ଆଜିକାଲି ତାପମାତ୍ରା କ୍ରମାଗତ ଭାବେ ବଢିବାରେ ଲାଗିଛି । ଲୋକ ମାନେ ଘରେ ଏସି ଚଲାଇ ଥଣ୍ଡା କରୁଛନ୍ତି । କିନ୍ତୁ କିଛି ଲୋକ ମାନେ ଏସିର ବ୍ୟବହାର କରୁ ନାହାନ୍ତି । କାରଣ କିଛି କ୍ଷେତ୍ରରେ ବିଜୁଳିର ସମସ୍ଯା ରହିଛି ତ ଆଉ କିଛି କ୍ଷେତ୍ରରେ ଅର୍ଥର ଅଭାବ ରହିଛି । ତେବେ ନିଜ ରୁମକୁ ଥଣ୍ଡା କରିବା ପାଇଁ କିଛି ସାଧାରଣ ଟିପ୍ସ ରହିଛି ଯାହା ଆଜି ଆମେ ଆପଣ ମାନକୁ କହିବାକୁ ଯାଉଛୁ ।
୧- ରୁମକୁ ଥଣ୍ଡା କରିବା ପାଇଁ ପ୍ରଥମେ ଆପଣ ନିଜର ଝରକା ବନ୍ଦ କରନ୍ତୁ । କାରଣ ଝରକା ରୁମର ତାପମାତ୍ରା ୩୦ % ବୃଦ୍ଧି କରିଥାଏ । ଆମରିକାର ଏକ ରିସର୍ଚରୁ ଜଣା ପଡିଛି ଯେ ଝରକା ଘରର ଉତ୍ତାପ ବଢିବାରେ ଅଧିକ ସକ୍ରିୟ ହେଉଛି । ତେଣୁ ରୁମର ଝରାକକୁ ଭଲ ଭାବେ ପତଳା କପଡାରେ ଘୋଡାଇ ରଖନ୍ତୁ ।
୨- ଘରେ ଥିବା ଆଜେଷ୍ଟିଙ୍ଗ ଫ୍ୟାନର ସଠିକ ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ଗରମ ପବନ ବାହାରକୁ ଯିବା ସହ ଥଣ୍ଡା ପବନ ଘର ଭିତରକୁ ପ୍ରବେଶ କରିଥାଏ । ରାତିରେ ଟେବଳ ଫ୍ୟାନକୁ ଝରକା ଆଡକୁ ଚଳାଇଲେ ଏହା ଘର ଭିତରକୁ ଥଣ୍ଡା ପବନ ଆଣିବାରେ ଆହାୟକ ହୋଇଥାଏ ।
୩- ଛାତ ଉପରେ ଚୂନର ଲେପ ଦେବା ଉଚିତ । ବଜାରରୁ ଚୂନ ଆଣି ରାତି ସାରା ଏକ ବାଲଟିରେ ଫେଭିକଲ ମିଶାଇ ରଖନ୍ତୁ । ଏହା ପରେ ତା ପର ଦିନ ଚାତରେ ଏହାକୁ ଲାଗନ୍ତୁ । ପ୍ରଥମ ଥର ଛାତ ରଙ୍ଗ କରିବା ପରେ ଏହାକୁ ୨୪ ଘଣ୍ଟା ସେମିତି ଛାଡି ଦିଅନ୍ତୁ । ତା ପର ଦିନ ପୁଣି ଥରେ ଛାତକୁ ରଙ୍ଗ କରନ୍ତୁ । ଦୁଇ ଦୁଇ ଥର ଛାତରେ ଚୂନ ଲାଗିବା ଦ୍ଵାରା ସୂର୍ଯ୍ୟ କିରଣ ଛାତକୁ ଆଉ ଗରମ କରି ପାରିବ ନାହି । ବରଂ ଘର ଥଣ୍ଡା ରହିବ ।
୪- ଆପଣ ନିଜର ଛାତ ଉପରେ ଥର୍ମୋକୋଲର ପୁରା ସିଟ ବିଛାଇ ଛାତକୁ ସୂର୍ଯ୍ୟ କିରଣ ଓ ଉତ୍ତାପକୁ ରକ୍ଷା କରି ପାରିବେ । ଏହା ବ୍ଯତୀତ ରାତିରେ ରୁମରେ କିଛି ବରଫ ରଖନ୍ତୁ । ଏହା ଦ୍ଵାରା ରୁମର କିଛି ମାତ୍ରା ରେ ତାପମାତ୍ରା ହ୍ରାସ ପାଇ ପାରିବ । ରୁମରେ ଥିବା ଟେବଳ ଫ୍ୟାନ ବରଫ ଆଗରେ ରଖି ଚଲାନ୍ତୁ । ଏହାର କିଛି ସମୟ ପରେ ରୁମ ପୁରା ଥଣ୍ଡା ହୋଇଯିବ ।
୫- ଯଦି ଆପଣଙ୍କ ରୁମରେ କୁଲର ରହିଛି ତେବେ ଏଥିରେ କିଛି ବରଫ ପକାନ୍ତୁ । ଏହା ପୁରା ଏସି ଭଳି କାମ କରିବ । ଏମିତି କରିବାର କିଛି ସମୟ ପରେ କୁଲରୁ ବାହାରୁଥିବା ଥଣ୍ଡା ପବନ ରୁମକୁ ଏତେ ଥଣ୍ଡା କରି ଦେବ ଯେମିତି ଲାଗିବା ଏସି ଲାଗିଛି ।
ଏହିପରି ଭାବେ ସହଜ ଓ ସରଳ ଉପାଯରେ ଆପଣ ମାନେ ନିଜ ଘରର ତାପମାତ୍ରା ହ୍ରାସ କରି ପାରିବେ । ବିଶେଷ କରି ଖରା ଦିନେ ଏହି ଉପାୟ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।