳି ଚୋରୀ କରୁ ଥିବାରୁ ରାଗରେ ଛେଳି ରହୁଥିବା ସ୍ଥାନରେ ଚାରି ଇଲେକ୍ଟ୍ରି କରେଣ୍ଟ ବିଛାଇ ଦେଇଥିଲେ ହ-ତ୍ୟାକାରୀ ।
କରେଣ୍ଟ ସଂସ୍ପର୍ଶରେ ଆସି ମୃ-ତ୍ୟୁ ହେବା ପରେ ଦୋଳଗୋବିନ୍ଦ ଙ୍କୁ ଗାତ ଖୋଳି ପୋତି ଦେଇଥିଲେ । ଏହି ଘଟଣାରେ ଟାଉନ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।