ନମସ୍କାର ବନ୍ଧୁଗଣ । ୟୁକ୍ରେନ ଓ ଋଷିଆ ଯୁଦ୍ଧରେ ଧ୍ଵଂସ ହେଲାଣି ୟୁକ୍ରେନର ଅନେକ ସହର । ସ୍ଥିତି ଏପରି ହେଲାଣି ଯେ ୟୁକ୍ରେନ ରେ ଯେଉଁଠି ଦେଖିବେ ସେଠାରେ ଯୁଦ୍ଧ ବିଭୀଷିକାର ହୃଦୟ ଥରା ଚିତ୍ର ଦେଖିବାକୁ ମିଳୁଛି । ଋଷିଆ ସୈନ୍ୟଙ୍କ ଆକ୍ରମଣରେ ସହ ସହ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଘର ଭାଙ୍ଗି ମାଟିରେ ମିଶି ଗଲାଣି । ଆଉ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ରେ ଯାହା ବି କ୍ଷତି ହୋଇଛି ତାହାର ପୂରଣ ଋଷିଆ ହିଁ କରିବ । ଯାହାକୁ ନେଇ ଏବେ ସାରା ବିଶ୍ଵ ରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସତରେ କଣ ୟୁକ୍ରେନର କ୍ଷତି ବହନ କରି ପାରିବ ଋଷିଆ ଏବେ ପ୍ରଶ୍ନ ଉଠୁଛି । ଫେବୃଆରି ୨୪ ରୁ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ରୁଷାଇ ରାଷ୍ଟ୍ରପତି ପୁଟିନ କାହାରି କଥାକୁ ଖାତିର କରୁ ନାହାନ୍ତି ସେପଟେ ଜେଲେନସ୍କି ମଧ୍ୟ ଖୁଙ୍କୁ ନାହାନ୍ତି । ଆଉ ଏହାରି ମଧ୍ୟରେ ଋଷିଆ ସୈନ୍ୟ ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ଦାଖଲ କରିବାରେ ଲାଗିଛି ।
ବର୍ତ୍ତ୍ୟମାନ ସ୍ଥିତି ରେ କେହି କାହାରିକୁ ଛାଡିବାକୁ ରାଜି ନାହାନ୍ତି । ଅହରହ ଗୁଳି ମିଯାଇଲ ମାଡରେ ଚାଳିଛି । ଋଷିଆର ସୈନ୍ୟଙ୍କୁ କଡା ଜବାବ ଦେଉଛନ୍ତି ୟୁକ୍ରେନ ସୈନ୍ୟ । ବିଶ୍ଵର ବୃହତ୍ତ ଶକ୍ତିଶାଳୀ ରାଷ୍ଟ୍ର କୁ ଏକା ସାମନା କରୁଛି ୟୁକ୍ରେନ ସେନା । ୟୁକ୍ରେନ ସେନାର ପ୍ରତି ଆକ୍ରମଣରେ ସହ ସହ ଋଷିଆ ସୈନ୍ୟ ପ୍ରାଣ ହରାଇଲେଣି ।
ବର୍ତ୍ତମାନ ସୁଧା ପାଖାପାଖି ୯୦୦୦ ରୁ ଅଧିକ ଋଷିଆ ସେନାଙ୍କୁ ୟୁକ୍ରେନ ସେନା ନିହତ କରିଥିବା ନେଇ ଜଣା ପଡିଛି । ଏହା ସହ ଋଷିଆ ର ୩୦ଟି ହାଇଡ୍ରୋଜେନ, ୩୧ଟି ହେଲିକପ୍ଟର, ୨୧୭ଟି ଟ୍ୟାଙ୍କ, ଆଉ ୯୦୦ ଏମବି କୁ ଧ୍ଵଂସ କରି ସାରିଲାଣି ୟୁକ୍ରେନ ସେନା ।
କେବଳ ସେଟକି ନୁହେଁ ବରଂ ୪୨ଟି ଏମଆଲଆରଏସ, ୧୧ଟି ଆଣ୍ଟି ଏୟାର ଡିଫେନସ, ୩୭୪ଟି ଅଟୋ ମୋବାଇଲ ଟେକନିକ ସ୍ପି ଧ୍ଵଂସ କରିଥିବା ଜେଲେନସ୍କି ଦାବି କରିଛନ୍ତି । ଦୁଇ ଥର ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇ ସାରିଲାଣି କିନ୍ତୁ ସମାଧାନର କୌଣସି ରାସ୍ତା ବାହାରୁ ନାହି । ସମାଧାନର ରାସ୍ତା ନ ବାହାରିବା ଯାଏ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବ ବୋଲି ଋଷିଆ ବିଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଋଷିଆ ସେନାର ଆକ୍ରମଣ ଯୋଗୁ ୟୁକ୍ରେନ ସେନାର ମନୋବଳ ଏ ଯାଏଁ ଭାଙ୍ଗି ନାହି । ରଣକ୍ଷେତ୍ର କୁ ନ ଛାଡି ଋଷିଆ ସେନାକୁ କୁହନ ତୋଡ ଜବାବ ଦେଉଛନ୍ତି ୟୁକ୍ରେନ ସେନା । ଆଉ ଏହାରି ମଧ୍ୟରେ ୟୁକ୍ରେନ ରେ ଯାହା ବି କ୍ଷତି ହୋଇଛି ତାହାର ପୂରଣ ଋଷିଆ କରିବା ବୋଲି ଜେଲେନସ୍କି କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଜେଲେନସ୍କି ଙ୍କ ଏଭଳି ଚିନ୍ତାଧାରା ବିଷୟରେ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।