ଆମ ଓଡିଶାରେ ବାତ୍ୟା ଆସିବା ଏକ ସାଧାରଣ କଥା । ତେବେ ବାତ୍ୟା ରେ ଅନେକ କ୍ଷୟ ଖ୍ଯାତି ହୋଇଥାଏ । ଲୋକମାନେ ବହୁତ ହଇରାଣ ହୋଇଥାନ୍ତି । ଖାଦ୍ୟ ପେୟ ପାଇଁ ବହୁତ ଅସୁବିଧା ହୋଇଥାଏ । ତେବେ ସେହି ଭଳି ଏପ୍ରିଲ ୧୧ ରେ ହୋଇପାରେ ବାତ୍ୟା । ଏପ୍ରିଲ ୭ ତାରିଖ ରେ ଏହା ଲଘୁଚାପ ର ରୂପ ନେଇ ପରେ ଏପ୍ରିଲ ୯ ତାରିଖରେ ଏହା ଅବପାତ ର ରୂପ ନେଇ , ଏପ୍ରିଲ ୧୧ ତାରିଖରେ ଏହା ବାତ୍ୟା ର ରୂପ ନେବ । ତେବେ ଏହି ସୂଚନା ପାଣିପାଗ ବିଭାଗ ତରଫରୁ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବ ଅନୁମାନ କରିଛନ୍ତି ।
ସେପଟେ ମଙ୍ଗଳବାର ଓ ବୁଧ ବାର କିଛି ଜିଲ୍ଲାରେ ଲଗାତାର ବର୍ଷା ହେବାର ପୂର୍ବ ଅନୁମାନ କରିଛନ୍ତି । କିନ୍ତୁ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଥିବା ରୁ ଏହା ସଠିକ ଭାବେ ଜଣା ପଡୁ ନାହି । ବାତ୍ୟା ହେବ କି ନାହି ଏହା କେହି ଅବି ପର୍ଯ୍ଯନ୍ତ ସଠିକ କହି ନାହାନ୍ତି ।
ତେବେ ଅନୁମାନ କରାଯାଉଛି ଯେ ବଙ୍ଗୋପସାଗର ରେ ଘୁର୍ନିଭୂତ ହେଉଥିବା ଏହି ଲଘୁଚାପ ବାତ୍ୟା ର ରୂପ ନେଇ ପାରେ । ତେବେ ଆଶଙ୍କା କରାଯାଉଥିବା ବେଳେ ଏ ପର୍ଯ୍ଯନ୍ତ କୌଣସି ସ୍ଥାନରେ ବର୍ଷା ହୋଇ ନାହି । ବାତ୍ୟା ରେ ଏହା ଘୁର୍ନିଭୂତ ହେବନି ବୋଲି ୟୂରୋପିଆନ ମଡେଲ , ଜର୍ମାନୀ ମଡେଲ ଓ ଅଷ୍ଟ୍ରେଲିଆ ମଡେଲ ଆକାଳନ କରିଛନ୍ତି ।
ଲଘୁଚାପ ପରେ ଏହା ତାମିଲ ନାଡୁ ଓ ସଲ୍ଗ୍ନ ଆନ୍ଧ୍ର ଆଡକୁ ଗତି କରିବ । ଏନସିପିଓ ଜେଫ ମଡେଲ କହୁଛି ଏହା ୭ ରେ ଲଘୁଚାପ ରୂପ ନେଇ ୯ ତାରିଖରେ ଅବପାତ ରୂପ ନେଇ । ୧୧ ରେ ବାତ୍ୟା ରୂପ ନେଇ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ମିଶିବ ।
ତେବେ ଯଦି ଏହା ଉତ୍ତରକୁ ଯାଇ ଦିଗ ନ ବଦାଲାଇବ ତେବେ ଏହା ଉପକୂଳ ଆଞ୍ଚଲ କୁ ଛୁଇଁବ । ତେବେ ଗତ ଦୁଇ ଦିନ ରାଜ୍ୟରେ ବର୍ଶା ହେବାର ଆଶଙ୍କା ରହିଛି କିନ୍ତୁ କୌଣସି ସ୍ଥାନରେ ବର୍ଷା ହେଇନି ।
ମଙ୍ଗଳବାର ଓ ବୁଧ ବାର ଦିନ କୋରାପୁଟ, ମାଲକାନ ଗିରି , ରାୟଗଡ଼ା , ମୟୂର ଭଞ୍ଜ , ଗଜପତି , ଗଞ୍ଜାମ ଓ ବାଲେଶ୍ଵର ଆଦି ଜିଲା ରେ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଏହି ଦୁଇ ଦିନ ଏହି ଜିଲା ମାନଙ୍କ ରେ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବନୁମାନ କରୁଛି ।