ପୁଣି ବଢିବ Petrol, Diesel ଓ Gas ଦର, ଜାଣନ୍ତୁ କେବେଠୁ ଓ କେତେ ବଢିବ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦେଶର ୫ଟି ରାଜ୍ୟ ରେ ଏବେ ଚାଲିଛି ନିର୍ବାଚନ ପ୍ରଚାର । ଲୋକ ମାନେ ଭୋଟ ଦେଉଛନ୍ତି ନିଜ ସରକାର ଚୟନ କରୁଛନ୍ତି । କିନ୍ତୁ ନିର୍ବାଚନ ସାରିବା ପରେ ଲୋକଙ୍କ ଚିନ୍ତା ବଢିବାକୁ ଯାଉଛି । କାରଣ ଦେଶରେ ମହଙ୍ଗା ହେବାକୁ ଯାଉଛି ପେଟ୍ରୋଲ ଡିଜେଲ ଦର ଓ ଗ୍ଯାସ ଦର । ଦେଶର ଗତ ୧୧୦ ଦିନ ହେବ ପେଟ୍ରୋଲ ଓ ଡିଜେଲର ଦର କମି ନାହି କି ବୃଦ୍ଧି ହୋଇ ନାହି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ କିନ୍ତୁ ଅଶୋଧିତ ତୈଳ ଦର ଅସମ୍ଭବ ଭାବେ ବୃଦ୍ଧି ପାଇଛି ।

ରୁଶିୟା ଓ ୟୁକ୍ରେନ ବିବାଦ ଯୋଗୁ ମଧ୍ୟ ଅଏଲ ର ଦାମ ମହଙ୍ଗା ହୋଇଛି । ଆଉ ଯାହାର ପ୍ରଭାବରେ ନିର୍ବାଚନ ସାରିବା ମାତ୍ରେ ଦେଶରେ ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲର ଦର । କେବଳ ପେଟ୍ରୋଲ ଓ ଡିଜେଲର ଦର ନୁହେ ବରଂ ଘରୋଇ ଗ୍ଯାସ ରେ ବଢିପାରେ ମହଙ୍ଗା ମାଡ । ଆଉ ଦେଶରେ ବହୁତ ଜଲ୍ଦି ରନ୍ଧନ ଗ୍ଯାସ ଦର ବଢିବାକୁ ଯାଉଛି ।

ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ମାର୍ଚ୍ଚ ମାସ ୭ ତାରିଖରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବା ପ୍ରାୟ ନିଶ୍ଚିତ ଅଟେ । ସେହିପରି ଏପ୍ରିଲ ମାସରେ ରୋଷେଇ ଗ୍ଯାସ ଓ ପରିବହନ ଖର୍ଚ୍ଚ ଅମଧ୍ୟ ବୃଦ୍ଧି ହୋଇପାରେ ।

ସବୁଠାରୁ ବଡ କଥା ହେଉଛି ଅନ୍ତର୍ଜାତୀୟ ବଜାରତରେ ଏବେ ଯେଉଁ ପରିମାଣରେ କ୍ରୋଡ ଅଏଲ ର ଦାମ ବୃଦ୍ଧି ପାଇଛି ସେହି ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ନାହି । ନିର୍ବାଚନ କୁ ଆଖି ଆଗରେ ରଖି ଏପରି କରା ଯାଉଥିବା କୁହା ଯାଉଛି । ତେଣୁ ନିର୍ବାଚନ ଭୋଟ ସରିବା ପରେ ଗ୍ଯାସ ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା ନିଶ୍ଚିନ୍ତ ଅଟେ ।

ଅନ୍ୟ କ୍ଷେତ୍ର ରେ କେନ୍ଦ୍ର ସରକାର ଏପ୍ରିଲ ମାସରେ କିଛି ଦାମର ସମୀକ୍ଷା କରିବାର ଅଛି । ବିଶେଷଜ୍ଞ ଙ୍କ ମତରେ ଗ୍ଯାସ ପ୍ରତି ୟୁନିଟ ୨.୯ ଡଲାର ରୁ ୬ ଦଳର ଯାଏଁ ବୃଦ୍ଧି ପାଇପାରେ । ତେଣୁ ରନ୍ଧନ ଗ୍ଯାସ କିଣିବାକୁ ହେଲେ ଲୋକ ମାନଙ୍କୁ ହୁଏ ତ ନିର୍ବାଚନ ପରେ ଅଧିକ ଟଙ୍କା ଗଣିବାକୁ ପଡିପାରେ । ଖାଲି ସେତିକି ନୁହେଁ ବରଂ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେଲେ ଯାନବାହାନ ଓ ପରିବହନ ଖର୍ଚ୍ଚ ସହ ଏହା ସହ ଜଡିତ ଅନ୍ୟ ସବୁ କିଛି ଦର ଦାମ ମଧ୍ୟ ବଢିପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଗ୍ଯାସ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜାଣିବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *