ବନ୍ଧୁଗଣ ବସନ୍ତୀ ପଞ୍ଚମୀ ଦିନଟି ମା ସରସ୍ଵତୀଙ୍କ ଦିନ ହୋଇଥାଏ । ବସନ୍ତୀ ପଞ୍ଚମୀ ଦିନ ମା ସରସ୍ଵତୀଙ୍କ ଜନ୍ମ ଦିବସ ଅଟେ । ଏହି ଦିନ ମା ସରସ୍ଵତୀଙ୍କ ପୂଜା କରିବା ଦ୍ଵାରା ସୁଖ । ସମ୍ପତି, ବିଦ୍ୟା, ବୁଦ୍ଧି ଓ କଳା ଆଦି ପ୍ରାପ୍ତ ହୋଇଥାଏ । ଏହି ବର୍ଷ ବସନ୍ତୀ ପଞ୍ଚମୀ ବା ସରସ୍ଵତୀ ପୂଜା ଆସନ୍ତା ଫେବୃଆରି ୫ ତାରିଖ ଶନିବାର ଦିନ ପଡୁଅଛି । ଏହି ପର୍ବର ଶୁଭ ସମୟ ହେଉଛି ସକାଳ ୮ତା ୧୫ ମିନିଟରୁ ଅପରାହ୍ନ ୧ଟା ୩୯ ମିନିଟରେ ଶେଷ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ମା ସରସ୍ଵତୀଙ୍କ ପୂଜା ବିଧି ବିଷୟରେ କହିବାକୁ ଯାଉଛୁ । ବସନ୍ତୀ ପଞ୍ଚମୀ ଦିନ ସକାଳେ ସ୍ନାନ କରିବା ପରେ ଘର ଅଗଣାରେ ହଳଦିଆ ରଙ୍ଗର ଫୁଲ ବା ରଙ୍ଗୋଲି ପକାନ୍ତୁ । ନିଜ ଠାକୁର ଘରକୁ ଭଲ ଭାବେ ସଫା କରି ମା ସରସ୍ଵତୀଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ । ଏହା ପରେ ପୂଜା ଆରମ୍ଭ କରନ୍ତୁ ।
ପୂଜା କରିବା ସମୟରେ ଆମ ସରସ୍ଵତୀଙ୍କୁ ହଳଦିଆ ରଙ୍ଗର ଫୁଲ, ଲଡୁ ବା ମିଠା ଅର୍ପଣ କରନ୍ତୁ । ଆପଣ ଯେଉଁ କ୍ଷେତ୍ରରେ ଅଛନ୍ତି ସେହି ଜିନିଷ ଗୁଡିକୁ ମାଙ୍କ ପାଖରେ ପୂଜା କରନ୍ତୁ । ଯେମିତିକି ଆପଣ ବିଦ୍ୟା କ୍ଷେତ୍ରରେ ଥିଲେ ବହି, ଖାତା ବା କଲମ ଆଦି ପୂଜା କରନ୍ତୁ ।
ମାଙ୍କୁ ଭକ୍ତିର ସହ ପୂଜା କରିବା ଦ୍ଵାରା ଧନ, ବିଦ୍ୟା, କଳା ପ୍ରାପ୍ତି ହୋଇଥାଏ । ଏହି ଶୁଭ ଦିନରେ ଲୋକ ମାନେ ବ୍ରତ ମଧ୍ୟ କରିଥାନ୍ତି । ଏହି ଦିନ ଆପଣ ବ୍ରତ ମଧ୍ୟ ରଖିଲେ କୋଟିପୁଣ୍ୟ ପ୍ରାପ୍ତ ହୋଇଥାଏ । ଏହି ଦିନ ପୂଜା ହେଉଥିବା ସମୟରେ ଘରେ କେହି ସୋଇ ରହିବା ଉଚିତ ନୁହେଁ ।
ଏହି ଶୁଭ ଦିନରେ ଆପଣ ମାନେ କିଛି ସହଜ ଓ ସରଳ ଉପାୟ କରିଲେ ଭାଗ୍ୟଶାଳୀ ହୋଇ ପାରିବେ । ମା ସରସ୍ଵତୀଙ୍କ କୃପାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମା ସରସ୍ଵତୀଙ୍କୁ ପୂଜା କରିବା ସମୟରେ ତାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ବିଦ୍ୟା ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ । ତେନ୍ତୁଳୀର ୨୨ଟି ପାତ୍ର ହଳଦିଆ କପଡାରେ ଗୁଡାଇ ମାଙ୍କୁ ଅର୍ପଣ କରନ୍ତୁ ।
ଏହା ଦ୍ଵାରା ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ଏହି ଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ସହ ହଳଦିଆ ରଙ୍ଗର ଅର୍ଣ୍ଣ ଓ କଦଳୀ ସେବନ କରିବା ଉଚିତ । ଏହା କରିବା ଦ୍ଵାରା ମା ସରସ୍ଵତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ପୂଜା କରିବା ସମୟରେ ମାଙ୍କୁ ଶ୍ଵେତ ଚନ୍ଦନ ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ଏପରି କରିବା ସମୟରେ ଆପଣ ନିଜର ମନସ୍କାମନା କହିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହୋଇ ପାରିବ । ତେବେ ଏହିପରି ଭାବେ ମା ସରସ୍ଵତୀଙ୍କ ପୂଜା କରିବା ସମୟରେ ବିଧି ବିଧାନ କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।