Ajira Upadesh – ସନ୍ତାନ ସୁଖ ପାଇବା ପାଇଁ କେଉଁ ଉପାୟ କରିବେ ?

ବନ୍ଧୁଗଣ ପ୍ରତେକ ବାପା ମାଙ୍କ ପାଇଁ ତାଙ୍କ ପିଲା ମାନେ ବହୁତ ଅହଡିଧିକ ଗୁରତ୍ଵ ପୂର୍ଣ୍ଣ ହୋଇଥାନ୍ତି । ବାପା ମା ମାନେ ନିଜ ପିଲାଙ୍କର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ପିଲା ମାନଙ୍କୁ ଛୋଟରୁ ବଡ କରିବା ଯାଏଁ ବାପା ମାଙ୍କର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଥାଏ । ପରିବାର ମଧ୍ୟରେ ରହି ପିଲା ମାନେ ଛୋଟରୁ ବଡ ହୋଇଥାନ୍ତି । ବାପା ମା ଯେଉଁ ଶିକ୍ଷା ଦେଇଥାନ୍ତି ସେହି ଶିକ୍ଷାକୁ ଅନୁସରଣ କରି ପିଲା ମାନେ ନିଜର ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇଥାନ୍ତି ।

କିନ୍ତୁ କିଛି କ୍ଷେତ୍ର ରେ ବାପା ମାଙ୍କର କାମ ବା କଥା ପାଇଁ ପିଲା ମାନେ ତାଙ୍କ ଠାରୁ ଦୂରେଇ ଯାଇଥାନ୍ତି । ଯଦି ପିଲା ମାନଙ୍କର ଖୁସି ଅନୁଯାୟୀ କିଛି କାମ ନ କରାଯାଏ ତେବେ ସେମାନେ ବାପା ମାଙ୍କର କୌଣସି କଥା ଶୁଣନ୍ତି ନାହି । ଯାହା ଫଳରେ ପିଲା ମାନେ ବହୁତ ଜିଦିଆ ସ୍ଵଭବର ହୋଇଯାନ୍ତି ।

ଥରେ ପିଲା ମାନେ ଖରାପ ବାଟକୁ ଚାଲିଗଲେ ସେମାନଙ୍କୁ ଭଲ ବାଟକୁ ଆଣିବା ବହୁତ କଷ୍ଟକର ହୋଇପଡେ ତାହା ସବୁ ବାପା ମା ମାନେ ନିଶ୍ଚୟ ଜାଣିଥିବେ । ତେଣୁ ପ୍ରଥମେ ପିଲା ମାନଙ୍କର ଖୁସି ଯେଉଁଥିରେ ରହିଛି ତାହା ବାପା ମା ମାନେ ବୁଝିବା ଓ ଜାଣିବା ଦରକାର ଅଟେ ।

ତାହା ହେଲେ ଯାଇ ପିଲା ମାନେ କଣ ଇଚ୍ଛା କରୁଛନ୍ତି ତାଙ୍କୁ କଣ ପସନ୍ଦ ନାପସନ୍ଦ ତାହା ବାପା ମା ମାନେ ବୁଝିବା ଦରକାର । କିନ୍ତୁ କିଛି ଅଭିଭାବକ ଠାରେ ସନ୍ତାନ ସୁଖ ପ୍ରାପ୍ତ କରିବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ । ଯେତେ ପୂଜା ପାଠ କରିଲେ ମଧ୍ୟ କିଛି ଅଭିଭାବକ ସନ୍ତାନ ସୁଖ ପାଇ ପାରନ୍ତି ନାହି ।

କିନ୍ତୁ ଏମିତି ଏକ ସରଳ ଓ ସହଜ ଉପାୟ ରହିଛି ଯାହା ଦ୍ଵାରା ବାପା ମା ନିଜର ସନ୍ତାନ ପାଇଁ କରି ପାରିବେ । ଯାହା ଦ୍ଵାରା ସେମାନେ ଖୁସି ମଧ୍ୟ ହେବେ । ସେହି ଉପାୟ ଟି ହେଉଛି ଆପଣ ଯେତିକି ଖାଉଛନ୍ତି ତାର ୩ ଗୁଣା କୁକୁରକୁ ଖାଇବାକୁ ଦେବେ । ଖାଇଲା ବେଳେ ରୋଷେଇ ଘର ପାଖରେ କୁକୁରକୁ ଖାଇବାକୁ ଦେବେ ।

ଏହି ସହଜ ଉପାୟ ଟି କରିବା ଦ୍ଵାରା ଯାହା ଦୋଷ ରହିଥାଏ ତାହା ଖଣ୍ଡନ ହୋଇଥାଏ । ଯାହା ଦ୍ଵାରା ଅଭିଭାବକ ମାନେ ସନ୍ତାନ ସୁଖ ଲାଭ କରିବା ପାଇଁ ସକ୍ଷମ ହୋଇଥାନ୍ତି । ଏହା ଥିଲା ଆଜିର ଛୋଟିଆ ଉପଦେଶ ଯାହା କରିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *