ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଦେଲେ ଏମିତି ଚେତାବନୀ…. ଦେଖନ୍ତୁ କଣ କହିଲେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ୧୪ ଦିନ ହେବ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଯାହା ଥମିବାର ନାଁ ନେଉ ନାହି । ଏହାରି ମଧ୍ୟରେ ଋଷିଆ ଓ ୟୁକ୍ରେନ କୁ ଅନେକ କଥା ସାମନାକୁ ଆସୁଥିବା ବେଳେ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି । ଋଷିଆ ବାରମ୍ବାର ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ବୋମା ପକାଇ କବଜାରେ କରିବାରେ ଲାଗିଛି । ଋଷିଆ ୟୁକ୍ରେନ ର ରାଜଧାନୀ କିଭ କୁ ଅକ୍ତିଆର କରିବାକୁ ନିଜର ପ୍ରୟାସ ଜାରି ରଖିଛି ।

କିନ୍ତୁ ୟୁକ୍ରେନ ର ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଋଷିଆ ଆଗରେ ମୁଣ୍ଡ ନୂଆଁଇ ନାହାନ୍ତି । ଅନ୍ୟ ପକ୍ଷରେ ଋଷିଆ ରାଷ୍ଟ୍ରପତି ପୁଟିନ ନିଜ ଜିଦ ରେ ଅଟଳ ଅଛନ୍ତି । ତେବେ ୟୁକ୍ରେନ କୁ ଆମେରିକା ଓ ନାଟୋ ଦେଶ ସାହାଜ୍ୟ କରିବାକୁ ମନା କରି ଦେଇଛନ୍ତି । ଯାହା ଫଳରେ ୟୁକ୍ରେନ କା ଋଷିଆ ର ସାମନା କରିବାରେ ନିଜର ଚେଷ୍ଟା ଜାରି ରଖିଛି ।

ଏହାରି ମଧ୍ୟରେ ଋଷିଆ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବା ବୋଲି ମଧ୍ୟ ଧମକ ଦେଇ ସାରିଛି । ଯାହାକୁ ନେଇ ସାରା ବିଶ୍ଵ ରେ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ର ସବୁଠାରୁ ବଡ ଖବର ହେଉଛି ତୃତୀୟ ବିଶ୍ଵଯୁଦ୍ଧ ଉପରେ କହିଲେ ଆମେରିକା ରାଷ୍ଟ୍ରପତି ବାଇଡେନ । ଋଷିଆ ଓ ନାଟୋ ଦେଶ ଲଢିଲେ ତୃତୀୟ ବିଶ୍ଵଯୁଦ୍ଧ ହେବ ।

ତୃତୀୟ ବିଶ୍ଵଯୁଦ୍ଧକୁ ରୋକିବାକୁ ଆମେ ପ୍ରୟାସ କରୁଛୁ ନାଟୋ ଦେଶର ଇଞ୍ଚେ ଜମିକୁ ଆମେ ସୁରକ୍ଷା ଦେବୁ ନାହି କିନ୍ତୁ ଆମେ ୟୁକ୍ରେନରେ ଋଷିଆ ବିରୁଦ୍ଧରେ ଲଡିବୁ ନାହି ଲଢିଲେ ତୃତୀୟ ବିଶ୍ଵଯୁଦ୍ଧ ବୋଲି ବାଇଡେନ ସମ୍ବୋଧନ କରି କହିଛନ୍ତି । ଅଧିକ ଅର୍ଥ ନୈତିକ ପ୍ରତିବନ୍ଧକ ମଧ୍ୟ ଘୋଷଣା କରିଛନ୍ତି ବାଇଡେନ ।

ଋଷିଆର ଆଲକୋହଲ ଓ ହୀରା ଓ ସି ଫୁଡ ଆମଦାନି ଉପରେ କଟକଣା ଲଗାଇବ ଆମେରିକା । ସମସ୍ତ ଋଷିଆ ବ୍ୟବସାୟୀଙ୍କ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଘୋଷଣା କରିଛନ୍ତି ବାଇଡେନ । ଯଦି ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୁଏ ତେବେ ସ୍ଥିତି କଣ ହେବ ତାହା କିଛି ହେଉ ନାହି । ତେବେ ଦେଖାଯାଉ ବାଇଡେନ ଙ୍କ ଏହି ଚେତାବନୀ ଆଗକୁ କେଉଁ ରୂପ ନେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ବାଇଡେନଙ୍କ ମନ୍ତବ୍ୟ ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *