ନମସ୍କାର ବନ୍ଧୁଗଣ । ଫେବୃଆରି ୨୪ ତାରିଖରୁ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ ଯାହା ଥମିବାର ନାଁ ନେଉ ନାହି । ଏହାରି ମଧ୍ୟରେ ଅନେକ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏତ ତୀବ୍ର ହେବାରେ ଲାଗିଛି ଯାହା ପାଇଁ ଋଷିଆ ସୈନ୍ୟ ଓ ୟୁକ୍ରେନ ସୈନ୍ୟଙ୍କର ପ୍ରାଣ ହାନି ହେବା ସହ ଲକ୍ଷ ଲକ୍ଷ ଲୋକଙ୍କର ମଧ୍ୟ ପ୍ରାଣ ହାନି ହେବାରେ ଲାଗିଛି । ଏହା ସହ ୟୁକ୍ରେନ ର ଅନେକ ସହରକୁ କବଜା କରି ସାରିଲେଣି ଋଷିଆ ସୈନ୍ୟ ।
ମିଯାଇଲ ଓ ଗୁଳି ମାଡରେ ଥରହର ହେଉଛି ୟୁକ୍ରେନ । କିନ୍ତୁ ପୁଟିନ ଏହି ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନ ଥିବା ବେଳେ ଅନ୍ୟ ପକ୍ଷରେ ଜେଲେନସ୍କି ମଧ୍ୟ ମୁଣ୍ଡ ନୂଆଁଇବାକୁ ରାଜି ନାହାନ୍ତି । ଜେଲେନସ୍କି ନିଜର ଶେଷ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ବର୍ତ୍ତମାନର ସୂଚନା ଅନୁସାରେ କଣ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଯନ କରିଛନ୍ତି ଯାହା ଏବେ ପ୍ରଶ୍ନ ଉଠୁଛି ।
ଏହି କଥାର ଦାବି ଋଷିଆ ପକ୍ଷରୁ କରା ଯାଉଛି । ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାୟନ କଥା ଋଷିଆ ଗଣ ମାଧ୍ୟମ ରେ ପ୍ରସାରଣ କରିଛି । ପୂର୍ବ ରୁ ଜେଲେନସ୍କି ନିଜ ଦେଶ ୟୁକ୍ରେନ ଛାଡି ଯିବେ ନାହି ବୋଲି କହିଥିଲେ ଯାହାକୁ ନେଇ ବେସ ଚର୍ଚ୍ଚା ହୋଇଥିଲା ।
ତେବେ ନିକଟରେ ଋଷିଆ ରାଷ୍ଟ୍ରପତି ପୁଟିନ ଜେଲେନସ୍କି ଙ୍କୁ ହତ୍ୟା ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ । ଏପରିକି ଗତ ୭ ଦିନ ମଧ୍ୟରେ ତାଙ୍କୁ ୩ ଥର ହତ୍ୟା ଉଦ୍ୟମ କରା ଯାଇଥିଲା ବୋଲି ସେ କହିଥିଲେ । ଅନ୍ୟ ପକ୍ଷ ରେ ୟୁକ୍ରେନ ପକ୍ଷରୁ ଖଣ୍ଡନ କରା ଯାଇଛି ।
ୟୁକ୍ରେନ ସାଂସଦ ପକ୍ଷ ରୁ କୁହା ଯାଇଛି ଯେ ରାଷ୍ଟ୍ରପତି ଜେଲେନସ୍କି ବର୍ତ୍ତମାନ ରାଜଧାନୀ କିୟୁ ରେ ରହିଛନ୍ତି । ଜେଲେନସ୍କି ଗାୟବ ଅଛନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ସେଥିରେ ବିରାମ ଲଗାଇଛନ୍ତି ୟୁକ୍ରେନ ସାଂସଦ ଯାହା ସୂତ୍ର ରୁ ଜଣା ପଡିଛି ।
ବନ୍ଧୁଗଣ ଆପଣ ମାନଙ୍କର ଜେଲେନସ୍କିଙ୍କ ଗାୟବ ହେବା ଖବର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।