ହୋଲି ରଙ୍ଗର ପର୍ବ ହୋଇଥାଏ । ପ୍ରତେକ ବର୍ଷ ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ହୋଲି ପର୍ବ ପାଳନ କରାଯାଏ । ଦୁଇ ଦିନ ପାଳନ କରା ଯାଉଥିବା ଏହି ପର୍ବର ପ୍ରଥମ ଦିନକୁ ହୋଲିକା ଦହନ ଓ ଦିତୀୟ ଦିନରେ ରଙ୍ଗ ଖେଳିବାର ପ୍ରଥା ରହିଛି । ହୋଲିକା ଦହନକୁ ଛୋଟୀ ହୋଲି ନାମରେ ଜଣାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ହୋଲି ବହୁତ ଖାସ ହେବାକୁ ଯାଉଛି । ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ହୋଲି ମାର୍ଚ୍ଚ ୧୮ ବା ୧୯ ରେ ହେବାକୁ ଯାଉଛି ଯାହା କିଛି ଲୋକଙ୍କର ଧାରଣ ରହିଛି ।
ଆଜି ଆମେ ଆପଣଙ୍କୁ ହୋଲି କେଉଁ ଦିନ ଓ ଏହାର ପୂଜାବିଧି ଓ ଉପାୟ ବିଷୟରେ କହିବାକୁ ଯାଉଛୁ । ଚଳିତ ବର୍ଷ ମାର୍ଚ୍ଚ ୧୭ରେ ହୋଲିକା ଦହନ ଓ ୧୮ରେ ରଙ୍ଗୋଲି ହୋଲି ପାଳନ କରାଯିବ । ହୋଲିକା ଦହନର ଶୁଭ ମୂହୁର୍ତ୍ତ ହେଉଛି ୧୭ ମାର୍ଚ୍ଚ ରାତି ୯ଟା ୬ମିନିଟରୁ ଆରମ୍ଭ ହୋଇ ୧୦ଟା ୧୬ ମିନିଟ ଯାଏଁ । ଭଦ୍ରା ପୁଛର ସମୟ ହେଉଛି ୧୭ ମାର୍ଚ୍ଚ ରାତି ୯ଟା ୬ ମିନିଟରୁ ୧୦ଟା ୧୬ ମିନିଟ ଯାଏଁ ।
ଭଦ୍ରା ମୁଖର ସମୟ ହେଉଛି ରାତି ୧୦ଟା ୧୬ ମିନିଟରୁ ସକାଳ ୧୨ଟା ୧୩ ମିନିଟ ଯାଏଁ । ପୂର୍ଣ୍ଣିମା ତିଥି ଆରମ୍ଭର ସମୟ ୧୭ ମାର୍ଚ୍ଚ ଅପରାହ୍ନ ୧ଟା ୨୯ ମିନିଟରେ ଆରମ୍ଭ ହୋଇ ଶେଷ ହେବ ୧୮ ମାର୍ଚ୍ଚ ଅପରାହ୍ନ ୧୨ଟା ୪୭ ମିନିଟରେ । ହୋଲିରେ ହୋଲିକା ଦହନର ବିଶେଷ ମହତ୍ଵ ରହିଥାଏ ।
ଏହି ଦିନ ସନ୍ଧ୍ୟା ସମୟରେ ପୂଜା କରାଯାଏ । ଏହି ଦିନ ପୂର୍ବ ବା ଉତ୍ତର ଦିଶାରେ ମୁହଁ କରି ପୂଜା ପାଇଁ ମାଳା, ଗୁଡ, ହଳଦୀ, ମୁଙ୍ଗ, ବତାସେ, ନଡିଆ, ୫ ପ୍ରକାରର ଅନାଜର ଗହମ ସହ ଲୋଟାରେ ଜଳ ନେଇ ହୋଲିକା ପୂଜାରେ ପରିକ୍ରମା କରାଯାଏ । ଲୋଟାର ଜଳ ହୋଲିକା ଉପରେ ଅର୍ପଣ କରି ହୋଲିକା ଦହନ କରାଯାଏ ।
ହୋଲିକା ଦହନ ପରେ ଗୁରଜନ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଆଯାଏ । ଶାସ୍ତ୍ର ଅନୁସାରେ ହୋଲିକା ଦହନ ପୂର୍ଣ୍ଣିମା ଭଦ୍ରା ତିଥିରେ କରାଯିବା ଉଚିତ । ଚଳିତ ବର୍ଷ ମାର୍ଚ୍ଚ ୧୭ରେ ର୍ତତୟ ୯ଟା ୬ ମିନିଟରୁ ୧୦ ଟା ୧୬ ଯାଏଁ ହୋଲିକା ଦହନ କରାଯାଇ ପାରିବ । ହୋଲି ପର୍ବକୁ ଶତ୍ରୁ ଉପରେ ବିଜୟର ପ୍ରତୀକ ମାନାଯାଏ ।
ଏହି ଦିନ କିଛି ଚମତ୍କାରୀ ଉପାୟ କରିବା ଦ୍ଵାରା ଧନ, ବୈଭବ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁସାରେ ହୋଲିକା ଦହନ ସମୟରେ ଗୁଆ ଓ ନଡିଆ ଅର୍ପଣ କରିବା ଉଚିତ । ଏହି ଦିନ ସୋରିଷ ତେଲରେ ଦୀପ ଜଳାଇ ଘରର ମୁଖ୍ୟ ଦ୍ଵାରରେ ରଖିବା ଉଚିତ । ଏହି ଦିନ ଅସହାୟକୁ ଭୋଜନ କରାଇବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଏହି ଦିନ ଘରର ମୁଖ୍ୟ ଦ୍ଵାରରେ ଗୋଲାପ ଜଳର ଛିଟା ଓ ଦୀପ ଜଳାଇବା ଦ୍ଵାରା ଧନ ହାନି ହୁଏ ନାହି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।