ପୋଲିସ ବାବୁଙ୍କୁ ଦେଖି ରାସ୍ତା କଦରେ ବାଦାମ ବିକୁଥିବା ଯୁବକ ଚମକି ପଡିଥିଲେ । ଭାବିଲେ ଚାଲାଣ କାଟିବେ କି କାରଣ ସାମନାରେ ଥିଲେ ଆଡିସ୍ନାଲର ପୋଲିସ କମିଶନର । କିନ୍ତୁ ଏପରି କିଛି ଘଟଣା ଘଟିଲା ଯାହା କେବେ ବିଶ୍ଵାସ କରିହେବ ନାହି । ଦୁହିଙ୍କ ମଧ୍ୟରେ ଏମିତି କିଛି ବାର୍ତ୍ତାଳାପ ହୋଇଥିଲା ଯାହା ସାରା ଦେଶବାସୀଙ୍କ ମନକୁ ଛୁଇଁ ଯାଇଛି । ଏହି ଭିଡିଓ ଏବେ ଭାଇରାଲ ହେବ ପରେ ଆପିଏସ ଅଧିକାରୀଙ୍କୁ ମିଳୁଛି ପ୍ରଶଂସା ।
ଆପିଏସ ସୁବାସ ଡୁବେ ବାରାଣାସୀର ଆଡିସ୍ନାଲ ପୋଲିସ କମିଶନର । ଦିନେ ସନ୍ଧ୍ୟାରେ କାଶୀର ଏକ ରାସ୍ତା କଡରେ ବେପାର କରୁଥିବା ବାଦାମ ବାଲା ପାଖରେ ପହଞ୍ଚିଥିଲେ । ବାଦାମ ବିକାଳି ପୋଲିସକୁ ଦେଖି ଭାବିଲେ ଚାଲାଣ କାଟିବେ । କିନ୍ତୁ ସୁବାସ ଡୁବେ ବାଦାମ ବିକାଳି ଠାରୁ ବାଦାମ କିଣି ଖାଇବା ପରେ ଦୁହିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା ।
ପୋଲିସ କମିଶନର ବାଦାମ ବିକାଳିଙ୍କୁ କହୁଛନ୍ତି ମୁଁ ଚାଲାଣ କାଟିବାକୁ ଆସିନାହି ବରଂ ବାଦାମ ଖାଇବାକୁ ଆସିଛି । ଏହା ପରେ ସେ ବାଦାମ ବିକାଳିଙ୍କୁ ପୁଅ ବୋଲି ସମ୍ବୋଧନ କରି ପ୍ରଶ୍ନ କରୁଛନ୍ତି କେତେ ବର୍ଷ ହେବ ବାଦାମ ବିକ୍ରି କରୁଛ । ଉତ୍ତରରେ ଯୁବକ କହୁଛନ୍ତି ଦୀର୍ଘ ୪ ବର୍ଷ ହେବ । ଏହା ପରେ ପୋଲିସ ଅଧିକାରୀ ପ୍ରଶ୍ନ କରୁଛନ୍ତି କେଉଁ ସମୟରେ ଦୋକାନ ଖୋଲୁଛ । ଉତ୍ତରରେ ଯୁବକ କହୁଛନ୍ତି ସଂଧା ସମୟରେ ଦୋକାନ ଖୋଲା ହେଉଛି ।
ଯୁବକଙ୍କ ନାମ ହେଉଛି ସନ୍ଦିପ ଗୁପ୍ତା । ଏହା ପରେ ପୋଲିସ ଅଧିକାରୀ ଦିନକୁ କେତେ ରୋଜଗାର ହେଉଛନ୍ତି ପ୍ରଶ୍ନ କରିବା ପରେ ଉତ୍ତରରେ ଯୁବକ କହୁଛନ୍ତି ଦିନକୁ ୫୦୦ରୁ ୬୦୦ ଟଙ୍କା ହେଉଛି । ଏହା ଶୁଣିବା ପରେ ବହୁତ ଭଲ ବୋଲି କହୁଛନ୍ତି ପୋଲିସ ଅଧିକାରୀ । ବେପାର ତହରୁ ଆରମ୍ଭ କରି ନାମ, ଗାଁ ଠିକଣା ସବୁ କିଛି ପଚାରି ଥିଲେ ଆପିଏସ ଅଧିକାରୀ ସୁବାସ ଦୂବେ ।
ଏହା ପରେ ଯୁବକ ମାସ୍କ ନ ପିନ୍ଧି ଥିବାରୁ ସେହି ବିଷୟରେ ମଧ୍ୟ ପଚାରି ଥିଲେ । ଆଉ ନିଜେ ମାସ୍କ ପିନ୍ଧିବା ସହ ସୁବାସ ଯୁବକଙ୍କୁ ଗୋଟିଏ ମାସ୍କ ଦେଇଥିଲେ । ତେବେ ସୁବାସ ଦୂବେ ଓ ବାଦାମ ବିକାଳିଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।
ଏ ଯାଏଁ ଏହି ଭିଡିଓକୁ ୮୩ଲକ୍ଷରୁ ଅଧିକ ୟୁଜର୍ସ ଦେଖି ସାରିଲେଣି । ବଡ ପଦବୀରେ ରହିଲେ ମଧ୍ୟ ସେମାନଙ୍କର କଥା ଓ କାମ ଲକ୍ଷ ଲକ୍ଷ ଲୋକଙ୍କର ମନ ଜିଣିଥାଏ । ଯେପରି ସୁବାସ ଦୂବେଙ୍କ ସରଳ ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଛି । ଗରିବଙ୍କ ପାଇଁ ସେ ସର୍ବଦା ଦରଦୀ ବନ୍ଧୁ ଅଟନ୍ତି । କାହା ଠାରୁ ବାଦାମ ଖାଇ ହେଉ ବା ଚାହା ପିଇ ହେଉ ଏମିତି କରି ପାଲଟି ଯାଆନ୍ତି ବୁଲା ବିକାଳୀଙ୍କ ବନ୍ଧୁ । ନିଜର ସରଳ ବ୍ୟବହାର ଓ କାମ ପାଇଁ ସେ ସର୍ବଦା ଚର୍ଚ୍ଚରେ ରହୁଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଆପିଏସ ସୁବାସ ଦୂବେଙ୍କର ଏଭଳି ବନ୍ଧୁତ୍ଵ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।