CM Naveenଙ୍କ ବିଷୟରେ କିଛି ଏମିତି କହିଲେ Vrasha, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ଆପଣ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କୁ ଶୁଟିଙ୍ଗ ସେଟରୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହିଙ୍କର ବିବାହର କିଛି ମାସ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଯାଇଥିଲା ।

ଯାହା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିସ୍ପତି ନେଇଥିଲେ । ବର୍ତ୍ତମାନ ଦୁହିଙ୍କର ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି । ତେବେ ଆପଣ ମାନେ ଜାଣିଥିବେ ଅନୁଭବ ନିର୍ବାଚନ ସମୟରେ ନଜର ନ ଆସିବା କାରଣରୁ ତାଙ୍କୁ ସମର୍ଥନ କରିବାକୁ ଯାଇ ବର୍ଷା ମଇଦାନକୁ ଓଲହାଇଛନ୍ତି ।

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଜୋର ଧରିଛି । ବର୍ଷା ଅନୁଭବଙ୍କୁ ଜିତାଇବା ପାଇଁ ତଥା ବିଜେଡି ପ୍ରାର୍ଥୀ ଭାବେ ଗାଁ ଗାଁ ବୁଲୁ ପ୍ରଚାର କରିବାରେ ଲାଗିଛନ୍ତି । ବର୍ଷାଙ୍କର ପ୍ରଚାର କରିବା ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେ ଲୋକ ମାନଙ୍କର ଭଲ ମନ୍ଦ ବୁଝିବା ସହ ତାଙ୍କୁ କିଛି ସାହାଜ୍ଯ କରିବାର ନଜର ଆସୁଛନ୍ତି । ଏହାରି ଭିତରେ ବର୍ଷା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷୟରେ କିଛି ଏମିତି କହିଛନ୍ତି ଯାହାକୁ ନେ ଏବେ ବର୍ଷା ଚର୍ଚ୍ଚା ରେ ରହିଛନ୍ତି । ବର୍ଷା କହିଛନ୍ତି ଯେ ସେ କେବଳ ନବୀନ ସାରଙ୍କର ବହୁତ ବଡ ଫ୍ୟାନ ।

କେବଳ ନବୀନ ସାରଙ୍କ ପାଇଁ ସେ ପ୍ରଚାର ପାଇଁ ଆସିଛନ୍ତି ଓ ସମସ୍ତଙ୍କ ତରଫରୁ ଭୋଟ ମିଳିବ ବୋଲି ବର୍ଷା କହିଛନ୍ତି । ବର୍ଷା ବର୍ତ୍ତମାନ ଭଦ୍ରକ ରେ ନିର୍ବାଚନ ପ୍ରଚାର କରିଆବାରେ ଲାଗିଛନ୍ତି । ସେ ଗାଡି ଭିତରେ ଥାଇ ଲୋକ ମାନଙ୍କୁ ହାତ ଯୋଡି ନମସ୍କାର କରିବା ସହ ତାଙ୍କର ସବୁ ଦୁଖ ସୁଖ ମଧ୍ୟ ପଚାରି ବୁଝୁଛନ୍ତି ।

ଆହୁରି ମଧ୍ୟ ବର୍ଷା କହିଛନ୍ତି ବିପୁଳ ଜଣ ସମର୍ଥନ ଅଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ସମସ୍ତଙ୍କର ଭଲ ପାଇବା ଓ ସମ୍ମାନ ରହିଛି ଯାହା ତାଙ୍କୁ ନିର୍ବାଚନରେ ଜିତାଇ ପାରିବ । ବିଜୁ ଜନତା ଦଳଙ୍କୁ ଗାଁ ର ଲୋକ ମାନେ ହୁଳହୁଳି ଶଙ୍ଖ ଧ୍ୱନିରେ ସ୍ଵାଗତ କରା ଯାଇଛି ।

ନିଶ୍ଚିନ୍ତ ଭାବେ ବିଜୁ ଜନତା ଦଳ ପ୍ରତି ଲୋକ ମାନଙ୍କର ଉଶ୍ଚାହ ଅଧିକ ରହିଛି । ଅନ୍ୟ ଜଣେ କର୍ମୀ କହିଛନ୍ତି ଯେ ପର୍ଯ୍ୟନ୍ତ ଲୋକ ମାନଙ୍କର ଭଲ ପାଇବା ରହିଛି ସେତେ ଯାଏଁ ବିଜୁ ଜନତା ଦଳ ସେମାନଙ୍କ ସହ ରହିବ ।

ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ପ୍ରିୟଦର୍ଶିନୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କହିଥିବା ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *