ବନ୍ଧୁଗଣ EPFO ଆଣିବା ନୂଆ ସ୍କିମ । ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଥିବା କର୍ମଚାରୀ ହେବେ ଉପକୃତ । ସଂଘଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ନୂଆ ପେନସନ ଆଣିବା ଲାଗି ଯୋଜନା କରୁଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଘଠନ EPFO । ୧୫ ଯାହାର ଟଙ୍କାରୁ ଅଧିକ ବେତନ ପାଠିବା ଓ ବାଧ୍ୟତାମୂଳକ ଭାବେ କର୍ମଚାରୀ ପେନସନ ୧୯୫୫ ପରିସରରେ ଆସୁ ନ ଥିବା କର୍ମଚାରୀଙ୍କ ଲାଗି ଏହା କାର୍ଯ୍ୟକାରୀ କରିବାକୁ ବିଚାର କରା ଯାଉଛି । ଇପିଏଫଓ ସଦସ୍ୟଙ୍କ ଦ୍ଵାରା ଅଧିକ ପେନସନ ଲାଗି ଚାହିଦା ବଢୁଛି ।
ଏହାକୁ ବିଚାର କରି ନୂଆ ପେନସନ ପ୍ରୋଡେକ୍ଟ ଆଣିବା ଲାଗି ଦିଗରେ ବିଚାର ବିମର୍ଶ ଲାଗି ରହିଛି । ସାଧାରଣତ ୧୫ ହଜାର ଟଙ୍କା ବେତନ ହାରାହାରି ରୁ ଉର୍ଦ୍ଧ ରହିଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଲାଗୁ ହୋଇ ପାରିବ ବୋଲି ଅନୁମାନ କରା ଯାଉଛି । ଏମିତି ଯୁଗାନ୍ତକାରୀ ପ୍ରସ୍ତାବ ଇପିଏଫଓ ର ସର୍ବୋଚ୍ଚ ନୀତି ନିର୍ଦ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଆଲୋଚନା ପାଇଁ ଉପସ୍ଥାପନା କରାଯିବ ।
ମାର୍ଚ୍ଚ ୧୧ ଓ ୧୨ ତାରିଖ ରେ ଗୋହାଟିରେ ବସୁଥିବା ବୈଠକରେ ଇପିଏଫଓ ଗଠନ କରିଥିବା ପେନସନ ସଂକ୍ରାନ୍ତ ଏକ ଇଉପିଏ କମିଟି ଏହାର ରିପୋର୍ଟ ପ୍ରାଣ କରିବାର କାର୍ଯ୍ୟକ୍ରମ ରହିଛି । ଏବେ ୧୫ ହଜାର ଟଙ୍କାରୁ ବେତନ ଲାଭ କରୁଥିବା ଇପିଏଫଓ ହିତାଧିକାରି ମାନେ ଇପିଏସ-୯୫ ଆଧାରରେ ୮.୩୩ %ହାରରେ ଯୋଗ ଦାନ ରଖୁଛନ୍ତି । ଫଳରେ ଯୋଗ ଦାନ କମ ଥିବାରୁ ପେନସନ ମଧ୍ୟ କମ ମିଳୁଛି ।
୨୦୧୪ରେ ଇପିଏଫ ଓ ଏହାର ସ୍କିମରେ ପରିବର୍ତ୍ତନ କରିବା ସହ ମାସିକ ଫେସନ ଲାଭ ପାଇଁ ହାରାହାରି ବେତନ ୧୫ ହଜାର ଟଙ୍କା ରଖିଥିଲା । ଚାକିରିରେ ଯୋଗ ଦେବା ସମୟରେ କେବଳ ଏହି ସୀମା ଲାଗୁ ହୋଇଥାଏ । ୨୦୧୪ ସେପ୍ଟେମ୍ବ ପହିଲାରୁ ଏହାକୁ ୬ହଜାର ୫୦୦ ଟଙ୍କା ରୁ ପରିବର୍ତ୍ତନ କରାଯାଇ ସୀମା ବୃଦ୍ଧି କରା ଯାଇଥିଲା । ଦର ଦାମ ଓ ସଂଘଠିତ କ୍ଷେତ୍ର ର ପ୍ରିଭିଜନ ଭଳି ବିଭିନ୍ନ ଦିଗକୁ ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରା ଯାଇଥିଲା ।
ବେଶିକ ଵେ ର ସୀମାକୁ ୧୫ ହଜାର ଟଙ୍କା କୁ ବୃଦ୍ଧି କରିବା ଲାଗି ପରେ ପ୍ରସ୍ତାବ ଦିଆ ଯାଇଥିଲା । ମାତ୍ର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳି ନ ଥିଲା । ପେନସନ ଲାଭ କରିବାକୁ ବେତନର ସୀମାକୁ ଦ୍ବରିତ ଭିତ୍ତିରେ ବୃଦ୍ଧି କରିବା ଲାଗି ଏବେ ଇପିଏଫଓ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିବା ନାହି । ମାତ୍ର କୌଣସି ଉଚ୍ଚ ବେତନ ଲାଭ କରିବାରୁ ଇପିଏସ-୯୫ ରୁ ବାଦ ଲଡୁଥିବା କର୍ମଚାରୀଙ୍କ ସୁବିଧାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ନିଆ ଯାଇଛି ।
ବର୍ତ୍ତମାନ ସଂଘଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମକାହାରୀଙ୍କ ବେଶିକ ପେ ସହ ମହଙ୍ଗା ଭତ୍ତା, ଚାକିରି ରେ ଯୋଗଦେବା ସମୟରେ ୧୫ ହଜାର ଟଙ୍କା ଯାଏଁ ହୋଇଥିଲେ ଇପିଏସ-୯୫ ଅଧୀନରେ ଆସିବାର ନିୟମ ରହିଛି ।
ବନ୍ଧୁଗଣ ଆପଣ ମାନଙ୍କର ଇପିଏଫଓର ନୂଆ ସ୍କିମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।