ଫେବୃଆରୀ ୨୬ ତାରିଖ ଅପରାହ୍ନ ୩ଟା ବାଜି ୫୦ ମିନିଟରେ ମଙ୍ଗଳ ଗ୍ରହ ଧନୁ ତହରୁ ଉଚ୍ଚ ରାଶି ମକର ରାଶିରେ ଗୋଚର କରିବେ । ମଙ୍ଗଳ ଗ୍ରହର ଏହି ପରିବର୍ତ୍ତନ ବର୍ଷ ୨୦୨୨ ଏପ୍ରିଲ ୭ ତାରିଖ ଯାଏଁ ରହିବ । ମଙ୍ଗଳ ଗ୍ରହକୁ ଯୁଦ୍ଧର କାରକ ମାନାଯାଏ । ମଙ୍ଗଳ ଗ୍ରହର ସମ୍ଭଧ ଭଗବାନ ହନୁମାନଙ୍କ ସହ ରହିଛି । ବ୍ୟକ୍ତି ଜୀବନରେ ଯାହା କଷ୍ଟ ଦୁଖ ରହିଥାଏ ତାହା ପ୍ରଭୁ ହନୁମାନଙ୍କ ବ୍ରତ ବା ଉପାସନା ଦ୍ଵାରା ଦୂର ହୋଇଥାଏ ।
ମଙ୍ଗଳ ଗ୍ରହର ଗୋଚର ହେବା ଦ୍ଵାରା ପ୍ରଥମେ ମୋଟାପା ଦୂର ହୋଇଥାଏ । କାରଣ ମଙ୍ଗଳ ଗ୍ରହ ବହୁତ ଚଞ୍ଚଳ, ତୀବ୍ର ଗତିର ହୋଇଥାନ୍ତି । ମଙ୍ଗଳ ଗ୍ରହ ଯୋଗୁ ବ୍ୟକ୍ତି ଜୀବନରେ ସାହସୀ ଓ ପରାକ୍ରମୀ ହୋଇଥାଏ । ଏହା ସହ ଉଦାର ଓ କ୍ରୋଧୀ ସ୍ଵଭାବର ମଧ୍ୟ ମାନାଯାଏ । ଏଭଳି ବ୍ୟକ୍ତି କାମ କ୍ରୀଡାରେ ସକ୍ରିୟ ରହିବା ସହ ନିଜ କାମରେ ଅନ୍ୟକୁ ପ୍ରଭାବିତ କରିଥାନ୍ତି । ମଙ୍ଗଳ ପ୍ରଧନ ବ୍ୟକ୍ତି କେବେ ବି କାହାକୁ ଭୟ କରନ୍ତି ନାହି ।
ଏମାନଙ୍କ ଠାରେ ଅନ୍ୟକୁ କ୍ରୋଧ କରିବାର ସକ୍ଷମ ରହିଛି । ମଙ୍ଗଳ ପ୍ରଧାନ ବ୍ୟକ୍ତି ବହୁତ ତେଜ ହୋଇ ଥିବାରୁ ଅନେକ ସମୟରେ ରକ୍ତଚାପର ସମସ୍ଯା ସମୁଖିନ୍ନ କରିଥାନ୍ତି । ଏଭଳି ବ୍ୟକ୍ତି ଖେଳକୁଦ ଓ ଡିଫେନସ ରେ ଆକ୍ଟିଭ ରହିଥାନ୍ତି । ଏଥିରେ ବ୍ୟକ୍ତି ନିଜର ଦକ୍ଷତା ପ୍ରଦର୍ଶନ କରିଥାନ୍ତି । ପରାକ୍ରମ କ୍ଷେତ୍ର ରେ ବ୍ୟକ୍ତି ନିଜର ପାରଙ୍ଗମ ଦେଖାଇଥାନ୍ତି । ଯଦି ମଙ୍ଗଳ ନୀଚ ରାଶି ବା କର୍କଟ ରାଶିରେ ରହିଥାଏ ତେବେ ଏଭଳି ବ୍ୟକ୍ତି ନିଜ ପୂଜାକୁ ଭୁଲ କାମରେ ଲଗାଇଥାନ୍ତି ।
ଏଭଳି ବ୍ୟକ୍ତି ନିଜ ଲୋକଙ୍କର କ୍ଷତି କରିଥାଏ । ଏଭଳି ବ୍ୟକ୍ତି ପରିବାରର ଅହିତ ଚିନ୍ତା କରିବା ସହ ସମାଜ ପାଇଁ ନିନ୍ଦନୀୟ ହୋଇଥାନ୍ତି । ଏଭଳି ବ୍ୟକ୍ତିଙ୍କୁ ଅନ୍ୟ ମାନେ ଭୟ କରିଥାନ୍ତି କିନ୍ତୁ ସମ୍ମାନ କରନ୍ତି ନାହି । ଏଭଳି ବ୍ୟକ୍ତି ଉଗ୍ରବାଦ ଶ୍ରେଣୀ ର ହୋଇଥାନ୍ତି । ଏମାନେ ଅସ୍ତ୍ର ଶସ୍ତ୍ର ର ବ୍ୟବହାର କରିବାକୁ ଭୟ କରନ୍ତି ନାହି । ଏଥରକ ଉଚ୍ଚ ମଙ୍ଗଳ ଗ୍ରହ ଶନିଙ୍କ ସ୍ଥିତି ରେ ରହିବ । ଶନି ଓ ମଙ୍ଗଳ ର ଗତି ସ୍ଵରା ରାଶୀ ଓ ଉଚ୍ଚ ମଙ୍ଗଳ ଖୁବ ଉନ୍ନତି କରିବେ ।
ଦେଶ ବିଦେଶରେ ଯୁଦ୍ଧ ହୋଇପାରେ । ଡିଫେନସ ଆକ୍ଟିଭ ରହିପାରେ । ଦେଶ ବିଦେଶର ପାଣି ଓ ନିଆଁର ଭୟ ଦେଖାଯିବ । କାରଣ ମଙ୍ଗଳ ଯେତିକି ଗରମ ସେତିକି ଥଣ୍ଡା ଅଟେ । ଦେଶ ବିଦେଶରେ ସୀମାରେ ଯୁଦ୍ଧ ହେବାର ସମ୍ଭାବନା ରହିଛି । ତେବେ ମଙ୍ଗଳ ଗ୍ରହର ଗୋଚର କାରଣରୁ କିଛି ରାଶି ଉପରେ ଭଲ ଫଳ ପଡିବାକୁ ଯାଉଛି । ସେଗୁଡିକ ହେଉଛି ମୀନ ରାଶି, ମକର ରାଶି, ଧନୁ ରାଶି, ବିଛା ରାଶି, ମିଥୁନ ରାଶି, ମେଷ ରାଶି, କନ୍ୟା ରାଶି, ବୃଷ ରାଶି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସାହା ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।