ଋଷିଆ ଓ ୟୁକ୍ରେନ ଯୁଦ୍ଧ ଅପଡେଟ: ପୁଟିନ ନେଲେ ବଡ ନିଷ୍ପତ୍ତି, ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଲଗାତାର ଯୁଦ୍ଧ ଲାଗି ରହିଛି ଯାହା ଥମିବାର ନାଁ ନେଉ ନାହି । ଦେଶର ସମସ୍ତ ଆଣବିକ ଅସ୍ତ୍ର କୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ । ଆଉ ପୁଟିନ ଙ୍କ ଏହି ନିର୍ଦେଶ ଅପାଇବା ପରେ ଏବେ ହାଇ ଆଲାର୍ଟ ରେ ଋଷିଆ ସେନା । ତେବେ ପୁଟିନ ଙ୍କ ଏହି ନିର୍ଦେଶ ପରେ ଚିନ୍ତା ରେ ପୁରା ବିଶ୍ଵ ରେ ପଡିଛି । ଋଷିଆ ବିଶ୍ଵରେ ତିସାର ବୋମା ପକାଇବା ବୋଲି ସୂତ୍ରରୁ ଜଣା ପଡିଛି ।

ଟିସାର ବୋମା ଋଷିଆ ର ସବୁଠାରୁ ଧ୍ଵଂସକାରୀ ବୋମା ମଧ୍ୟରେ ଅନ୍ୟତମ ଅଟେ । ଏହା ନିମିସକେ ମାତ୍ରେ ସବୁ କିଛି ବରବାତ କରିଦିଏ । ଏହାକୁ ଋଷିଆ ୧୯୬୧ ମସିହାରେ ବିଶ୍ଵଯୁଦ୍ଧ ସମୟରେ ତିଆରି କରିଥିଲା । ଏହାର ପରୀକ୍ଷଣ ବେଳେ ଏହା ୧୦୦୦କିମି ଦୂରତାରୁ ମଧ୍ୟ ଦେଖା ଯାଉଥିଲା । ଏପରିକୀ ବିସ୍ଫୋରଣର ବିକିରଣ ୬୭କିମି ଉଚ୍ଚ ଯାଏଁ ରହିଥିଲା ।

ତିସାର କ୍ୟାନ ବୋମା ମାଟିରୁ ୪କିମି ଉଚ୍ଚତାରେ ବିସ୍ଫୋରଣ ହୋଇଥାଏ । ଏହାର ଆକାର ଛତୁ ଭଳି ହୋଇଥାଏ । ତେବେ ଏଥିରୁ ବାହାରୁଥିବା ଧୂଆଁ ୬୦କିମି ଯାଏଁ ଦେଖିବାକୁ ମିଳିଥାଏ ଏହା ୫୫ରୁ ୧୦୦କିମି ପର୍ଯ୍ୟନ୍ତ ଥିବା ସବୁ ଅଟାଳିକା କୁ ଧ୍ଵଂସ କରିପାରେ । ଏହା ଦ୍ଵାରା ଭୂକମ୍ପ ମଧ୍ୟ ଆସିଯାଏ । ଏହାକୁ ୧୯୬୧ ରେ ପରୀକ୍ଷଣ କରା ଯାଇଥିଲା ।

ଭ୍ଲାଦିମିର ସବମେରିନ ଏହାକୁ ଋଷିଆ ଯୁବରାଜ ଫେଲମିରଙ୍କ ନାମ ଅନୁସାରେ ନାମକରଣ କରା ଯାଇଛି । ଏହା ବୋରୀ ଦିତୀୟ କ୍ଳାସର ସବମେରିନ ଅଟେ । ଏହା ମିସାଇଲ ଧାରଣ କରିବାର କ୍ଷମତା ରଖିଥାଏ । ଏହା ଋଷିଆ ନୌସେନାର ସବୁଠାରୁ ବଡ ଶକ୍ତି ବୋଲି କୁହାଯାଏ ।

ଯଦି ଋଷିଆ ଏହି ସବୁ ବୋମା ୟୁକ୍ରେନ ଉପରେ ପକାଏ ତେବେ ଏ ଯାଏଁ ୟୁକ୍ରେନର ଯାହା ସବୁ କ୍ଷତି ହୋଇଛି ତାହା ଠାରୁ ଅଧିକ କ୍ଷତି ହେବ । ଗୋଟିଏ ପକ୍ଷରେ ଋଷିଆ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜର କବଜା କରିବାରେ ଲାଗିଛି । ଏବେ ଏମିତି ବୋମା ପକାଇଲେ ୟୁକ୍ରେନର ଅବସ୍ଥା କଣ ହେବେ ତାହାକୁ ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଋଷିଆ ର ଏହି ବୋମା ବିଷୟରେ ଚିନ୍ତାଧାରା କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *