ନମସ୍କାର ବନ୍ଧୁଗଣ । ସାରା ରାଜ୍ୟରେ ଶୀତ ଲହରୀ ବର୍ତ୍ତମାନ ଅଧିକ ମାତ୍ରା ରେ ରହିଥିବା ବେଳେ ପୁଣି ଥରେ ଆସୁଛି ବର୍ଷା । ପୂର୍ବରୁ କିଛି ଦିନ ତଳେ ବର୍ଷା ହେବା ଯୋଗୁ ଶୀତ ଲହରୀ ବହୁତ ପରିମାଣରେ ବୃଦ୍ଧି ପାଇଥିଲା । ଯାହା ପାଇଁ ଜନ ଜୀବନ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲା । ତେବେ ଏବେ ପୁଣି ଥରେ ବର୍ଷା ହେବା ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । କାରଣ ଏପରି ଶୀତ ଦିନରେ ବର୍ଷା ହେବା ଏକ ପ୍ରାକୃତିକ ବିପର୍ଜୟ ଭଳି ମନେ ହେଉଛି ।
ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ରହିଛି କି ଆଜି ଠାରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ ଓ କେଉଁଝର ।
ଏହି ସବୁ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । ଏମତିକି ଗୋଟିଏ ଦୁଇଟି ସ୍ଥାନ ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପୂର୍ବ ଅନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା କାଲି ତହରୁ ଉପକୂଳ ଓଡିଶାର ଏକାଧିକ ଜିଲ୍ଲା ରେ ମଧ୍ୟ ବର୍ଷା ହେବା ନେଇ ପୂର୍ବ ଅନୁମାନ କରା ଯାଇଛି । ଏଥିପାଇଁ ପ୍ରାୟ ୧୫ଟି ଜିଲ୍ଲା କୁ ୱାର୍ନିଙ୍ଗ ଜାରି କରା ଯାଇଛି । ଏହି ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ପଶ୍ଚିମା ଝଡ ତଥା ବଙ୍ଗୋପସାଗର ରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳିଆ ବାଷ୍ପ ପ୍ରଭାବରେ ଏହି ବର୍ଷା ହେବାର ସମ୍ଭାବନା ଦେଖା ଯାଇଛି । ପଶ୍ଚିମାଞ୍ଚଳ ପ୍ରଭାବାରେ ରାଜ୍ୟ ର ଗୋଟିଏ ଦୁଇ ଟି ସ୍ଥାନ ରେ କୁଆ ପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଯଦି ବର୍ଷାର ପରିମାଣ ଅଧିକ ରୁହେ ତେବେ ପୁଣି ଥରେ ଶୀତ ଲହରୀ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରା ଯାଉଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।