7 ମିନିଟ ଯାଏଁ ଡାକ୍ତର ନବଜାତ ଶିଶୁ ମୁହଁରେ ଦେଲେ ଅକ୍ସିଜେନ୍ ଆଉ ତା ପରେ ଯାହା ହେଲା.. ଦେଖନ୍ତୁ Video

ମୁହଁରେ ନବଜାତ ଶିଶୁକୁ ଅକ୍ସିଜେନ୍ ଦେଲେ ଡ଼ାକ୍ତର, ୭ ମିନିଟରେ ନୂଆ ଜୀବନ ପାଇଲା ନବଜାତ ଶିଶୁ । ପାଟି ବାଟେ ଦେଲେ ନିଶ୍ଵାସ । କୁନି ପିଲା ଟି ପାଇଲା ନୂଆ ଜୀବନ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଡାକ୍ତର ଙ୍କୁ ଦ୍ଵିତୀୟ ଭଗବାନ କୁହାଯାଏ । ଭଗବାନ ଜନ୍ମ ସହ ଦିଅନ୍ତି ଜୀବନ । ଡାକ୍ତର ବଞ୍ଚାଇ ଦିଅନ୍ତୁ ଜୀବନ । ଏମିତି ଜଣେ ଡାକ୍ତର ହେଉଛନ୍ତି ଉତ୍ତର ପ୍ରଦେଶ  ଆଗ୍ରା ର । ନାମ ତାଙ୍କର ସୁରେଖା ।

ତାଙ୍କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେବାର କାରଣ ଡାକ୍ତର ସୁରେଖା ମାତ୍ର 7 ମିନିଟ ରେ ଜଣେ କୁ ନି ଶିଶୁ କୁ ଦେଇଛନ୍ତି ଜୀବନ । ଶିଶୁ କୁ ମରଣ ମୁହଁ ରୁ ଫେରାଇ ଆଣିଛନ୍ତି ଡାକ୍ତର ସୁରେଖା । 7 ମିନିଟ ଯାଏଁ ସୁରେଖା ଶିଶୁ କୁ ପାଟିରେ ପବନ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି । ନିରନ୍ତର ଚେଷ୍ଟା କାରଣରୁ ଆଜି କୁନି ଶିଶୁ ର ବଞ୍ଚି ଯାଇଛି ଜୀବନ । ନବ ଜୀବନ ପାଇ ଆସୁଛି ନବ ଜାତ ।

ଉତ୍ତର ପ୍ରଦେଶ୍ର ଆଗ୍ରା ସ୍ଥିତ ଏମାତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଘଟାନ । ଖୁସବୁ ନାମକ ଜଣେ ମହିଳା ଏକ ଶିଶୁ କୁ ଜନ୍ମ ଦେଲେ । ଜନ୍ମ ହେବା ପରେ ନବ ଜାତ କୁ ନିଶ୍ଵାସ ନେବାରେ ସମସ୍ଯା ହେଲା । ଡାକ୍ତର ସୁରେଖା ତାଙ୍କୁ ଅକ୍ସିଜେନ ଦେଲେ । ସେଥିରେ ମଧ୍ୟ ନବ ଜାତ ର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଦେଖା ଗଲା ନାହି । ନବ ଜାତ ର ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଲା ।

ନବ ଜାତ ଙ୍କୁ ଗୁରୁତର ହେବାର ଦେଖି ଡାକ୍ତର ସୁରେଖା ଅକ୍ସିଜେନ ମାସ କୁ ହଟାଇ ତାଙ୍କ ମୁହଁ କୁ ନବ ଜାତ ର ପାଟିରେ ଲଗାଇ ପବନ ଛାଡିଲେ । ଇତି କୁ ଘଷି ଚିକିତ୍ସା କରିଲେ । ଏ ସବୁକୁ ଦେଖି ଆଖ ପାଖର ଲୋକେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶେଷରେ ଡାକ୍ତର ସୁରେଖାଙ୍କ ସବୁ ଚେଷ୍ଟା ସଫଳ ହେଲା । ସେ ନବ ଜାତ କୁ ନୂଆ ଜୀବନ ଦେବାରେ ସଫଳ ହେଲେ ।

7 ମିନିଟ ଧରି ସୁରେଖା ନବ ଜାତ କୁ ଏମିତି ପବନ ଦେଇ ଚାଲିଲେ । ଏହି ସମୟରେ 50 ସେକେଣ୍ଡ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡାକ୍ତର ସୁରେଖା ଙ୍କ କହିବା ଅନୁଯାୟୀ ପ୍ରାଥମିକ ସ୍ତର ରେ ନାର୍ସ ଶିଶୁର ଚିକିତ୍ସା କରିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲା ନାହି ।

ତେଣୁ ମୁଁ ନବ ଜାତ କୁ 7 ମିନିଟ ଯାଏଁ ପାଟି ବାଟେ ପବନ ଦେଲି ଆଉ ଶେଷରେ ସେ ନିଶ୍ଵାସ ନେବାରେ ସକ୍ଷମ ହେଲେ । ମୃତ୍ୟୁ ମୁଖରୁ ଫେରି ଆସିଲେ । ମୃତ୍ୟୁ ର ହାର ହୋଇଛି ଆଉ ଡାକ୍ତରଙ୍କ ଜିତ ହୋଇଛି । ସୁରେଖାଙ୍କ ଏଭଳି ସେବାକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *