ରୁଷ ଓ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ! ଦ୍ଵିତୀୟ ବିଶ୍ଵଯୁଦ୍ଧଠୁ ହୋଇପାରେ ଭୟଙ୍କର… ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଚରମ ସିମାରେ ପହଞ୍ଚିଛି ରୁଷ ଓ ୟୁକ୍ରେନ ବିବାଦ । ଯୁଦ୍ଧ ପାଇଁ ଉଭୟ ଦେଶ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ବ୍ଳାଡିମିର ପୁତିନ ୟୁକ୍ରେନକୁ ସୈନିକ ପଠାଇ ସାରିଛନ୍ତି । ଦୋନେଟ ସ୍କଟରେ ଯୁଧା ଟ୍ୟାଙ୍କ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଲାଗୁଛି ରୁଷ ଓ ୟୁକ୍ରେନ ମଧ୍ୟରେ ଉତେଜନା କମିବା ବଦଳରେ ବଢିବାରେ ଲାଗିଛି । ଆମେରିକା, ଫ୍ରାନ୍ସ ଭଳି ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ଦେଖାଉ ନାହି । ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ସାରା ଦେଶରେ ବ୍ୟାପକ ଭାବେ ପଡିବ ।

୧- ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ପ୍ରଥମ ପ୍ରଭାବ ତୈଳ ଓ ଗ୍ଯାସ ଉପରେ ପଡିବ । କାରଣ ୟୁରୋପର ଅଧିକାଂଶ ଦେଶ ତୈଳ ଓ ଗ୍ଯାସ ପାଇଁ ରୁଷ ଉପରେ ନିର୍ଭରଶୀଳ । ଯୁଧା ହେଲେ ରୁଷ ଯଦି ତୈଳ ଆମଦାମି ବନ୍ଦ କରିଦିଏ ତେବେ ପଶ୍ଚିମ ୟୁରୋପରେ ପ୍ରଭାବ ପକାଇବ । ଯଦି ତୈଳ ଯୋଗାଣ ଜାରି ରୁହେ ତେବେ ମୂଲ୍ୟ ବୃଦ୍ଧି ହୋଇପାରେ ।

୨- ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ବିଶ୍ଵ ବଜାରରେ ପ୍ରଭାବ ପଡିବା କାରଣରୁ ସାରା ଦୁନିଆ ଆର୍ଥିକ ସଙ୍କଟର ସାମନା କରିପାରେ । ବଇଦେଶିକ ମୁଦ୍ରା ବଜାରରେ ଅନିଶ୍ଚିନ୍ତତା ପ୍ରବେଶ କରିବା ସହ ଆର୍ଥିକ ମାନ୍ଦା ଦେଖିବାକୁ ମିଳିପାରେ ।

୩- ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ଦୁନିଆ ୨ ଭାଗରେ ବିଭକ୍ତ ହୋଇଯିବ । ଯଦି ଯୁଦ୍ଧ ହୁଏ ତେବେ ରୁଷକୁ ସମର୍ଥନ କରୁଥିବା ଅନ୍ୟ ରାଷ୍ଟ୍ର ଉପରେ କଡା ପ୍ରତିବନ୍ଧକ ଲାଗିପାରେ । ସେହିପରି ୟୁରୋପ ୟୁକ୍ରେନ ରାଷ୍ଟ୍ରର ସହଯୋଗ କରିବେ ।

୪- ଯଦି ଯୁଦ୍ଧରେ ୟୁକ୍ରେନକୁ ରୁଷ ଦାଖଲ କରି ନିଏ ତେବେ ୟୁକ୍ରେନ ଦିତୀୟ ଆଫଗାନିସ୍ତାନ ହୋଇପାରେ । ଏଭଳି ସ୍ଥିତିରେ ରୁଷର କ୍ଷତି ହୋଇପାରେ । ୧୯୯୨ରେ ଆଫିଗାନିସ୍ତାନ ସହ ଜେଭଳି ହୋଇଥିଲା ସେଠାରେ ରୁଷ ବହୁତ ଦିନ ଯାଏଁ ଫଶୀ ରହିବା ପରେ ଶେଷରେ ଖାଲି ହାତରେ ଫେରିଥିଲା । ଆଉ ଶୋଭିଏତ ସଂଘ ଭାଙ୍ଗିଥିଲା ।

୫- ଯଦି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାକୁ ରୋକିବା କାହା ପକ୍ଷେ ସମ୍ଭବ ନୁହେଁ । ଏବେ ରୁଷ ପୂର୍ବ ଅପେକ୍ଷା ନିଜକୁ ଶକ୍ତିଶାଳୀ କରି ସାରିଲାଣି । ଏମିତିକି ଏସିୟାରେ ରୁଷର ଦବଦବା ରହିଛି । ରୁଷ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପରମାଣୁ ଅସ୍ତ୍ର ରହିଛି । ଯାହା ବିଶ୍ଵକୁ ଭାରି ପଡିପାରେ । ସେହିପରି ୟୁକ୍ରେନ ସହ ଆମେରିକା ଭଳି ଦେଶ ରହିଛି ଯାହା ପାଇଁ ଯୁଦ୍ଧକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ।

୬- ଦୁଇର ଦେଶର ଯୁଦ୍ଧର ପ୍ରଭାବ ଦେଶର ବିଶ୍ଵ ଖାଦ୍ୟ ବଜାର ଉପରେ ପଡିପାରେ । ସାରା ଦୁନିଆରେ ଗହମର ଆଭାବ ଦେଖାଯାଇପାରେ । ରୁଷ, ୟୁକ୍ରେନ, କାଜକସ୍ତାନ ଦେଶକୁ ଅଧିକ ଗହମ ରପ୍ତାନି କରନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *