ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଚର୍ଚ୍ଚା ରେ ରହିଛନ୍ତି । ଖାସ କରି ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନୀ କୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଆମ ଓଡିଆ କଳାକାର ମାନଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ କାଜଲ ଙ୍କ ଜୀବନୀ ଓ ପରିବାର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ କାଜଲ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ସେ ତାଙ୍କର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଅଭିନେତ୍ରୀ କାଜଲ ଅନେକ ଟିଭି ସିରିଏଲରେ ଦମଦାର ଅଭିନୟ କରି ନିଜର ଅଲଗା ପରିଚୟ ଓଡିଆ ଇଣ୍ଡଷ୍ଟ୍ରି ରେ ସୃଷ୍ଟି କରି ପାରିଛନ୍ତି ।
ସେ ଆଲବମ ଜରିଆରେ ପ୍ରଥମେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ୧୯୯୭ ମସିହା ତହରୁ ସେ ୨୦୦୭ ମସିହା ଯାଏଁ ଦୀର୍ଘ ୧୦ ବର୍ଷ ଧରି ବହୁତ ସାରା ଆଲବମ ଗୀତ ରେ ଅଭିନୟ କରିଛନ୍ତି । ସେ ପ୍ରାୟ ୩୦୦ରୁ ଅଧିକ ଆଲବମ କରି ସାରିଛନ୍ତି । ଏହା ସହ କିଛି ଓଡିଆ ଫିଲ୍ମରେ ମଧ୍ୟ ଅଭିନେତ୍ରୀ କାଜଲ ଜବରଦସ୍ତ ଅଭିନୟ ପ୍ରଦର୍ଶନ କରିଛନ୍ତି । ୨୦୦୯ ରେ ତାଙ୍କର ବିବାହ ହୋଇଥିଲା ।
ଏହା ପରେ ନିଜର ବୈବାହିକ ଜୀବନରେ ବ୍ୟସ୍ତ ରହିବା କାରଣରୁ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ । ଏହା ସହ ସେ ନିଜର ପରିବାରର ଯତ୍ନ ନେବାରେ ବ୍ୟସ୍ତ ରେ ରହିଗଲେ । ଦୀର୍ଘ ୧୦ ବର୍ଷ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ପୁଣି ଥରେ ଫେରିଛନ୍ତି । ବର୍ତ୍ତମାନ ସେ ଓଡିଆ ସିରିଏଲ “ତାରିଣୀ ଆଖିର ତାରା” ରେ ଜବରଦସ୍ତ ଅଭିନୟ କରି ଲୋକଲୋଚନକୁ ପୁଣି ଥରେ ଆସିଛନ୍ତି । ସେ ଗୋଟିଏ ଏପିଶୋଡ କରିବା ପାଇଁ ପ୍ରାୟ ୧୦ ହଜାର ଟଙ୍କା ଚାର୍ଜ ନେଉଛନ୍ତି ।
ତାଙ୍କର ଖୁଦ ସୁନ୍ଦର ଅଭିନୟକୁ ଲୋକ ମାନେ ପ୍ରଶଂସା କରୁଛନ୍ତି । ତାଙ୍କ ପରିବାର କହିବାଲୁ ଗଲେ ତାଙ୍କ ସ୍ଵାମୀ, ବାପା ଓ ମା ଙ୍କ ବ୍ଯତୀତ ତାଙ୍କର ୧୨ ବର୍ଷର କୁନି ଝିଅ ମଧ୍ୟ ଅଛନ୍ତି । ଆଗାମୀ ଦିନରେ କାଜଲ ଙ୍କ ଝିଅ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେବେ ବୋଇ ଏକେ ଇଣ୍ଟରଭିୟୁ ରେ ସେ କହିଛନ୍ତି । ତାଙ୍କ ଝିଅ ମଧ୍ୟ କାଜଲଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ କାଜଲଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।