ବର ମାଗିଲା ଦାମୀ Car ତ କନିଆ କଲା କିଛି ଏମିତି କି ଜାଣି ଉଡିଯିବ ହୋସ…

ବନ୍ଧୁଗଣ ଆଜିର ଦୁନିଆରେ ନାରୀ ମାନଙ୍କ ସ୍ଥାନ ଉଚ୍ଚରେ ରହିଛି । ନାରୀ ପୁରୁଷ ସହ କାନ୍ଧ ମିଳାଇ ବାଟ ଚାଲିଲେଣି । ଘର ଦାୟିତ୍ଵ ବୁଝିବା ସହ ନାରୀ ମାନେ ଅଫିସ କାମ ମଧ୍ୟ କରୁଛନ୍ତି । ହେଲେ ଆଜି ବି ପୁରୁଷ ମାନେ ଯୌତୁକ ଲୋଭରେ ନାରୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ହରିୟାନା ସୋହାନାରେ ଏପରି ଏକ ଘଟଣା ସାମନାକୁ ଆସିଛି । ଯୌତୁକରେ କ୍ରେଟା କାର ନ ମିଳିବାରୁ ଗୋଟିଏ ଦିନ ପୂର୍ବରୁ ବିବାହ ଭାଙ୍ଗି ଦେଲେ ଯୌତୁକ ଲୋଭୀ ବର ପକ୍ଷ ।

ଅନ୍ୟ ପକ୍ଷେ କନ୍ୟା ଘର ଲୋକେ ଏହି ବିବାହକୁ ପ୍ରତ୍ୟାଖାନ କରିଲେ । ଏମିତିକି ଏମିତି ଘରେ ବିବାହ କରିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି କନ୍ୟା କହିଥିଲେ । ସୋହାନା ର ଗେହଲୋକ ବିହାର ର ଗାରିମାଙ୍କ ବିବାହ ଦିଲ୍ଲୀର ଉତରମ ନଗର ବାସିନ୍ଦା ରବୀନଙ୍କ ସହ ସ୍ଥିର ହୋଇଥିଲା । ଲୋକ ଦେଖାଣିଆ ପାଇଁ ପ୍ରଥମେ ବିବାହ ସ୍ଥିର କରିଥିଲେ ବର ଘର ଲୋକେ । ଗତ ଜୁଲାଇ ମାସରେ ଉଭୟଙ୍କର ଋଂ ସେରିମନୀ ସମ୍ପନ୍ନ ହୋଇଥିଲା ।

କିନ୍ତୁ ବିବାହ ସମୟ ଯେତିକି ପାଖେଇ ଆସୁଥିଲା ତାଙ୍କର ଅସଲ ରୂପ ସେତିକି ସାମନାକୁ ଆସୁଥିଲା । ବର ପକ୍ଷ କ୍ରମାଗତ ଭାବେ ଡିମାଣ୍ଡ କରିବା ଆରମ୍ଭ କରିଲେ । କନ୍ୟା ପକ୍ଷ ମଧ୍ୟ ସବୁ ଡିମାଣ୍ଡ ପୁରା କରିବା ପାଇଁ ରାଜି ହୋଇଥିଲେ । ସୁନା ଗହଣା ଠାରୁ ଆରମ୍ଭକରି ନଗତ ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ ପରେ ଡିମାଣ୍ଡ କରିଲେ ବର ପକ୍ଷ । ଫେବ୍ରୁଆରି ୧୮ ତାରିଖରେ ବିବାହ ସ୍ଥିର ହୋଇଥିଲା ।

ଫେବ୍ରୁଆରି ୧୬ରେ ଖୁବ ଧୁମଧାମ ରେ ହଳଦୀ ଓ ମେହେନ୍ଦି ରସମ ହୋଇଥିଲା । ତେବେ ଏହାରି ଭିତରେ କ୍ରୀଟା ଗାଡି ପାଇଁ ଅଡି ବସିଥିଲେ ବର ପକ୍ଷ । ସୂତ୍ର ଅନୁସାରେ ଝିଅ ଘର ଲୋକେ ଏକ କାର ମଧ୍ୟ ଆଣିଥିଲେ । କିନ୍ତୁ ଭଲ ମଡେଲ ମିଳିବା ପରେ ବାର ପକ୍ଷ ବିବାହ ପାଇଁ ମନା କରି ଦେଲେ । ଏହି ମାମଲାରେ ପୀଡ଼ିତା ସୋହନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଙ୍କ ନାଁ ରେ ମାମଲା ରୁଜୁ କରା ଯାଇଛି ।

ଅନ୍ୟ କ୍ଷେତ୍ର ରେ ଥାନାରେ ଅଭିଯୋଗ କରିବା ପରେ ପୁଅ ଘର ଲୋକେ ସେମାନଙ୍କୁ ବାରମ୍ବାର ଧମକ ଦେବା କଥା କନ୍ୟା ଘର ଲୋକେ କହିଛନ୍ତି । ଭିଡିଓ ପୋଷ୍ଟ କରି ସେମାନଙ୍କୁ ଭୟ ଦେଖାଇବା କଥା ଅଭିଯୋଗ କରିଛନ୍ତି କନ୍ୟା ପକ୍ଷ । ତେବେ ଏହି ମାମଲାରେ ବର୍ତ୍ତମାନ ପୋଲିସ କାର୍ଯ୍ୟ ଅନୁଷ୍ଠାନ ନେବା ଉଚିତ ।

ଆଜି ବି ଆମ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁ ମାନେ ସାମାନ୍ଯ କାର ବା ଗହଣା ପାଇଁ ନାରୀ ମାନଙ୍କ ସହ ଅତ୍ୟାଚାର ଓ ନିର୍ଯ୍ୟାତନା ଦେଉହକନ୍ତି । ବାସ୍ତବରେ କନ୍ୟା ପକ୍ଷ ଏହି ବିବାହ ପାଇଁ ମନା କରି ଦେଇ ବହୁତ ଭଲ କାମ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ସୋହାନା ଯେଉଁ ନିସ୍ପତି ନେଇଚନ୍ତି ତାହା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜୁଆ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *