95 % ଲୋକ ଅଖରୋଟ ଖାଇବାର ସଠିକ ନିୟମ ଜାଣି ନାହାନ୍ତି । ଅଖରୋଟ କେମିତି ଖାଇବେ ? ଜାଣନ୍ତୁ ସଠିକ ତରିକା ! Dr Salim Zaidi

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଅଖ୍ରୋଟ ଖାଇବାର ଫାଇଦା ଏବଂ ଏହାକୁ ଆପଣ କିଭଳି ଖାଇବା ଦ୍ଵାରା ଏହାର ଲାଭ ଆପଣ ପାଇପାରିବେ ତାହା ସମ୍ପର୍କରେ ଏଠାରେ ଆପଣଙ୍କୁ କହିବୁ । ଯଦି ଦେହରେ ଆଗରୁ କିଛି ରୋଗ ରହିଥାଏ ତେବେ ମନରେ ଡର  ଆସିଥାଏ କି ଅଖ୍ରୋଟ ଖାଇବା ଦ୍ଵାରା ତାହା ବଢିଯିବନି ତ ! ତେଣୁ ଆପଣ ଏହା ମଧ୍ୟ ଏଠାରେ ଜାଣିବା ପାଇଁ ପାଇବେ କି କେଉଁ ରୋଗ ଥିଲେ ଆପଣ ଏହାକୁ ଖାଇବେ ଏବଂ କେତେ ମାତ୍ରାରେ ଖାଇବେ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଅଖ୍ରୋଟ ଖାଇବାର ସମସ୍ତ ଚମତ୍କାରୀ ଫାଇଦା ସମ୍ପର୍କରେ । ଅଖ୍ରୋଟ ମଧ୍ୟରେ ଭିଟାମିନ-E, ମେଲାଟୋନିନ ଏବଂ ପୋଲିଫିଲୋନ ନାମକ କିଛି ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ । ଏହା ଆମ ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଭଲ କୋଲେଷ୍ଟ୍ରଲକୁ ବଢାଇବାରେ ସହାୟ ହୋଇଥାଏ । ବ୍ଲକେଜ ହେବାର ଯେଉଁ ଆଶଙ୍କା ଥାଏ ମନରେ ତାହା ମଧ୍ୟ ଦୂର ହୋଇଥାଏ ।

ଅଖ୍ରୋଟରେ ଓମେଗା3 ଫ୍ୟାଟି ଏସିଡ ରହିଥିବାରୁ ଏହା ଆପଣଙ୍କ ମସ୍ତିସ୍କକୁ ତୀକ୍ଷଣ କରିବା ସହ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ବଢାଇଥାଏ । ଏହା ଆପଣଙ୍କ ଆଖି ପାଇଁ ଭଲ ହେବା ସହ ଆପଣଙ୍କ ଶରୀରର ସ୍ନାୟୁକୁ ମଜବୁତ କରିଥାଏ । ଶରୀରରେ ଡାଇବେଟିସ ହେବାର ଆଶଙ୍କାକୁ ମଧ୍ୟ ଏହା କମାଇଥାଏ । ଅଖ୍ରୋଟର ସେବନ ଆପଣଙ୍କ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ସବୁଠାରୁ ବଡ ଫାଇଦା ଏହା ଦେଇଥାଏ କି ଶରୀରରେ କର୍କଟ ରୋଗ ହେବାର ସମ୍ଭାବନାକୁ ଏହା ଅନେକ ମାତ୍ରାରେ ଅଟକାଇ ଥାଏ । ମହିଳାମାନଙ୍କର ବ୍ରେଷ୍ଟ କ୍ୟାନ୍ସର ଆଶଙ୍କାକୁ ଏହା କମାଇଥାଏ । ଏବଂ ପୁରୁଷ ମାନଙ୍କର ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା ଅଖ୍ରୋଟ ଖାଇବା ଫଳରେ କମ ରହିଥାଏ ।

ପୁରୁଷ ମାନଙ୍କ ମଧ୍ୟରେ ସ୍ପର୍ମ ବଢାଇ ଥାଏ ଏବଂ  ସେକ୍ସ କରିବାର କ୍ଷମତାକୁ ମଧ୍ୟ ଏହା ବଢାଇବାରେ ସହାୟ ହୋଇଥାଏ । ଯଦି ଆପଣଙ୍କୁ କୋଲେଷ୍ଟ୍ରଲ ବଢିବାର ସମସ୍ୟା ରହିଛି ତେବେ ଆପଣ ଅଖ୍ରୋଟ ଖାଇବା ଦ୍ଵାରା କୌଣସି ଅସୁବିଧା ହୋଇନଥାଏ ବରଂ ଅଖ୍ରୋଟ ଖାଇବା ଦ୍ଵାରା ଆପଣଙ୍କ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିଥାଏ ।

ଆପଣ ଚାହିଁଲେ ସବୁ ସମୟରେ ଏହାକୁ ଖାଇ ପାରିବେ କିନ୍ତୁ ଏହାକୁ ଆପଣ ଖାଲି ପେଟରେ ଖାଇବା ବେଶି ଉପକାରୀ ଏବଂ ଲାଭଦାୟୀ ହୋଇଥାଏ । ଆପଣ ଏହାକୁ ଖାଲି ପେଟରେ ଖାଇବା ଫଳରେ ଏହା ବହୁତ ଭଲରେ ହଜମ ହୋଇଥାଏ ଏବଂ ଏଥିରେ ଥିବା ନ୍ୟୁଟ୍ରିଏଣ୍ଟସ ଶରୀରରେ ବହୁତ ଭଲ ଭାବରେ ଆମ ଶରୀରରେ ଅବଜର୍ଭ ହୋଇଥାଏ ।

ଯଦି ଆପଣ ଚାହିଁବେ ତେବେ ଆପଣ ଏହାକୁ ସନ୍ଧ୍ୟା ସମୟରେ ମଧ୍ୟ ଖାଇ ପାରିବେ । କାରଣ ସେହି ସମୟରେ ମଧ୍ୟ ପେଟ ଖାଲି ରହିଥାଏ । ଗୋଟିଏ ଦିନ ଭିତରେ ଆପଣ 1 ରୁ 6 ଟି ଅଖ୍ରୋଟ ଖାଇ ପାରିବେ । ଆପଣ ଏହାକୁ ରାତିରେ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ବେଶି ଫାଇଦା ଦେଇଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *